Navy ​Helicopter Crash: ମଝି ଆକାଶରେ ଭୟଙ୍କର ଦୁର୍ଘଟଣାରେ । ଅକାଳରେ ଚାଲିଗଲା ୧୦ ଜୀବନ । ଏଭଳି ଏକ ଛାତିଥରା ଘଟଣା ଘଟିଛି ମାଲେସିଆ ଲୁମୁଟ ନାଭାଲ ବେସ୍ ଅଞ୍ଚଳରେ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଲୁମୁଟ ନାଭାଲ ବେସ୍ ଅଞ୍ଚଳରେ ନୌସନା ପରେଡ଼ ପାଇଁ ଅଭ୍ୟାସ କରୁଥିଲେ । ଠିକ୍ ଏହି ସମୟରେ ମଝି ଆକାଶରେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିଲେ । ଫଳରେ ହେଲିକପ୍ଟରରେ ଥିବା ସମସ୍ତ ୧୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ସକାଳ ଏହି ଦୁର୍ଘଟଣା ଘଟିଛି ବୋଲି ନୌସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍‌ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍‌ରେ ଖସିପଡ଼ିଥିଲା। ଦୁଇଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



ଏହା ବି ପଢନ୍ତୁ- Taiwan Earthquake: ୮୦ଟି ଭୂକମ୍ପ ଝଟକାରେ ଥରିଲା ତାଇୱାନ୍, ତୀବ୍ରତା ରିକ୍ଟର ସ୍କେଲରେ ୬.୩