ଟ୍ରାକରେ ଦୌଡିବ ୧୨୦୦ ଏଚପି ହାଇଡ୍ରୋଜେନ ଟ୍ରେନ୍
ମନ୍ତ୍ରୀ କହିଛନ୍ତି ଯେ ହରିୟାଣାର ଜିନ୍ଦ-ସୋନିପତ ରୁଟରେ ଖୁବ୍ ଶୀଘ୍ର ପ୍ରଥମ ଏପରି ଟ୍ରେନର ପରୀକ୍ଷଣ କରାଯିବ ବୋଲି ଆଶା କରାଯାଉଛି। ସେ କହିଛନ୍ତି ଯେ ଇଞ୍ଜିନ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଏହାର ସିଷ୍ଟମ ଏକତ୍ରୀକରଣ ବର୍ତ୍ତମାନ ଚାଲିଛି।
ନୂଆଦିଲ୍ଲୀ: ବିଶ୍ୱର ଶକ୍ତିଶାଳୀ ରେଳ ଇଞ୍ଜିନ ପ୍ରସ୍ତୁତ କରିଛି ଭାରତ। ଭାରତୀୟ ରେଳବାଇ ଦ୍ୱାରା ବିକଶିତ ହୋଇଥିବା ୧୨୦୦ ହର୍ସ ପାୱାର ବିଶିଷ୍ଟ ଇଞ୍ଜିନକୁ ନେଇ ସୂଚନା ଦେଇଛନ୍ତି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର "ଗ୍ରୀନ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ" ଶୀର୍ଷକ ଏକ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରି ବୈଷ୍ଣବ ଏହା କହିଛନ୍ତି। ବୈଷ୍ଣବ କହିଥିଲେ ଯେ ବିଶ୍ୱର କେବଳ ଚାରୋଟି ଦେଶ ଏପରି ଟ୍ରେନ୍ ଇଞ୍ଜିନ୍ ତିଆରି କରନ୍ତି। "ସେମାନେ ୫୦୦ରୁ ୬୦୦ ହର୍ସପାୱର୍ ଶକ୍ତିର ଇଞ୍ଜିନ ଉତ୍ପାଦନ କରନ୍ତି, ଯେତେବେଳେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଭାରତୀୟ ରେଳବାଇ ଦ୍ୱାରା ନିର୍ମିତ ଇଞ୍ଜିନଗୁଡ଼ିକର କ୍ଷମତା ୧୨୦୦ ହର୍ସପାୱର୍ ଅଟେ। ଯାହା ଏହି ବର୍ଗରେ ଏପର୍ଯ୍ୟନ୍ତ ସର୍ବାଧିକ," ସେ କହିଛନ୍ତି।
ଜିନ୍ଦ ସୋନିପାତ ରୁଟରେ ହେବ ପରିକ୍ଷଣ
ମନ୍ତ୍ରୀ କହିଛନ୍ତି ଯେ ହରିୟାଣାର ଜିନ୍ଦ-ସୋନିପତ ରୁଟରେ ଖୁବ୍ ଶୀଘ୍ର ପ୍ରଥମ ଏପରି ଟ୍ରେନର ପରୀକ୍ଷଣ କରାଯିବ ବୋଲି ଆଶା କରାଯାଉଛି। ସେ କହିଛନ୍ତି ଯେ ଇଞ୍ଜିନ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଏହାର ସିଷ୍ଟମ ଏକତ୍ରୀକରଣ ବର୍ତ୍ତମାନ ଚାଲିଛି। ମନ୍ତ୍ରୀ କହିଥିଲେ ଯେ ଏପରି ପ୍ରଯୁକ୍ତିବିଦ୍ୟା ପ୍ରଗତି ଦେଶକୁ ଆତ୍ମବିଶ୍ୱାସ ଦିଏ। ଭାରତକୁ ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭରଶୀଳତା ହାସଲ କରିବାରେ ଆହୁରି ବହୁତ ଆଗକୁ ଯିବାକୁ ଅଛି। ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିଥିବା ମରିସସର ବୈଦେଶିକ ମନ୍ତ୍ରୀ ହାମ୍ବ୍ୟରାଜନ ନରସିଂହନ ତାଙ୍କ ଦେଶରେ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ଉପରେ ଧ୍ୟାନ ଦେଇଥିଲେ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ସମାଧାନ ପ୍ରଦାନ କରିବାରେ ଭାରତର ସମର୍ଥନ ଲୋଡିଥିଲେ।
କଣ ଏହି ହାଇଡ୍ରୋଜେନ ଇଞ୍ଜିନର ବିଶେଷତ୍ତ୍ୱ
ଏହି ସମୟରେ ସମଗ୍ର ବିଶ୍ୱ ପରିବେଶକୁ ନେଇ ଚିନ୍ତିତ। ଶୂନ୍ୟ କାର୍ବନ ନିର୍ଗମନ ବିଷୟରେ ଆଲୋଚନା ହେଉଛି। ଏପରି ପରିସ୍ଥିତିରେ, ପରିବହନର ନୂତନ ପଦ୍ଧତି ମଧ୍ୟ ଅନୁସନ୍ଧାନ କରାଯାଉଛି, ଯାହା ସର୍ବନିମ୍ନ କାର୍ବନ ନିର୍ଗମନ କରିଥାଏ। ଏହି ସମ୍ପର୍କରେ, ହାଇଡ୍ରୋଜେନ୍ ଟ୍ରେନର ଧାରଣା ଆସିଥିଲା। ଏହି ଟ୍ରେନ୍ ଚଲାଇବା ପାଇଁ ଡିଜେଲ କିମ୍ବା ବିଦ୍ୟୁତ୍ ବ୍ୟବହାର କରାଯାଏ ନାହିଁ ବରଂ ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରାଯାଏ। ଏଥିରେ ଏକ ହାଇଡ୍ରୋଜେନ୍ ଇଣ୍ଟରନାଲ କନଭେନସନ ଇଞ୍ଜିନରେ ହାଇଡ୍ରୋଜେନ୍ ଦହନ ଶକ୍ତି ଉତ୍ପାଦନ କରାଯାଏ କିମ୍ବା ଇଞ୍ଜିନର ବୈଦ୍ୟୁତିକ ମୋଟର ଚଲାଇବା ପାଇଁ ହାଇଡ୍ରୋଜେନ୍ ଇନ୍ଧନ କୋଷ ଅମ୍ଳଜାନ ସହିତ ପ୍ରତିକ୍ରିୟା କରାଯାଇଥାଏ।
Also Read- Video: ଷ୍ଟୁଡିଓ ଭିତରୁ ଭାଇରାଲ୍ ହେଲା ଡେଭିଲ୍ କୁଇନ୍ ଅର୍ପିତାଙ୍କ ଭିଡିଓ