Morning Health Tips: 


COMMERCIAL BREAK
SCROLL TO CONTINUE READING

ରାତିରେ ଯଦି ଆମେ ଶୀଘ୍ର ଶୋଇବା ତେବେ ସକାଳୁ ଶୀଘ୍ର ଉଠି ପାରିବ । ଆପଣଙ୍କ ପାଇଁ ଏହା ଅନେକ ଦୃଷ୍ଟିରୁ ଲାଭଦାୟକ ହୋଇପାରେ । ସକାଳୁ ଉଠି ଆପଣଙ୍କୁ କିଛି ଛୋଟମୋଟ କାମ କରିବାକୁ ହେବ,ଯାହା ଦ୍ୱାରା କେବଳ ଆପଣ ଭଲ ଅନୁଭବ କରିବେ ନାହଇଁ ଅଧିକନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହେବ ।


ଶୀତ ଋତୁ ଆସିଛି ।  ଏହି ଋତୁରେ ସକାଳେ ଉଠିବା ଉଭୟ କଷ୍ଟଦାୟକ ଏବଂ ବିରକ୍ତିକର ହୋଇଥାଏ ।  ବିଶେଷକରି ଯଦି ଅଫିସ ଛୁଟି ଥାଏ ତେବେ ରାତିରେ ଟିକିଏ ଶୀଗ୍ର ଶୋଇ ସକାଳୁ ଉଠିବା ସହଜ ହୋଇଯାଏ । କିନ୍ତୁ ଯଦି ଅଫିସ କାମ ସହିତ ଅନ୍ୟକାମରେ ବ୍ୟସ୍ତ ରହି ଶୋଇବାରେ ବିଳମ୍ବ ହୁଏ ତେବେ ସକାଳୁ ଉଠିବା କଷ୍ଟକର ହୋଇପଡ଼େ । ତେବେ ଯେତେ ବିରକ୍ତିକର ହେଲେ ମଧ୍ଯ ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ସକାଳୁ ଯଦି ଶୀଘ୍ର ଉଠି ଆପଣ  ୪ ଟି କାମ କରିବେ ତେବେ ଏହା କେବଳ ଆପଣଙ୍କୁ ଦିନସାର ତାଜା ରଖିବ ନାହିଁ ବଂର ଲମ୍ବା ଅବଧିରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇପାରେ । ଏଠାରେ ଆମେ ଆପଣଙ୍କୁ ଏପରି କିଛି ସହଜ ଟିପ୍ସ ଏବଂ  କୌଶଳ ବାବଦରେ କହିବାକୁ ଯାଉଛୁ, ଯାହା ଅନୁସରଣ କରି ଆପଣ ଦିନସାରା ସତେଜ ରହିବେ । ଏହି ଛୋଟ କାର୍ଯ୍ୟଗୁଡ଼ିକ କରି ଆପଣ ଦିନସାରା ଏକ ସଂଗଠିତ ଢଙ୍ଗରେ କାର୍ଯ୍ୟ କରି ପାରିବେ । ସୁସ୍ଥ ରହିବା ପାଇଁ ସକାଳୁ ଉଠିବା ପରେ ଆପଣ କ’ଣ କରିବା ଉଚିତ ତାହା ଜଣାନ୍ତୁ


ପାଣି ସହିତ ଦିନ ଆରମ୍ଭ କରନ୍ତୁ


ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରତିଦିନ ଉଠିବା ପରେ ପାଣି ପିଇ ନିଜ ଦିନ ଆରମ୍ଭ କରନ୍ତୁ । ଆପଣ ଅତିକମରେ ଗୋଟିଏ ଗ୍ଲାସ୍ ପାଣି ପିଇବା ଜରୁରୀ । ଯଦି ଆପଣ ଚାହାଁନ୍ତି, ଆପଣ ପାଣିରେ ମହୁ, ଲେମ୍ବୁ କିମ୍ବା ହଳଦି ମଧ୍ୟ ମିଶାଇ ପାରିବେ । ପାଣି ପିଇବା ପରେ ହିଁ ଚା କିମ୍ବା କଫି ପିଅନ୍ତୁ ।


ଓମେଗା ୩ ଖାଅନ୍ତୁ


ଶାରୀରିକ ସ୍ୱାସ୍ଥ୍ୟ ସହିତ ତ୍ୱଚାର  ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଚର୍ମକୁ ନରମ ଏବଂ ସୁନ୍ଦର କରିବା ପାଇଁ, ଆପଣଙ୍କ ଖାଦ୍ୟରେ ଓମେଗା  ଫ୍ୟାଟି ଏସିଡ୍ ଅନ୍ତର୍ଭୁକ୍ତ କରନ୍ତୁ । ଏଥିପାଇଁ ଆପଣ ପ୍ରତିଦିନ ରାତିରେ ବାଦାମକୁ ଭିଜାଇ ସକାଳେ ଖାଇପାରିବେ । ଯଦି ଆପଣ ଚାହାଁନ୍ତି, ଆପଣ ଫ୍ଲେକ୍ସସିଡ୍ ତେଲ ମଧ୍ୟ ବ୍ୟବହାର କରିପାରିବେ ।


ଧ୍ୟାନ କରନ୍ତୁ


ପ୍ରାୟତଃ ସକାଳୁ ସ୍କୁଲ କିମ୍ବା ଅଫିସକୁ ଯିବା ହେତୁ ଆମେ ଧ୍ୟାନ ପାଇଁ ସମୟ ପାଇନଥାଉ । କିନ୍ତୁ ଏହି ବାହନାକୁ ତ୍ୟାଗ କରି ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ ଯେ ବ୍ରଶ୍ କରିବା ପରେ ଆପଣ ୧୦ ମିନିଟ୍ ପାଇଁ ଧ୍ୟାନ କରିବେ ।  ଧ୍ୟାନ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ସହିତ ଚାପ ହ୍ରାସ କରିବାରେ ସାହାଯ୍ୟ କରେ ।


ସୂର୍ଯ୍ୟ ନମସ୍କାର କରନ୍ତୁ


ହୃଦୟ ଏବଂ ମନକୁ ଶାନ୍ତି ଦେବା ପାଇଁ ସୂର୍ଯ୍ୟ ନମସ୍କାର କରନ୍ତୁ । ପ୍ରତିଦିନ ପ୍ରାୟ ୭ ମିନିଟ୍ ସମୟ ବାହାର କରି ସୂର୍ଯ୍ୟ ନମସ୍କାର କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।  ସୂର୍ଯ୍ୟ ନମସ୍କାର ଦ୍ୱାରା ଚକ୍ରମାନେ ଆମର ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରନ୍ତି । ଆଶାକରୁଛୁ ଯେ, ଏହି ଚାରୋଟି ଛୋଟ କାର୍ଯ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପ୍ରମାଣିତ ହେବ ।