Money can be made from cow dung: 


COMMERCIAL BREAK
SCROLL TO CONTINUE READING

ଯେବେଠାରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଗୋହତ୍ୟା ବିରୋଧରେ କଡା ଆଭିମୁଖ୍ୟ  ଗ୍ରହଣ କରିଛନ୍ତି,ସେବେଠାରୁ  ରାଜ୍ୟରେ ଗୋହତ୍ୟା  ବନ୍ଦ ହୋଇଯାଇଛି। କିନ୍ତୁ ଏହାର କିଛି ନକାରାତ୍ମକ ଫଳାଫଳ ମଧ୍ଯ ଦେଖିବାକୁ ମିଳୁଛି ।  ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ  ପଶୁମାନେ ରାସ୍ତା ଏବଂ ଛକଗୁଡ଼ିକରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛନ୍ତି ଏବଂ ରାତିରେ ସେମାନେ ଚାଷୀଙ୍କ ଫସଲ ଖାଇଯାଉଛନ୍ତି । ଯାହାଦ୍ୱାରା ଚାଷୀଙ୍କ ପାଇଁ ବ୍ୟାପକ କ୍ଷତି ହେଉଛି । ଯାହାକୁ ନେଇ  ତର୍କ ବିତର୍କ ପରେ ମଧ୍ୟ ଏହି ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ।


 


ଅନ୍ୟୁପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଏମିତି ଏକ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ଯାହା କେବଳ ବୁଲାଗୋରୁ ସମସ୍ୟାରୁ ମୁକ୍ତି ଦେବ ନାହିଁ ଅଧିକନ୍ତୁ ଚାଷୀଙ୍କୁ ଲାଭବାନ କରିବ । ଗେହଲୋତ କହିଛନ୍ତି ଯେ, ଯଦି ତାଙ୍କ ସରକାର ପୁଣି କ୍ଷମତାକୁ ଆସନ୍ତି ତେବେ କୃଷକମାନଙ୍କଠାରୁ ଗୋରୁ ଗୋବର କିଲୋଗ୍ରାମ ପିଛା ୨ ଟଙ୍କାରେ କିଣିବେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସରକାର ଛତିଶଗଡ ଗୋଧନ ନ୍ୟାୟ ଯୋଜନା ଅଧୀନରେ ଏହି ହାରରେ ଚାଷୀଙ୍କ ଠାରୁ ଗୋବର ଗୋବର କ୍ରୟ କରୁଛନ୍ତି। ଛତିସଗଡ଼ ସରକାର ଏହି ଗୋବର ବ୍ୟବହାର କରି କମ୍ପୋଷ୍ଟ ତିଆରି କରି କୃଷିରେ ପ୍ରୟୋଗ କରୁଛନ୍ତି। ଏହା ରାସାୟନିକ ସାରର ଆବଶ୍ୟକତାକୁ ହ୍ରାସ କରିବ ।


ରୋଜଗାର ସୃଷ୍ଟି-ପରିବେଶ ସୁରକ୍ଷା


ବିଶେଷଜ୍ଞ ମଧ୍ଯ ଏଭଳି ସ୍କିମକୁ ସମର୍ଥନ କରୁଛନ୍ତି । ସେମାନଙ୍କ ଅନୁସାରେ ଏହା କେବଳ ମାତ୍ର ନିର୍ବାଚନୀ ଭେଳିକି ନୁହେଁ ।ଏଭଳି ସ୍କିମ୍ ଦ୍ୱାରା ରୋଜଗାର ସୃଷ୍ଟି ସହିତ ପରିବେଶ ସୁରକ୍ଷା ମଧ୍ଯ ହୋଇପାରିବ । ସେମାନଙ୍କ କହିବା ହେଉଛି  ଯଦିବି ଗାଇ କ୍ଷୀର ଦେବା ବନ୍ଦ କରିଦିଏ, ତେବେ ମଧ୍ଯ ତା’ର ଗୋବରରୁ ଏତେ ରୋଜଗାର ହୋଇପାରିବ ଯେ ଏହା କେବଳ ଗାଇ ପାଳିବା ଖର୍ଚ୍ଚ ଉଠାଇବ  ନାହିଁ, ବରଂ ଏହା କୃଷକ ପରିବାରକୁ ବିପୁଳ ଆର୍ଥିକ ସହାୟତା ମଧ୍ୟ ଦେଇପାରେ।


କେମିତି ଗୋବର ଦେବ  ରୋଜଗାର?


ଗୁଜୁରାଟର କଛ ଅଞ୍ଚଳର ନୀଳକଣ୍ଠ ଗୋବିଜ୍ଞାନ କେନ୍ଦ୍ର ନାମକ ଗୋଶାଳା ଚଳାଉଥିବା ଗୋପାଳକ ମେଘଜୀ ହିରାନିଙ୍କ ଅନୁସାରେ  ଗୋଟିଏ କ୍ଷୀର ଦେଉଥିବା ଗାଇର ଦୈନିକ ଚାରା ଖର୍ଚ୍ଚ ୧୭୦ ଟଙ୍କା । ଅନ୍ୟପକ୍ଷରେ କ୍ଷୀର ଦେଉନଥିବା ଗାଇର ଦୈନିକ ଚାରା ଖର୍ଚ୍ଚ ୬୦ ଟଙ୍କା । ତାଙ୍କ ଗୋଶାଳାରେ ବର୍ତ୍ତମାନ ୪୮ ଗାଇ ଅଛନ୍ତି । ହିରାନୀଙ୍କ ଅନୁସାରେ କେବଳ ଗୋବରରୁ ବିଭିନ୍ନ ଉତ୍ପାଦ ତିଆରି କରି ବିକ୍ରି କରି ଜଣେ ଗୋଟିଏ ଗାଇ ପିଛା ବର୍ଷକୁ ଏକ ଲକ୍ଷ ଟଙ୍କା ଆୟ କରିପାରିବେ । ଏକ ଲକ୍ଷଟଙ୍କାରୁ ସବୁ ଖର୍ଚ୍ଚକୁ ବାଦ ଦେଇ ଜଣେ ଚାଷୀ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ କରିପାରିବେ ବୋଲି ସେ କହିଛନ୍ତି ।


ଗୋଟିଏ ଗାଇର ଗୋବରରୁ 40 ହଜାର ଟଙ୍କା ରୋଜଗାର !


ମେଘଜୀ ହିରାନୀଙ୍କ ଅନୁସାରେ ବର୍ତ୍ତମାନ ତାଙ୍କ  ଅଞ୍ଚଳରେ ପ୍ରାୟ ୧୦୨ ଟି ଛୋଟ ଏବଂ ବଡ କାରଖାନା କାମ କରୁଛନ୍ତି, ଯେଉଁମାନେ ଗାଇ ଗୋବରରୁ ଦୀପ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମା, ଶୁଭ ଲାଭର ପ୍ରତୀକ ଓ  ଖେଳନା   କିଛି ଉତ୍ପାଦ  ପ୍ରସ୍ତୁତ କରୁଛନ୍ତି। ଖୁଚୁରା ବଜାରରେ ସେମାନଙ୍କର ମୂଲ୍ୟ ୧୦ଟଙ୍କାରୁ ୨୦୦ ଟଙ୍କା ମଧ୍ୟରେ ରହିଛି।  ଗୋବରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା  ଶିଖି ଜଣେ ବ୍ୟକ୍ତି ଏହାକୁ ଆତ୍ମନିଯୁକ୍ତିର ମାଧ୍ୟମ କରିପାରିବେ । ଏହା ସହିତ ସେ ଗୋଟିଏ ଗାଇର ଗୋବରରୁ  ପ୍ରତିବର୍ଷ ୪୦ହଜାର ଟଙ୍କା ରୋଜଗାର କରିପାରିବେ ।