ଭୁବନେଶ୍ୱର: ଆଜି ମୋ ବସରେ ଯାତ୍ରା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନରୁ ଗାଡ଼କଣା ଯାଏ ମୋ ବସରେ ଯାତ୍ରା କରିଛନ୍ତି। ତାଙ୍କ ସହ ସଚିବ ଅରୁଣ ବୋଥ୍ରା ମଧ୍ୟ ରହିଛନ୍ତି। ଏହି ଯାତ୍ରା ସମୟରେ ମନ୍ତ୍ରୀ ଶ୍ରୀ ମହାପାତ୍ର ନିଜେ ଟିକେଟ କାଟିଥିବା ଦେଖିବାକୁ ମିଳିଛି। ଏଥିସହ ସେ ଲୋକଙ୍କ ସହ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମୋ ବସରେ ଯାତ୍ରା କରି ସମୀକ୍ଷା କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯେ, ବସ୍‌ ସେବା ଭଲ ଅଛି, ଆହୁରି ବସ ସଂଖ୍ୟା ବଢିବ। ଆଉ ୪ଶହ ଇଲେକ୍ଟ୍ରୋନିକ୍‌ ବସ୍‌ ଆସୁଛି, ଖୁବ୍‌ଶୀଘ୍ର ପହଞ୍ଚିବ। ଭୁବନେଶ୍ୱର ଏବଂ କଟକ ପାଇଁ ଶହେ ଲେଖାଏ ବସ ରହିବ। ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଆଯିବ। 


ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବସରେ ଯାତ୍ରା କଲେ ହିଁ, ଆମେ ଲୋକଙ୍କ ଅସୁବିଧା ବୁଝିପାରିବୁ। ତେଣୁ ସେ ଆଜି ମୋ ବସରେ ଯାତ୍ରା କରିଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଯାତ୍ରୀମାନେ କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବେ, ସେନେଇ ମୋ ବସ କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି।