Road Accident: ଏମିତିବି ଆମେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚାଲିଗଲା ୮ ଜୀବନ। ଭୟଙ୍କର  ସଡ଼କ ଦୁର୍ଘଟଣାରେ (Road Accident) ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଏହାସହ କିଛି ନିଖୋଜ ମଧ୍ୟ ରହିଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ (Ndrf) ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଉତ୍ତରାଖଣ୍ଡର ଉତ୍ତରକାଶୀରେ (Uttarkashi bus Accident) ଏକ ଯାତ୍ରୀବାହୀ ବସ୍ ଘାଇକୁ ଖସିବାରୁ ୮ ଜଣ ଯାତ୍ରୀଙ୍କ (8 killed in Uttarkashi bus Accident) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

Also Read: Horoscope Today Aug 21 2023: ଧନଲାଭର ଯୋଗ ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?


ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଗୁଜୁରାଟର ଉତ୍ତରାଖଣ୍ଡର ଉତ୍ତରକାଶୀ ଅଭିମୁଖେ ରବିବାର ଦିନ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ବସଟି ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନିଠାରେ ପହଞ୍ଚିବା ସମୟରେ ହଠାତ୍ ଭାରସାମ୍ୟ ହାରାଇ ୧୫୦ ମିଟର ତଳ ଏକ ଘାଇକୁ ଖସି ପଡିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଉଦ୍ଧାର ଦଳକୁ ଖବର ଦେଇଥିଲେ । ପୋଲିସ୍ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରସନ୍ ଆରମ୍ଭ କରିଥିଲା।  ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀଙ୍କୁ ଏନଡିଆରଫ ଟିମ୍ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ସେପଟେ, ଘଟଣାସ୍ଥଳରେ  ଉତ୍ତରକାଶିରେ ଏସଏସପି ଅରପାନ ଯାଦବ, ଏସପି ଓ ଏସଡିମ୍  ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।  ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।  ଏହାସହ  ଦୁର୍ଘଟଣା ନେଇ ଏକ ହେଲଫ୍ ଲାଇନ୍ ନମ୍ବର ଜାରି କରାଯାଇଛି। 



ଗତକାଲି ମଧ୍ୟ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ତୀର୍ଥଯାତ୍ରୀ ବସକୁ ପିଟିଲା ଆଉ ଏକ ତୀର୍ଥଯାତ୍ରୀ ବସ । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ (Bhelora Chowk) ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା (Accident) । ଗୁରୁତର ୧୦ ଜଣ ଯାତ୍ରୀଙ୍କୁ ବସ୍ତା ମେଡ଼ିକାଲରେ (Basta Hospital) ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରବିବାର ଦିନ ଭୋର ସମୟରେ ଜ୍ୟୋତି ଟ୍ରାଭେଲର୍ସ ନାମକ ଏକ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ (Bihar to Puri) ଅଭିମୁଖେ ଯାଉଥିଲା । ଏହି ସମୟରେ ୧୬ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବା ସହ ଗୋଟିଏ ପାର୍ଶ୍ବର ରାସ୍ତା ବନ୍ଦ ଥିବା ଦେଖି ଗାଡ଼ିର ସ୍ପିଟ୍ କମ୍ କରିବା ନେଇ ବ୍ରେକ୍ ମାରିଥିଲେ ଡ୍ରାଇଭର । ଠିକ୍ ଏହି ସମୟରେ ସାୟନ ସାୟନ୍ତିକା ନାମକ ଏକ ତୀର୍ଥଯାତ୍ରୀ ବସଟି ପଛରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଜ୍ୟୋତି ଟ୍ରାଭେଲର୍ସ ବସକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବସ୍ତା ଡ଼ାକ୍ତରଖାନାରେ (Basta Hospital) ଭର୍ତ୍ତି କରାଯାଇଛି । ଅନ୍ୟପଟେ ସାୟନ ସାୟନ୍ତିକା ୪୦ ଜଣ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ  (kolkata 24 pargana to Puri ) ଯାଉଥିବା ଜଣାପଡ଼ିଛି । ଦୁର୍ଘଟଣା ଖବର ପାଇବା ପରେ ବସ୍ତା ପୋଲିସ (Basta Police) ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ପୋଲିସ ଉଭୟ ବସରେ ଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ଲାଗି ପ୍ରୟାସ ଜାରି ରଖିଛି ।