ଏହି ଟ୍ରେଜେରୀରେ ୫୦ ବର୍ଷ ଧରି ପଡ଼ି ରହିଛି ୭୩ କିଲୋ ରୁପା, RBI ବି ନେବାକୁ କରିଦେଇଛି ମନା; ଜାଣନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସହ କିପରି ରହିଛି କନେକ୍ସନ୍
ଏହା ପରେ ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ମତାମତ ନିଆଯାଇଥିଲା, କିନ୍ତୁ ସେଠାରୁ କୌଣସି ପ୍ରତିକ୍ରିୟା ଆସି ନଥିଲା । ଟ୍ରେଜେରୀର ଡବଲ୍ ଲକରରେ କଡ଼ା ସୁରକ୍ଷା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରୁପା ରଖାଯାଇଛି । କେବଳ ଏତିକି ନୁହେଁ, ଏହି ରୁପାର ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପୋଲିସ୍ ଗାର୍ଡ ଅଛନ୍ତି ।
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ (Uttar Pradesh) ର ବିଜେନୋର (Bijnor) ରେ ଗତ ୫୦ ବର୍ଷ ଧରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ (former Prime Minister Indira Gandhi) ଙ୍କ ୭୩ କିଲୋଗ୍ରାମ ରୁପା (Silver) ସମ୍ଭାଳି ରଖାଯାଇଛି । ବର୍ତ୍ତମାନ ଏହି ରୁପା ମୂଲ୍ୟ (Silver Price) ପ୍ରାୟ ୩୪ ଲକ୍ଷ ହେବ ବୋଲି କୁହାଯାଉଛି । ଜିଲ୍ଲା କୋଷାଧ୍ୟକ୍ଷ ସୁରଜ କୁମାର କହିଛନ୍ତି ଯେ, ଏହି ରୁପା ସେତେବେଳେ ଫେରସ୍ତ କରାଯିବ, ଯେତେବେଳେ ଗାନ୍ଧୀ ପରିବାର (Gandhi Family) ର କୌଣସି ସଦସ୍ୟ ଏହା ଉପରେ ଦାବି କରିବେ ।
ବାସ୍ତବରେ, ଆଜି ଠାରୁ ୫୦ ବର୍ଷ ପୂର୍ବେ ୧୯୭୨ ମସିହାରେ ଯେତେବେଳେ ଇନ୍ଦିରା ଗାନ୍ଧୀ (Indira Gandhi) କାଲାଗଢ଼କୁ ଆସିଥିଲେ । ସେତେବେଳେ କଂଗ୍ରେସ କର୍ମୀ ଓ ସମର୍ଥକମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ରୁପାରେ ଓଜନ କରିଥିଲେ । ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଓଜନ ୭୩ କିଲୋଗ୍ରାମ ଥିଲା । ୭୩ କିଲୋଗ୍ରାମ ଓଜନର ରୁପା (Silver) ଏବେ ବିଜନୋର ଟ୍ରେଜେରୀରେ ସୁରକ୍ଷିତ ରଖାଯାଇଛି । ଆଜି ସେହି ରୁପା ମୂଲ୍ୟ ୩୪ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଆଜି ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାରର କୌଣସି ସଦସ୍ୟ ଏହି ରୁପା ଉପରେ କୌଣସି ଦାବି କରିନାହାଁନ୍ତି ।
ଜିଲ୍ଲା କୋଷାଧ୍ୟକ୍ଷ ସୁରଜ କୁମାର କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରିବାରର କୌଣସି ସଦସ୍ୟ ଏହା ଉପରେ ଦାବି କଲେ ହିଁ ଏହି ରୁପା ଫେରସ୍ତ କରାଯିବ । ଏହି ରୁପା ଭାରତର ରିଜର୍ଭ ବ୍ୟାଙ୍କ (Reserve Bank of India) କୁ ହସ୍ତାନ୍ତର କରିବାକୁ ଟ୍ରେଜେରୀ ଅଧିକାରୀଙ୍କ ତରଫରୁ ଚିଠି ମଧ୍ୟ ଲେଖାଯାଇଛି । କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମଧ୍ୟ ଏହାକୁ ବ୍ୟକ୍ତିଗତ ସମ୍ପତ୍ତି ବୋଲି କହି ନେବାକୁ ମନା କରିଦେଇଛି ।
ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ ନାଁରେ ନିଜ ସମ୍ପତ୍ତି କଲେ ଏହି ବୃଦ୍ଧ ମହିଳା, ଜାଣନ୍ତୁ ଏହି ନିଷ୍ପତ୍ତି ପଛର କାରଣ
ଏହା ବି ପଢ଼ନ୍ତୁ:-ରେଳ ଯାତ୍ରୀମାନଙ୍କ ପାଇଁ ଖରାପ ଖବର, ୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଟ୍ରେନ ଭଡ଼ା! ଜାଣନ୍ତୁ ଡିଟେଲ୍ସ
ଏହା ବି ପଢ଼ନ୍ତୁ:-ପୁରୁଷମାନଙ୍କ ଯୌନ ସମସ୍ୟା ପାଇଁ ବରଦାନ ସଦୃଶ ଅଶ୍ୱଗନ୍ଧା, ଏହାର ଫାଇଦା ଜାଣି ହେବେ ଆଶ୍ଚର୍ଯ୍ୟ
ଏହା ପରେ ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ମତାମତ ନିଆଯାଇଥିଲା, କିନ୍ତୁ ସେଠାରୁ କୌଣସି ପ୍ରତିକ୍ରିୟା ଆସି ନଥିଲା । ଟ୍ରେଜେରୀର ଡବଲ୍ ଲକରରେ କଡ଼ା ସୁରକ୍ଷା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରୁପା ରଖାଯାଇଛି । କେବଳ ଏତିକି ନୁହେଁ, ଏହି ରୁପାର ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପୋଲିସ୍ ଗାର୍ଡ ଅଛନ୍ତି ।