ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଦରମା ଓ ଅବସର ବୟସ ସୀମା
ଏଥିରେ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଆଉଟସୋର୍ସିଂ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଏହି ସମସ୍ତ କର୍ମଚାରୀଙ୍କ ଦରମା ଚଳିତ ବର୍ଷ ଏପ୍ରିଲ ୧ରୁ ବୃଦ୍ଧି କରାଯିବ ।
ହାଇଦ୍ରାବାଦ: ତେଲେଙ୍ଗାନା ସରକାର (Telangana Government) ସୋମବାର ସମସ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକଙ୍କ ଦରମାରେ ୩୦ ପ୍ରତିଶତ ଫିଟମେଣ୍ଟ ସହ ବୃଦ୍ଧି ଘୋଷଣା କରିଛନ୍ତି । ଆହୁରି ମଧ୍ୟ ଅବସର ବୟସ ୫୮ରୁ ବୃଦ୍ଧି କରି ୬୧ ବର୍ଷ କରାଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହାର ଘୋଷଣା କରିଛନ୍ତି । ଏଥିରୁ ପ୍ରାୟ ୯.୧୭ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳୁଛି ଆୟକରର ଅନେକ ନିୟମ, ଆପଣଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
ଏଥିରେ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଆଉଟସୋର୍ସିଂ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଏହି ସମସ୍ତ କର୍ମଚାରୀଙ୍କ ଦରମା ଚଳିତ ବର୍ଷ ଏପ୍ରିଲ ୧ରୁ ବୃଦ୍ଧି କରାଯିବ । ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ଅବସର ବୟସକୁ ୫୮ରୁ ୬୧ ବର୍ଷକୁ ବୃଦ୍ଧି କରିବାକୁ ସେ ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ରାଓ କହିଛନ୍ତି ଯେ, ମୁଁ ଘୋଷଣା କରି ଖୁସି ଯେ ରାଜ୍ୟର ସମସ୍ତ କର୍ମଚାରୀ ଓ ଶିକ୍ଷକଙ୍କୁ ବେତନରେ ୩୦ ପ୍ରତିଶତ ଫିଟମେଣ୍ଟ ବୃଦ୍ଧି କରାଯିବ । ଏହି ଆଦେଶ ଚଳିତ ବର୍ଷ ଏପ୍ରିଲ ୧ରୁ ଲାଗୁ ହେବ । ସେ କହିଛନ୍ତି ଯେ କୋରୋନା ମହାମାରୀ ଯୋଗୁଁ ରାଜ୍ୟ ଅର୍ଥନୀତି ପ୍ରଭାବିତ ହୋଇଛି ଏବଂ ଆର୍ଥିକ ନିଅଣ୍ଟରେ ଅପ୍ରତ୍ୟାଶିତ ବୃଦ୍ଧି ହେତୁ ଏକାଦଶ ବେତନ ସମୀକ୍ଷା ବିଳମ୍ବ ହୋଇଛି ।