Karnatak Crime:  ନୂଆଦିଲ୍ଲୀ: କର୍ଣ୍ଣାଟକର (Karnatak) ତୁମକୁରୁ (Tumkur) ଅଞ୍ଚଳରୁ ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ତୁମକୁର ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ନିଜର ଜୀବନ ହାରିଛନ୍ତି। ମୃତ୍ୟୁର କିଛି ସମୟ ପୂର୍ବରୁ ପରିବାରର ମୁଖ୍ୟ ଦୁଇ ପୃଷ୍ଠାର ଏକ ସୁଇସାଇଡାଲ ନୋଟ (Suicidal Note) ଓ ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି। ଭିଡିଓରେ ସେ ବର୍ଣ୍ଣନା କରିଛନ୍ତି ଯେ ଉକ୍ତ ବିଲ୍ଡିଂର ତଳ ମହଲାରେ ରହୁଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟ କିପରି ତାଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ ଏବଂ ସେମାନଙ୍କୁ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲେ। ଭିଡିଓରେ ସେ କହିଛନ୍ତି କି ଯେ ଉକ୍ତ ବିଲ୍ଡିଂର ତଳ ମହଲାରେ ରହୁଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟ କିପରି ତାଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ ଏବଂ ସେମାନଙ୍କୁ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲେ।


COMMERCIAL BREAK
SCROLL TO CONTINUE READING

ନିର୍ଯାତନା କାରଣରୁ ଆତ୍ମହତ୍ୟା
ଏହି ଘଟଣା ସମ୍ପର୍କରେ ସୋମବାର ପୋଲିସ କହିଛି ଯେ ରବିବାର ରାତିରେ ତୁମାକୁରୁ ସହରରେ ଏହି ଘଟଣା ସାମ୍ନାକୁ ଆସିଛି ଏବଂ ପୋଲିସ ମଧ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ଏଥି ସହିତ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅତ୍ୟଧିକ ସୁଧ ହାର ଏବଂ ନିର୍ଯ୍ୟାତନା ହେତୁ ଗୋଟିଏ ପରିବାରର ପାଞ୍ଚ ଜଣ ଆତ୍ମହତ୍ୟା କରିଛନ୍ତି।


ଦେଢ ଲକ୍ଷ ଟଙ୍କା ଆଣିଥିଲେ ଋଣ
ମୃତକଙ୍କ ମଧ୍ୟରେ ପରିବାରର ମୁଖ୍ୟ ତଥା କବାବ ବ୍ୟବସାୟୀ ୩୬ ବର୍ଷୀୟ ଗରିବ ସାବ, ତାଙ୍କ ପତ୍ନୀ ୩୨ ବର୍ଷିୟା ସମୈୟା, ୧୪ ବର୍ଷୀୟ ଝିଅ ହାଜିରା, ୧୦ ବର୍ଷିଅ ପୁଅ ମହମ୍ମଦ ଶାଭାନ ଓ ୮ ବର୍ଷିୟ ପୁଅ ମହମ୍ମଦ ମୁନୀର ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗରୀବ କହିଛନ୍ତି କି ଅଭିଯୁକ୍ତମାନଙ୍କ ଉପରେ ତାଙ୍କର ଦେଢ ଲକ୍ଷ ଟଙ୍କା ଋଣ ରହିଥିଲା। ମରିବା ପୂର୍ବରୁ ଗରିବ ଭିଡିଓରେ କହିଥିଲେ ଯେ ତଳ ମହଲାରେ କଳନ୍ଦର ଭୂତ ବାସ କରୁଛନ୍ତି। ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ନିର୍ଯାତନା ଦେଉଛନ୍ତି। କଲନ୍ଦର ମଧ୍ୟ ଅଶାଳୀନ ଭାଷା ବ୍ୟବହାର କରନ୍ତି। ସେ ଆହୁରି ମଧ୍ୟ ଭିଡିଓରେ କହିଛନ୍ତି ଯେ ମୋ ପତ୍ନୀ ଏବଂ ପିଲାମାନେ ଭୟ କରୁଛନ୍ତି ଯେ ମୁଁ ଯଦି ମରିଯାଏ, ତେବେ ସେମାନଙ୍କୁ ରକ୍ଷା କରାଯିବ ନାହିଁ। ମୋ ପତ୍ନୀ ଏବଂ ପିଲାମାନେ ମଧ୍ୟ ମୋ ସହ ଆତ୍ମହତ୍ୟା କରୁଛନ୍ତି। ଏଥି ସହିତ ତିଲକ ପାର୍କ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତରେ ନିୟୋଜିତ ଅଛି।