ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ କୋରୋନା ଭୂତାଣୁ ମହାମାରୀକୁ ପରାସ୍ତ କରିବା ପାଇଁ ଟିକାକରଣ କରାଯାଉଛି। ସରକାରୀ ତଥ୍ୟ ଅନୁସାରେ ୭ ଜୁନ୍ ପର୍ଯ୍ୟନ୍ତ ଭ୍ୟାକ୍ସିନ ନେବା ପରେ ସାରା ଦେଶରେ ୪୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬,୦୦୦ ଲୋକଙ୍କ ଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ମିଳିଥିବା ଅଭିଯୋଗ ଆସିଛି । ବିଜ୍ଞାନର ଭାଷାରେ ଏହାକୁ ଆଡଭର୍ସ ଇଭେଣ୍ଟ ପରେ ଇମ୍ୟୁନାଇଜେସନ୍ (AEFI) କୁହାଯାଏ । ପ୍ରତ୍ୟେକ ଦେଶରେ ଏହିପରି ତଥ୍ୟ ସଂଗ୍ରହ କରାଯାଇଥାଏ । ଯାହା ଦ୍ୱାରା ଭବିଷ୍ୟତରେ ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ହ୍ରାସ ହୋଇପାରିବ । 


COMMERCIAL BREAK
SCROLL TO CONTINUE READING

ଯଦି ଏହି ସଂଖ୍ୟାଗୁଡିକ ଯତ୍ନର ସହ ଦେଖାଯାଏ ତେବେ ମୃତ୍ୟୁ ସଂଖ୍ୟା ବହୁତ କମ୍ ଅଟେ । ୭ ଜୁନ୍ ପର୍ଯ୍ୟନ୍ତ ସାରା ଦେଶରେ ୨୩.୫ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଏହି ସମୟ ମଧ୍ୟରେ, ୨୬୨୦୦ AEFI ମାମଲା ଆସିଛି । ଏହାକୁ  ଯଦି ଶତକଡ଼ାରେ ଦେଖାଯାଏ ତେବେ ଏହା କେବଳ ୦.୦୧ ପ୍ରତିଶତ ଅଟେ । ଅନ୍ୟ ଅର୍ଥରେ ଏହା ଏପରି ଭାବରେ ବୁଝିହେବ ଯେ ୧୪୩ ଦିନ ମଧ୍ୟରେ, ୧୦ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତି ଏହି ଟିକା ଉପରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇଥିବାବେଳେ ପ୍ରତି ୧୦ ଲକ୍ଷ ଟିକାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।


ଅଧିକ ପଢ଼ନ୍ତୁ: ଶସ୍ତା ଘର କିଣିବାର ସୁଯୋଗ! ୧୫ ଜୁନରେ ୧୨୮୬୫ ଘର ଓ ଚାଷ ଜମି ବିକ୍ରୀକରିବ PNB


ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାର ମାମଲା ବିରଳ
ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତ ବାୟୋଟେକର କୋଭାକ୍ସିନ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ, ଏହି ଦୁଇଟି ଟୀକାରେ ୦.୧% AEFI ମାମଲା ରହିଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଆକଳନକୁ ଦେଖିଲେ ଉଭୟ ମୃତ୍ୟୁ ସଂଖ୍ୟା ଓ AEFI ମାମଲା ବହୁତ କମ୍ ଅଟେ । ଏହି ପରିସ୍ଥିତିରେ ଟିକା ପ୍ରୟୋଗ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋରୋନା ଯୋଗୁଁ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ପରିସ୍ଥିତିରେ, କୋରୋନାକୁ ପରାସ୍ତ କରିବା ପାଇଁ ଟିକା ହେଉଛି ଏକମାତ୍ର ପ୍ରକୃତ ଓ ଶକ୍ତିଶାଳୀ ଅସ୍ତ୍ର ।


ଅଧିକ ପଢ଼ନ୍ତୁ: World Blood Donor Day 2021: କୋରୋନା କାଳରେ ରକ୍ତ ଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ  


ମୃତ୍ୟୁର ଆକଳନ
ସରକାରୀ ତଥ୍ୟ ଅନୁଯାୟୀ, AEFI ର ମୋଟ ମାମଲାର (୨୬,୨୦୦) ପ୍ରାୟ ୨% (୪୮୮) ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ମୋଟ ୩୦୧ ଜଣ ପୁରୁଷ ଓ ୧୭୮ ଜଣ ମହିଳା ଅଛନ୍ତି । ଏହି ତଥ୍ୟରେ ଅବଶିଷ୍ଟ ନଅ ଜଣଙ୍କ ଲିଙ୍ଗ ଉଲ୍ଲେଖ କରାଯାଇ ନାହିଁ । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୪୫୭ ଜଣଙ୍କୁ କୋଭିଶିଲ୍ଡର ଗୋଟିଏ ଡୋଜ ଦିଆଯାଇଥିଲା । ମୃତ୍ୟୁବରଣ କରିଥିବା ୨୦ ଜଣଙ୍କୁ କୋଭାକ୍ସିନ୍ ଦିଆଯାଇଥିଲା । ଅତିକମରେ ୧୧ ଜଣଙ୍କର ବିବରଣୀ ଉପଲବ୍ଧ ନାହିଁ । ଦେଶରେ ୨୧ କୋଟି ଡୋଜ୍ କୋଭିଶିଲ୍ଡ ଟିକାକାରଣ  କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଢେଇ କୋଟି ଲୋକଙ୍କୁ ଟିକା ମିଳିଛି । ଏହାକୁ ଯଦି ଶତକଡ଼ାରେ ଡେ଼କହାଯାଏ ତେବେ ଏହି ସଂଖ୍ୟା ବହୁତ କମ୍ ଅଟେ ।