ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଅଟୋ ରିକ୍ସା ସହ ବସ୍ ଧକ୍କା ହେବା ଫଳରେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମଧ୍ୟ ପ୍ରଦେଶ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ଆହତମାନଙ୍କୁ ପଚାଶ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ କହିଛି।


COMMERCIAL BREAK
SCROLL TO CONTINUE READING

ମୃତକଙ୍କ ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Chief ministers of Madhya Pradesh) ଏକ ଟ୍ୱିଟ୍ କରି କହିଛନ୍ତି ଯେ, ଗ୍ୱାଲିଅର  (Gwalior) ରେ ଏକ ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା (Road Accident) ହେବା ଦ୍ୱାରା ବହୁ ମୂଲ୍ୟବାନ ଜୀବନ ଯାଇଛି ଏବଂ ଏହି ଘଟଣା ସାରା ରାଜ୍ୟ ପାଇଁ ବହୁତ ଦୁଃଖ ଆଣିଛି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ମୃତକଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।


Also Read: ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ଏହି ୮ଟି ରାଜ୍ୟରେ ୮୦ ପ୍ରତିଶତ ମାମଲା, ଗୋଟିଏ ସପ୍ତାହରେ ୬୭ ପ୍ରତିଶତ ବଢ଼ିଛି ସଂକ୍ରମଣ


ଏହି ଦୁଃଖଦ ସମୟରେ ମୁଁ ଏବଂ ରାଜ୍ୟବାସୀ ଶୋକସନ୍ତପ୍ତ ପରିବାର ସହିତ ଛିଡ଼ା ହୋଇଛୁ। ରାଜ୍ୟ ସରକାର (MadhyPradesh Government) ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶିଦେବା ନେଇ ଘୋଷଣା କରିଛନ୍ତି।