Accident News: ନୂଆଦିଲ୍ଲୀ: ଲଖନୋରୁ ଗୋଲା ଅଭିମୁଖେ ଯାଉଥିବା ଏକ ଘରୋଇ ବସରେ ଗୁରୁବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ହରଗାଓଁର ମୁଖ୍ୟ ଛକ ନିକଟରେ ବସର ଏକ ପାଇପରୁ ଡିଜେଲ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ପ୍ରାଣ ବଞ୍ଚାଇବା ପାଇଁ ଯାତ୍ରୀମାନେ ବସର ଝରକା ଭାଙ୍ଗି ବାହାରକୁ ବାହାରି ଆସିଥିଲେ। ଫଳରେ ସବୁ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଏହି ବସ୍ ଗୋଲା ଡିପୋରୁ ଆସିଥିଲା ​​ଏବଂ ଏଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲାଖୀପୁରରୁ ଆସିଥିଲେ। ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ବହୁ ଯାତ୍ରୀଙ୍କ ଲଗେଜ୍ ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ପରିବହନ ଅଧିକାରୀ ରାକେଶ ବର୍ମା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା କୌଣସି ସୂଚନା ନାହିଁ। ଘଟଣାର ତଦନ୍ତ କରାଯାଉଛି। ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି।


ଅନ୍ୟପଟେ ନିଆଁ ଲାଗିବା ପରେ ବସ୍ ଡ୍ରାଇଭର ଗୋଖର ମହେନ୍ଦ୍ର କୁମାର ଏବଂ ହାଇଦ୍ରାବାଦର କଣ୍ଡକ୍ଟର ପ୍ରେମଚନ୍ଦ୍ର ପ୍ରିମି ଖସି ପଳାଇ ଯାଇଛନ୍ତି। ବସ୍ ରେ ନିଆଁ ଲାଗିବା ପରେ  ଉଭୟ ପାର୍ଶ୍ୱରେ ରାସ୍ତା ଜାମ୍ ହୋଇଯାଇଥିଲା।