Mohamad qasim gujjar: ମାର୍ଚ୍ଚ 7 ରେ ଭାରତ ସରକାର ଲଶ୍କର-ଏ-ତାଇବା ସଦସ୍ୟ ମହମ୍ମଦ କାସୀମ ଗୁଜାରକୁ UAPA ଅଧୀନରେ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି। କାସୀମ ଗୁଜରର ଅନ୍ୟ ଏକ ନାମ ହେଉଛି ସଲମାନ କିମ୍ବା ସୁଲେମାନ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଯିଏ ଭାରତର ଏକତା ତଥା ଅଖଣ୍ଡତା ବିରୋଧରେ କୌଣସି ପ୍ରକାର କାର୍ଯ୍ୟରେ ଲିପ୍ତ ରହିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


COMMERCIAL BREAK
SCROLL TO CONTINUE READING

ଭାରତ ସରକାରଙ୍କ ଅନୁଯାୟୀ, କାସୀମ ଅନେକ ପ୍ରକାରର ଆତଙ୍କବାଦୀ ମଡ୍ୟୁଲ ତିଆରି କରିଥିଲା । ଏହି ମଡ୍ୟୁଲଗୁଡିକ ମାଧ୍ୟମରେ ଆତଙ୍କବାଦୀଙ୍କୁ ନିଯୁକ୍ତି ଦିଆଯାଇଥିଲା ଏବଂ ଲୋକଙ୍କୁ ଆତଙ୍କବାଦ ଆଡକୁ ଠେଲି ଦିଆଯାଇଥିଲା। ଏଥିପାଇଁ କାସୀମ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଅନଲାଇନ୍ ଯୋଗାଯୋଗର ସାହାଯ୍ୟ ନେଇଥିଲା। ଏହି ମାଧ୍ୟମର ବ୍ୟବାହର କରି କାସିମ୍ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ।


32 ବର୍ଷୀୟ କାସୀମ କିଏ?


କାସୀମ ଗୁଜରର ଛଦ୍ମନାମ ହେଉଛି ସଲମାନ । ତାକୁ 32 ବର୍ଷ ବୟସ ବୋଲି କୁହାଯାଉଛି । ବର୍ତ୍ତମାନ ସେ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହୁଛି। ଅନେକ ଆତଙ୍କବାଦୀ ଆକ୍ରମଣର ପଛର ମାଷ୍ଟରମାଇଣ୍ଡ କାସିମ ବୋଲି କୁହାଯାଉଛି। ଲଶ୍କର-ଏ-ତାଇବାର ଅପରେଟିଭ୍ ଭାବରେ ସେ ଅନେକ ଆତଙ୍କବାଦୀ ଆକ୍ରମଣ କରାଇଛି । ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଆତଙ୍କବାଦ ବିରୋଧୀ ଆଇନ UAPA ଅନୁଯାୟୀ ଆତଙ୍କବାଦୀ ଘୋଷିତ ହେବାରେ ମହମ୍ମଦ କାସୀମ ହେଉଛି 57 ତମ ବ୍ୟକ୍ତି।


କାସିମ ଗୁଜୁର ମୂଳତଃ ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାର ଅଙ୍ଗ୍ରାଲାର ବାସିନ୍ଦା। ଭାରତ ସରକାର ଏହାର ବିଜ୍ଞପ୍ତିରେ କାସୀମକୁ ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା କହିଛନ୍ତି। ଭାରତ ସରକାରଙ୍କ କହିବାନୁସାରେ, ସେ ପାକିସ୍ତାନ ସୀମାରୁ ଅନେକ ଆତଙ୍କବାଦୀ ଆକ୍ରମଣ ଯୋଜନା ସେ କରିଥିଲା।  ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ଏବଂ ନଗଦ ଯୋଗାଣ ପଛରେ ମଧ୍ୟ କାସିମ ଥିବା ଭାରତର ସରକାର କହିଛନ୍ତି ।


ଗତ କିଛି ମାସ ହେବ ମୋଦୀ ସରକାର ଅରଶଦୀପ ସିଂ ଗିଲ ଛଦ୍ମନାମ ଅର୍ଶ ଡାଲା, ହାରବିନ୍ଦର ସିଂ ସାନ୍ଧୁ ଛଦ୍ମନାମ ରିଣ୍ଡା, ଲଖବୀର ସିଂ ଛଦ୍ମନାମ ଲଣ୍ଡା, ସତ୍ୟବିନ୍ଦର ସିଂ ଛଦ୍ମନାମ ସତିନ୍ଦର ଜିତ ସିଂ ଛଦ୍ମନାମ ଗୋଲଡି ବ୍ରଦରଙ୍କୁ UAPA ଅଧୀନରେ ଆତଙ୍କବାଦୀ ଘୋଷଣା କରିଛନ୍ତି।