Nashik Road Accident: ଦେଶରେ ପ୍ରତିଦିନ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ଘନ କୁହୁଡି ହେଉ ବା ବେପରୁଆ ଢଙ୍ଗରେ ଗାଡ଼ି ଚାଳନା । ଲୋକଙ୍କୁ ମୃତ୍ୟୁ ଆଡକୁ ଟାଣି ନେଇଛି ସଡ଼କ ଦୁର୍ଘଟଣା। ଏହି କ୍ରମରେ ଆଜି ସକାଳ ସମୟରେ ନାଶିକରୁ ଏକ ଅଘଟଣ ଖବର ସାମ୍ନାକୁ ଆସିଛି।  ସାଇବାବାଙ୍କ ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଆଜି ସକାଳେ ନାସିକ-ଶିରିଡ଼ି ରାଜପଥ ଅନ୍ତର୍ଗତ ରୋଡ ନିକଟରେ ଏକ ଟ୍ରକ୍‌ ସହିତ ଧକ୍କା ଖାଇବାରୁ ଘଟଣାରେ ୧୦ଜଣଙ୍କର ମୃତ୍ୟୁ ଘଟିଛି  । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ରହିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ବାଦଲପୁର ଓଏହାର  ଆଖପାଖ ଅଞ୍ଚଳରୁ ଭକ୍ତମାନଙ୍କୁ ନେଇ ବସ୍‌ଟି ନାସିକ-ଅହମଦନଗର ବାଟ ଦେଇ ସାଇବାବାଙ୍କ ଦର୍ଶନ ନିମନ୍ତେ ଶିରିଡ଼ି (Shirdi) ଯାଉଥିଲା । ହେଲେ ଅଧାରାସ୍ତାରେ ସକାଳ ୭ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବସଟି । ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ୬ଜଣ ମହିଳା, ୨ଜଣ ପିଲା ଓ ୨ଜଣ ପୁରୁଷ। ଏହାଛଡ଼ା ଆଉ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୪୫ଜଣ ଯାତ୍ରୀ ଥିବା ପୋଲିସ କହିଛି।


ଏକ ଖବର ସରବରାହ ସଂସ୍ଥା ଅନୁସାରେ, ମୁମ୍ବାଇଠାରୁ (Mumbai High Way) ପ୍ରାୟ ୧୮୦ କିଲୋମିଟର‌ ଦୂର ନାସିକର ସିନ୍ନର ତହସିଲ୍‌ ଅନ୍ତର୍ଗତ ପଥେର ଶିବର ଗାଁ ନିକଟରେ ସକାଳ ପ୍ରାୟ ୭ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି । ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଦୁର୍ଘଟଣାର ଭୟବହତାକୁ ବୟାନ କରୁଛି। ସେପଟେ  ଆହତମାନଙ୍ ଚିକିତ୍ସା ନିମନ୍ତେ ସ୍ଥାନୀୟ ସିନ୍ନର ଗ୍ରାମୀଣ ସ୍ବାସ୍ଥ୍ୟ କେନ୍ଦ୍ର ଓ Pune ର ୟଶୋୱନ୍ତ ହସ୍ପିଟାଲକୁ ସ୍ଥାନାନ୍ତ କରାଯାଇଛି। ତେବେ ଯାତ୍ରୀଙ୍କ ମଧ୍ୟରୁ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।


ଅନ୍ୟପଟେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident)  ସଂକ୍ରାନ୍ତରେ ଅବଗତ ହେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶୋକବ୍ୟକ୍ତ କରିଛନ୍ତି । ଏହାସହ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋ‌ଷଣା କରିଛନ୍ତି। ସେହିପରି ଘଟଣା କେମିତି ଘଟିଲା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


Also Read: Odisha Cricketer Missing: ଚୟନ ଶିବିରରୁ ମହିଳା କ୍ରିକେଟର ନିଖୋଜ !


Also Read: UP Road Accident: ମର୍ମନ୍ତୁଦ ଦୁର୍ଘଟଣା: ଚା' ପିଉଥିବା ସମୟରେ ୧୦ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର, ୬ ମୃତ