ଏହି ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ଡବଲ ଲାଭ
ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ପରେ କେନ୍ଦ୍ର ସରକାର HRA ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି । ଏହିପରି, କେନ୍ଦ୍ର କର୍ମଚାରୀମାନେ ବର୍ତ୍ତମାନ ଦ୍ୱିଗୁଣା ଲାଭ ପାଇବାକୁ ଯାଉଛନ୍ତି ।
ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ଏହି ବିଭାଗର କର୍ମଚାରୀଙ୍କୁ ବର୍ତ୍ତମାନ ବେତନ ବୃଦ୍ଧିର ଲାଭ ମିଳିବ । ଏଥିପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । ସେମାନଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇଁ ସବୁଜ ସଙ୍କେତ ମିଳିସାରିଛି । ଏହା ପରେ ଅଗଷ୍ଟ ମାସରୁ ଏହି କେନ୍ଦ୍ର କର୍ମଚାରୀଙ୍କ ବେତନରେ ବହୁତ ବୃଦ୍ଧି ଘଟିବ । ଯେଉଁ ବିଭାଗଗୁଡିକର କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି, ସେଥିରେ ରେଳ ବିଭାଗ, ପୋଷ୍ଟ ଏବଂ କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ ସାମିଲ ଅଛନ୍ତି । ଏହି ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ସହିତ HRA ମଧ୍ୟ ବୃଦ୍ଧି କରାଯିବ ।
ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ପରେ କେନ୍ଦ୍ର ସରକାର HRA ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି । ଏହିପରି, କେନ୍ଦ୍ର କର୍ମଚାରୀମାନେ ବର୍ତ୍ତମାନ ଦ୍ୱିଗୁଣା ଲାଭ ପାଇବାକୁ ଯାଉଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ୧, ୨୦୨୧ରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ଓ HRA ପ୍ରଦାନ କରିବାକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ଏହି କର୍ମଚାରୀମାନେ ବର୍ତ୍ତମାନ ୧ ଜାନୁଆରୀ ୨୦୨୦ରୁ ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ରୁ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ । ଅର୍ଥ ମନ୍ତ୍ରଣାଳୟର ଅନୁମତି ପାଇବା ପରେ ଭାରତୀୟ ରେଳବାଇର ପେ କମିଶନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ.କେ ଗୁପ୍ତା ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଡାକ ବିଭାଗର ସହକାରୀ ନିର୍ଦ୍ଦେଶକ ଡି.କେ ତ୍ରିପାଠୀ ଏହାକୁ ସମସ୍ତ ସର୍କଲରେ କାର୍ଯ୍ୟକାରୀ କରିବାକୁ କହିଛନ୍ତି । ଏହା ବ୍ୟତୀତ ସିପିଏସ୍ ଅଣ୍ଡର ସେକ୍ରେଟେରୀ ଶ୍ୟାମସୁଲ ହକ ମଧ୍ୟ ମହଙ୍ଗା ଭତ୍ତାକୁ ୧୧ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ବିଦେଶୀ କମ୍ପାନୀ ହାତକୁ ଯିବ BPCL? କେନ୍ଦ୍ର ସରକାର ନେଲା ଏହି ପଦକ୍ଷେପ
ବୃଦ୍ଧି ପାଇଛି HRA
ମହଙ୍ଗା ଭତ୍ତା ବୃଦ୍ଧି କରିବା ସହିତ ସରକାର କେନ୍ଦ୍ର କର୍ମଚାରୀଙ୍କ HRA ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । HRA କୁ ବୃଦ୍ଧି କରିବାକୁ ପଡିଛି କାରଣ ମହଙ୍ଗା ଭତ୍ତା 25 ପ୍ରତିଶତ ସୀମା ଅତିକ୍ରମ କରିଛି ।
ଅଧିକ ପଢ଼ନ୍ତୁ:-'ଭ୍ୟାକ୍ସିନର ଉଭୟ ଡୋଜ୍ ପରେ ମଧ୍ୟ ବୁଷ୍ଟର୍ ଡୋଜର ହେବ ଆବଶ୍ୟକ'