ନୂଆଦିଲ୍ଲୀ: ଲେବାନନର ରାଜଧାନୀ ବେରୁଟରେ ବନ୍ଦର ଅଞ୍ଚଳରେ ଗତକାଲି ହୋଇଥିବା ବେରୁଟ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ପାଖାପାଖି ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହା ସହିତ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ତେବେ ଏହି ଛୋଟ ରାଷ୍ଟ୍ରଟିର ରାଜଧାନୀ ବେରୁତର ବନ୍ଦର ଉପକୂଳ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଫଳରେ ଏକାଧିକ ବିଶାଳ ଅଟ୍ଟାଳିକ ଗୁଡ଼ିକ ନିମିଷକେ ମଧ୍ୟରେ ମାଟିରେ ମିଶିଯାଇଥିଲା। ସେପଟେ ଏହାର ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା, ସମଗ୍ର ରାଜଧାନୀ ବାସିନ୍ଦା ମଧ୍ୟ ଏହାକୁ ଶୁଣିପାରିଥିଲେ। 


ସେପଟେ ଏହି ବିସ୍ଫୋରଣ ଫଳରେ ଅନେକ ବଡ଼ ବଡ଼ ଅଟ୍ଟାଳିକା ଗୁଡ଼ିକ ମଧ୍ୟ ମାଟିରେ ମିଶିଯାଇଥିଲା। ବନ୍ଦର ଅଞ୍ଚଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ବିସ୍ଫୋରଣ ଫଳରେ ବହୁଦୁର ପର୍ଯ୍ୟନ୍ତ ରହିଥିବା ଘର ଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ଘରଦ୍ୱାର, ଗାଡ଼ି, ରାସ୍ତାଘାଟ ଆଦି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। 


ଏହି ବିସ୍ଫୋରଣ ଦେଖି ପରମାଣୁ ବୋମା ଆକ୍ରମଣ ଆଶଙ୍କା କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ସେ ନେଇ କୌଣସି ସଠିକ ସୂଚନା ମିଳିପାରିନାହିଁ। ବିସ୍ଫୋରଣର ମଧ୍ୟ ସଠିକ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ସ୍ଥାନୀୟ ସରକାର ପ୍ରାଥମିକ ସ୍ତରରେ ସୂଚନା ଦେଇ କହିଛନ୍ତି ଯେ, ବନ୍ଦର ନିକଟରେ ଏକ ଗୋଦାମ ଘରେ ବହୁ ପରିମାଣର ବିସ୍ଫୋରକ ରଖାଯ଼ାଇଥିଲା। ଉକ୍ତ ବିସ୍ଫୋରକ ଗୁଡ଼ିକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।