ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ଦେଖିବାକୁ ମିଳିଛି । ବିଗତ କିଛି ଦିନ ଧରି ଲଗାତର ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଉଛି । ଆଜି ଅର୍ଥାତ ରବିବାର ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ ଦର(Petrol Price)ରେ ବୃଦ୍ଧି ଘଟିଛି । କିନ୍ତୁ ଡିଜେଲ ଦର(Diesel Price)ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପଟେ ଆଜି ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ଦର(Petrol-Diesel Rate)ରେ ହ୍ରାସ ରେକର୍ଡ କରାଯାଇଛି ।  


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କେରଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ, ଜାଣନ୍ତୁ ଏହାର କାରଣ


ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୧୪ ପଇସା, ୧୪ ପଇସା, ୧୪ ପଇସା, ୧୨ ପଇସା ବୃଦ୍ଧି କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୦୨ ପଇସାର ହ୍ରାସ ଘଟିଛି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପକ୍ଷେ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୧୫ ପଇସାର ହ୍ରାସ ଦେଖାଦେଇଛି । 


ଅଧିକ ପଢ଼ନ୍ତୁ:-ଗେହଲଟ୍ ହେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ !


ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୧.୪୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୮,୧୬ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୩,୦୧ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୪.୫୨ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୨,୮୮ ଟଙ୍କା ରହିଛି ।   


ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !


ସେହିପରି ଡିଜେଲର ମୂଲ୍ୟ(Diesel Price) ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୩.୫୬ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୦.୧୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୭.୦୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୮.୮୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୯.୮୮ ଟଙ୍କା ଦରରେ ବିକ୍ରି ହେଉଛି ।