ପାଟନା: ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ବିହାରରେ ତାଣ୍ଡବ ମଚାଇଛି ବନ୍ୟା। ଏଥିରେ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଜିଲ୍ଲାଙ୍କ ତାଲିକାରେ ସର୍ବାଗ୍ରେ ରହିଛି ଦରଭଙ୍ଗା । ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ।


COMMERCIAL BREAK
SCROLL TO CONTINUE READING

ପ୍ରବଳ ବର୍ଷା କାରଣରୁ ବିହାରରେ ପ୍ରବାହିତ ହେଉଥିବା ନଦୀରେ ଜଳସ୍ତର ବଢି ଯାଇଥିଲା । ରାଜ୍ୟ ଦରଭଙ୍ଗା ଜିଲ୍ଲାରେ ଲଗାତାର ବର୍ଷା ହେବା କେତେକ ଅଞ୍ଚଳ ଜଳବନ୍ଦୀ ହୋଇପଡିଛି । ବନ୍ୟା କାରଣରୁ ଜିଲ୍ଲାରେ ପ୍ରାୟ ୩.୪୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆସନ୍ତା ୨-୩ ବନ୍ୟା ଦ୍ୱାରା କ୍ଷୟକ୍ଷତିର ମରାମତି କାର୍ଯ୍ୟ ଆରମ୍ଭ କରାଯିବ ନେଇ ଜଣାଇଛନ୍ତି ବିହାର ସରକାର । ରାଜ୍ୟର ଯେଉଁ ଅଞ୍ଚଳରେ ବର୍ଷା ସମ୍ଭାବନା କମ ରହିଛି ସେଠାରେ ଏହି କାର୍ଯ୍ୟ କରାଯିବ।


ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବା ଲାଗି ଭାରତୀୟ ବାୟୁସେନାର ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି । ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ପୂର୍ବ ଚମ୍ପାରଣ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF) ନିୟୋଜିତ କରାଯାଇଛି।


ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ନେପାଳ ସୀମାରେ ଅବସ୍ଥିତ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ପ୍ରବାହିତ ଗଣ୍ଡକ ନଦୀରେ ଜଳସ୍ତର ବଢିଛି। ଏଠାରେ ବନ୍ୟା କାରଣରୁ ୭ ଜଣଙ୍କ ମୃତ୍ୟୁ ଘଟିଛି । ବନ୍ୟା ସ୍ଥିତିକୁ ନଜରରେ ରଖି ପ୍ରାୟ ୯୩.୮୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଲୋକ ୨୨ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ସୁଗୁଲି-ନାରକାଟିୟାଗଞ୍ଜ ମଧ୍ୟରେ ରେଳସେବାକୁ ସ୍ଥଗିତ ରଖାଯାଇଛି। ଏହି ଅଞ୍ଚଳରେ ଲଗାତାର ବର୍ଷା କାରଣରୁ ୬ଟି ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି।