ନୂଆଦିଲ୍ଲୀ: 76th Indipendence Day: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲା (Red Fort) ରେ ସ୍ୱାଧୀନତାର ଉତ୍ସବ ମଧ୍ୟ ଚଳିତ ବର୍ଷ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି । ଲାଲକିଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  (PM Narendra Modi) ଦେଶବାସୀଙ୍କୁ ସମ୍ୱୋଧନ କରୁଛନ୍ତି । ଯାହା ଉପରେ ସାରା ଦେଶର ନଜର ରହଛି ।  ଏହାସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍ୱଦେଶୀ ଗନରେ ୨୧ ତୋପର ସଲାମୀ ଦିଆଯିବ ।


COMMERCIAL BREAK
SCROLL TO CONTINUE READING

ଲାଲକିଲାରେ ସ୍ୱାଧୀନତା ଦିବସ ପାଳନ ସକାଳ ୬.୫୫ରେ ଆରମ୍ଭ ହୋଇଛି । ଏହି ସମୟରେ ସେନାର ଦିଲ୍ଲୀ ଅଞ୍ଚଳର GOC ପହଞ୍ଚିଛନ୍ତି । ଏହା ପରେ ପ୍ରତିରକ୍ଷା ସଚିବ ଆସିଛନ୍ତି ଏବଂ ତାପରେ ତିନି ସେନାର ମୁଖ୍ୟ ଅର୍ଥାତ୍ ସେନା, ବାୟୁସେନା ଏବଂ ନୌସେନା । ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ ସକାଳ ୭.୦୮ରେ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସନ୍ଧ୍ୟା ୭.୧୧ରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୭.୧୮ ମିନିଟ୍ ହେବା ମାତ୍ରେ ଲାଲକିଲାରେ ପହଞ୍ଚିଛନ୍ତି । ଲାଲକିଲାରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜ ଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।


ଲାଲକିଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଟ୍ରାଇ-ସର୍ଭିସ ଅର୍ଥାତ୍ ତିନି ସେନାର ସୈନ୍ୟ ତରଫରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ସକାଳ ୭.୩୦ରେ ଲାଲକିଲାରେ ପତାକା ଉତ୍ତୋଳନ କରିଛନ୍ତି । ଏହାର କିଛି ସମୟ ପରେ ଜାତୀୟ ସଂଗୀତ ବାଜିଛି ଓ ୨୧ ତୋପର ସଲାମୀ (21 Gun Salute) ଦିଆଯାଇଛି ।


ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଜି ବି ପ୍ରବଳ ବର୍ଷିବ! ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି


ଏହା ବି ପଢ଼ନ୍ତୁ:-ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ


ଏହା ବି ପଢ଼ନ୍ତୁ:-୧୫ ତାରିଖରେ ସ୍ୱାଧୀନତା ଦିବସ କାହିଁକି? ଜାଣନ୍ତୁ ଏହି ଦିନର କିଛି ରୋଚକ ତଥ୍ୟ


 


ସ୍ୱଦେଶୀ ଗନରେ ୨୧ ତୋପର ସଲାମୀ (21 Gun Salute)


ସ୍ୱାଧୀନତାର ୭୫ ବର୍ଷ ପରେ ଏହା ପ୍ରଥମ ଥର ହେବ ୨୧ ତୋପର ସଲାମୀରେ କୌଣସି ସ୍ୱଦେଶୀ ଆର୍ଟିଲିରି ଗନ୍ ମଧ୍ୟ ସାମିଲ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧର ବ୍ରିଟିଶ ପାଉଣ୍ଡର ଗନରୁ ୨୧ ତୋପର ସଲାମୀ ଦିଆଯାଉଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଲାଲକିଲାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱଦେଶୀ ଆର୍ଟିଲିରି ବନ୍ଧୁକ 'ଅଟାଗ' (ATAGS) ରୁ ୨୧ ତୋପର ସଲାମୀ ଦିଆଯାଇଛି  ।


ଏହି ସ୍ୱଦେଶୀ ବନ୍ଧୁକର ବିଶେଷତା


ଚଳିତ ବର୍ଷ ଲାଲକିଲାରେ ୨୧ ତୋପର ସଲାମୀରେ ୬ଟି ବ୍ରିଟିଶ୍ ପାଉଣ୍ଡର ବନ୍ଧୁକ ସହିତ ଏକ ସ୍ୱଦେଶୀ ATAGS ତୋପ ମଧ୍ୟ ସାମିଲ ରହିଥିଲା । ଟାଟା ଓ ଭରତ-ଫୋର୍ଜ କମ୍ପାନୀଗୁଡିକର ମିଳିତ ସହଯୋଗରେ DRDO ଦ୍ୱାରା ଆଡଭାନ୍ସଡ ଟାଉଡ୍ ଆର୍ଟିଲିରି ଗନ୍ ସିଷ୍ଟମ୍ (ATAGS କିମ୍ବା ATAGS System) ବିକଶିତ ହୋଇଛି । ୧୫୫x୫୨ କ୍ୟାଲିବରର ଏହି ATAGS ତୋପର ରେଞ୍ଜ୍ ପ୍ରାୟ ୪୮ କିଲୋମିଟର ଓ ଏହା ଖୁବ୍ ଶୀଘ୍ର ଭାରତୀୟ ସେନାର ଆର୍ଟିଲିରିର ଅଂଶ ହେବାକୁ ଯାଉଛି । ୨୦୧୮ ମସିହାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ପାଇଁ ୧୫୦ ATAGS ଗନ କିଣିବାକୁ ଅନୁମୋଦନ ଦେଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଲାଲକିଲାରେ ଥିବା ପ୍ରକୃତ ବନ୍ଧୁକରୁ ଫାୟରିଂ ସେରୋମୋନିଆଲ ହେବ । ଏଥିପାଇଁ ତୋପ ଓ ଗୁଳି ଶବ୍ଦକୁ 'କଷ୍ଟମାଇଜ୍' କରାଯାଇଛି ।