ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ପୁଣିଥରେ ବଢ଼ିବ ମହଙ୍ଗା ଭତ୍ତା? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ...
ସୂଚନାଯୋଗ୍ୟ, ନିକଟ ଅତୀତରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଜୁଲାଇ ୧ରୁ ମୌଳିକ ବେତନର ୨୮ ପ୍ରତିଶତ ମହଙ୍ଗା ଭତ୍ତା (DA) ମିଳିବାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କୋରୋନା ମହାମାରୀ ହେତୁ ଗତ ବର୍ଷ ଜାନୁଆରୀ ମାସରୁ ମହଙ୍ଗା ଭତ୍ତା (DA) ବୃଦ୍ଧି ବନ୍ଦ ହୋଇଯାଇଥିଲା ।
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Government Employees: କେନ୍ଦ୍ର ସରକାର ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । ବିଗତ ଦିନରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ଅଟକି ଥିବା ମହଙ୍ଗା ଭତ୍ତା (Dearness Allowance, DA) ଓ ମହଙ୍ଗା ରିଲିଫ (DR) କୁ ରିଲିଜ କରିଥିଲେ । ଜୁଲାଇ ୧ରୁ କେନ୍ଦ୍ର କର୍ମଚାରୀମାନେ ୨୮ ପ୍ରତିଶତ ମହଙ୍ଗା ଭତ୍ତା (DA) ପାଇବେ ବୋଲି ସରକାର ଘୋଷଣା କରିଥିଲେ । ଏବେ କୁହାଯାଉଛି ଯେ କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିପାରେ ।
ବାସ୍ତବରେ, ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ଜୁନ୍ ୨୦୨୧ ପାଇଁ ମଧ୍ୟ ମହଙ୍ଗା ଭତ୍ତା (DA) ଅନୁମୋଦନ କରିପାରେ ଏବଂ ଏଥି ସହିତ କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ DA କୁ ୩ ପ୍ରତିଶତ ବୃଦ୍ଧି କରିପାରେ । ଯଦି ସରକାର ଏହି ନିଷ୍ପତ୍ତି ନିଅନ୍ତି, ତେବେ କେନ୍ଦ୍ର କର୍ମଚାରୀଙ୍କ DA ୩୧ ପ୍ରତିଶତକୁ ବୃଦ୍ଧି ପାଇବ ।
ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର!
ସୂଚନାଯୋଗ୍ୟ, ନିକଟ ଅତୀତରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଜୁଲାଇ ୧ରୁ ମୌଳିକ ବେତନର ୨୮ ପ୍ରତିଶତ ମହଙ୍ଗା ଭତ୍ତା (DA) ମିଳିବାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କୋରୋନା ମହାମାରୀ ହେତୁ ଗତ ବର୍ଷ ଜାନୁଆରୀ ମାସରୁ ମହଙ୍ଗା ଭତ୍ତା (DA) ବୃଦ୍ଧି ବନ୍ଦ ହୋଇଯାଇଥିଲା । ଏଥିରେ ୧ ଜାନୁଆରୀ ୨୦୨୦ର 3% ବୃଦ୍ଧି, ୧ ଜୁଲାଇ ୨୦୨୦ର 4%, ୧ ଜାନୁୟାରୀ ୨୦୨୧ର 4% ବୃଦ୍ଧି ଅନ୍ତର୍ଭୁକ୍ତ ରହିଛି । ଅଟକାଯାଇଥିବା ମହଙ୍ଗା ଭତ୍ତାର ପୁନଃ ରିଲିଜ ସହିତ କେନ୍ଦ୍ର କର୍ମଚାରୀଙ୍କ DA ବର୍ତ୍ତମାନ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି ।
ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!
ତେବେ କେନ୍ଦ୍ର କର୍ମଚାରୀଙ୍କୁ ବକେୟା ମହଙ୍ଗା ଭତ୍ତା ମିଳିବ ନାହିଁ ବୋଲି ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ବର୍ଦ୍ଧିତ DA ଦ୍ୱାରା ପ୍ରାୟ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀଙ୍କୁ ଲାଭ ହେବ । କେନ୍ଦ୍ର ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ହେବା ପରେ ଅନେକ ରାଜ୍ୟ ସରକାର ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ଡିଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଏବଂ ରାଜସ୍ଥାନ ଏଥିରେ ଶୀର୍ଷରେ ରହିଛି ।