Madhya Pradesh: ଏକବିଂଶ ଶତାଦ୍ଦୀରେ ବିଜ୍ଞାନ ବଳରେ ଲୋକେ ଅସମ୍ଭବକୁ ବି ସମ୍ଭବ କରି ଦେଖାଉଛନ୍ତି। ବିଶେଷ କରି ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ବହୁତ ଆଗେଇ ସାରିଛି। ତେବେ  ଆଧୁନିକ ଓ ବୈଜ୍ଞାନିକ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶୀଭୂତ ହୋଇ ରହିଛନ୍ତି ବହୁ ଲୋକେ । ଆଜିର ସମାଜରେ ବି ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ୱାସକୁ (Superstition) କୋଳାଇ ନେଇଛନ୍ତି  ବିଭିନ୍ନ ଅଞ୍ଚଳର ଲୋକ । ଅନେକ ସମୟରେ କାଳ ସାଜି ବହୁ ଜୀବନ ନେଇଥାଏ ଏହି ଅନ୍ଧବିଶ୍ୱାସର ପ୍ରଥା । ମଧ୍ୟପ୍ରଦେଶରେ ଅନ୍ଧବିଶ୍ୱାସ ଯୋଗୁଁ ଚାଲିଯାଇଛି ଏକ କଅଁଳ ଜୀବନ । ଚିକିତ୍ସା ବଦଳରେ ଦେହରେ ନିଆଁ ଚେଙ୍କ ଦିଆଯିବାରୁ ଏକ ନିଷ୍ପାପ ଶିଶୁର ପ୍ରାଣ ବାୟୁ ଉଡିଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଘଟଣାଟି ଶହଡୋଲ ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର (Tribal Areas) ଅଟେ । ଏଠାରେ ୩ ମାସର ଏକ କଅଁଳ ଜୀବନ ଝାଉଁଳି ଯାଇଛି ଅନ୍ଧବିଶ୍ୱାସର ଚେଙ୍କରେ । ନିମୋନିଆରେ (Pneumonia) ଆକ୍ରାନ୍ତ ହୋଇଥିବା ଏହି ୩ ମାସର ଶିଶୁଟିକୁ ସୁସ୍ଥ କରିବା ଲାଗି ଅନ୍ଧବିଶ୍ୱାସର ପ୍ରଥା ଆପଣାଇଥିଲେ ପରିବାର ଲୋକେ । ଶିଶୁଟି ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିଲା । ତେବେ ପରିବାରର ଲୋକେ ଶିଶୁଟିକୁ ଚିକିତ୍ସା ନକରାଇ ଏକ ବ୍ୟକ୍ତିଙ୍କ ନିକଟକୁ ନେଇଥିଲେ। ସେଠାରେ ଚିକିତ୍ସା ବଦଳରେ ଶିଶୁର ପେଟରେ ଥରେ ନୁହେଁ କି ଦୁଇଥର ନୁହେଁ ପ୍ରାୟ ୫୧ ଥର ଦିଆଯାଇଥିଲା ଗରମ ଲୁହା ଚେଙ୍କ ।  ଏହାପରେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାକୁ ଲାଗିଥିଲା । ପରେ ପରିବାର ଲୋକେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ମଧ୍ୟ ଶିଶୁଟିର ମୃତ୍ୟୁ ଘଟିଥିଲା ।


Also Read- Keonjhar: ଅନ୍ଧବିଶ୍ୱାସର ଅନ୍ଧଗଳିରେ ଆଜି ବି ସତେଜ ଚେଙ୍କ ଚିକିତ୍ସା


Also Read- Cyber Crime: ଦେଶରେ ବଢିଛି ସାଇବର କ୍ରାଇମ୍, ଜାଣନ୍ତୁ ବର୍ଷ ୨୦୨୨ରେ କେତୋଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି ?


ଏନେଇ ଶହଡୋଲ ଜିଲ୍ଲାପାଳ କହିଛନ୍ତି ଯେ, ଖବର ମିଳିବା ପରେ ଯେତେବେଳେ ମହିଳା ଓ ଶିଶୁ ବିକାଶ ଅଧିକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ, ସେମାନେ ଜାଣିବାକୁ ପାଇଥିଲେ ମାମଲାଟି ୧୫ ଦିନ ତଳର ଅଟେ । ଶିଶୁଟି ନିମୋନିଆରେ ପୀଡିତ ଥିବାବେଳେ ତାର ଚିକିତ୍ସା କରାଯାଇନଥିଲା । ଅନ୍ଧବିଶ୍ୱାସର ଶିକାର ହୋଇ ପରିବାର ଲୋକେ ଶିଶୁଟିକୁ ଚେଙ୍କ ଦେଇଥିଲେ ଯାହାଫଳରେ ତା'ର  ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ବିଗିଡ଼ି ଯାଇଥିଲା ପରେ ସଂକ୍ରମଣ ବଢିଯିବା ହେତୁ ଶିଶୁଟିର ମୃତ୍ୟୁ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଶିଶୁଟିର ମା'ଙ୍କୁ ଗରମ ଚେଙ୍କ ନଦେବା ପାଇଁ ବହୁତ ବୁଝାଇଥିଲେ କିନ୍ତୁ ପରିବାର ଲୋକେ ଏହାକୁ ଖାତିର ନକରି ଶିଶୁକୁ ଚେଙ୍କ ଦେଇଥିଲେ । 


ମଧ୍ୟପ୍ରଦେଶର ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିମୋନିଆର ଉପଚାର ଲାଗି ଗରମ ଲୁହା ରଡ଼ରେ ଚେଙ୍କ ଦେବାର ପ୍ରଥା ସାଧାରଣତଃ ରହି ଆସିଛି। ତେବେ ଏହି କୁପ୍ରଥା ନେଇ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ଯ କୌଣସି ଫାଇଦା ମିଳୁନଥିବା ଦେଖିବାକୁ ମିଳିଛି ।