Adani Group: ଓଡ଼ିଶାରେ ଏକ ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା କରିବା ପାଇଁ ୫୭ ହଜାର ୫୭୫ କୋଟି ଟଙ୍କା ନିବେଶ କରିବ ଆଦାନୀ ସମୂହ। ଏନେଇ କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ଗଣମାଧ୍ୟମ ବିବୃତ୍ତିରେ କୁହାଯାଇଛି ଯେ ବକ୍ସାଇଟ୍ ଖଣି ନିକଟରେ ୪ ନିୟୁତ ଟନ୍ ଆଲୁମିନା ବିଶୋଧନାଗାର ଏବଂ ଲୁହାପଥର ପ୍ରକଳ୍ପ ପ୍ରତିଷ୍ଠା କରାଯିବ। 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାରଙ୍କ ହାଇ-ଲେଭଲ୍ କ୍ଲିୟରାନ୍ସ ଅଥରିଟି ଆଦାନୀ ସମୂହକୁ ଦୁଇଟି ପ୍ରକଳ୍ପ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛି। ବାର୍ଷିକ ୪ ନିୟୁତ ଟନ୍ ଆଲୁମିନା ବିଶୋଧନାଗାର ଏବଂ ୩୦ ମିଲିୟନ୍ ଟନ୍ ଲୁହା ଖଣି ପ୍ରକଳ୍ପ ଏଥିରେ ସାମିଲ ରହିଥିବା କୁହାଯାଇଛି। ଗତ ୧୯୮୦ ଦଶକରୁ ଆରମ୍ଭ ହୋଇଥିବା ଆଦାନୀ ସମୂହ ବର୍ଷ ବର୍ଷ ଧରି ବନ୍ଦର, ବିମାନବନ୍ଦର, ଶକ୍ତି, ଅକ୍ଷୟ ଶକ୍ତି, ଗ୍ୟାସ୍ ବଣ୍ଟନ, ଡାଟା କେନ୍ଦ୍ର ଏବଂ ସମ୍ପ୍ରତି ସିମେଣ୍ଟ ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ରହିଛି।


ଓଡି଼ଶାରେ ନିବେଶ କରିବା ପ୍ରସଙ୍ଗରେ  ପ୍ରତିକ୍ରିୟା ରଖି ଆଦମୀ ସମୂହ ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି ଯେ ଓଡିଶା ହେଉଛି ଆମର ଅନ୍ୟତମ ରଣନୀତିକ ରାଜ୍ୟ ଯେଉଁଥିରେ ଆମେ ପୁଞ୍ଜି ବିନିଯୋଗ କରିବା ଜାରି ରଖିଛୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ପାଇଥିବା ସମର୍ଥନକୁ ଆମେ ସର୍ବଦା ପ୍ରଶଂସା କରୁଛୁ। ଧାତ ହେଉଛି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ଯେଉଁଥିରେ ଦେଶ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ଏବଂ ଏହି ପ୍ରକଳ୍ପ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ସହିତ ସମାନ।


ଶକ୍ତି କ୍ଷେତ୍ରରେ ନିବେଶ ନବୀକରଣଯୋଗ୍ୟ ଶକ୍ତି ପାଇଁ ମହତ୍ୱପୂର୍ଣ୍ଣ। ଯାହାକୁ ଆମେ ଯେକୌଣସି ସ୍ଥାନରେ ସବୁଜ ଆଲୁମିନା ଉତ୍ପାଦନ କରିବାରେ ବ୍ୟବହାର କରିପାରିବା। ଓଡିଶାରେ ୫୭ ହଜାର ୫୭୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ୯୩୦୦ ପ୍ରତ୍ୟକ୍ଷ ଏବଂ ପ୍ରାୟ ୧୦ ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସମ୍ଭାବ୍ୟ ବକ୍ସାଇଟ୍ ରିଜର୍ଭ କିମ୍ବା କାର୍ଯ୍ୟକ୍ଷମ ଖଣି ପରିସରରେ ସ୍ଥାପିତ ହେବାକୁ ଥିବା ଆଲୁମିନା ରିଫାଇନାରୀ ସ୍ମେଲଟର ଗ୍ରେଡ୍ ଅର୍ଥାତ ଧାତବ ଶ୍ରେଣୀର ଆଲୁମିନା ଉତ୍ପାଦନ କରିବ। ଲୁହାପଥର ପ୍ରକଳ୍ପ ଲୁହାପଥର କଂକ୍ରିଟ, ପାଇପଲାଇନ, ଜଳ ନିଷ୍କାସନ ଲାଗି ପେଲେଟ୍ ପ୍ଲାଣ୍ଟ ରହିବ। ଏହି ଲୁହା ପଥର ପ୍ରକଳ୍ପ କେଉଁଝର ଜିଲ୍ଲାର ଦେଓଝର ଏବଂ ପେଲେଟ ପ୍ଲାଣ୍ଟ ଭଦ୍ରକ ଜିଲ୍ଲାର ଧାମାରା ଠାରେ ପ୍ରତିଷ୍ଠା କରାଯିବ। ଉଭୟ ଲୁହା ପଥର ପ୍ରକଳ୍ପକୁ ଏକ ପାଇପ ଲାଇନ ସହ ଯୋଡା଼ଯିବ। 


ଆଦାନୀ ସମୂହର ଏହି ପ୍ରକଳ୍ପ ଓଡିଶା ଭିଜନ ୨୦୩୦ ସହ ଯୋଡ଼ି ହୋଇଛି। ଓଡିଶାରେ ଆଦାନୀ ସମୂହ ପକ୍ଷରୁ ପ୍ରତିଷ୍ଠା ହେବାକୁ ରହିଥିବା ପ୍ରକଳ୍ପ ରାଜ୍ୟର ବିକାଶ ତଥା ସାମଗ୍ରିକ ସାମାଜିକ-ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି। ଦେଶରେ ଖଣି ଖାଦାନ କ୍ଷେତ୍ରରେ ଓଡିଶା ହେଉଛି ଏକ ସମୃଦ୍ଧ ରାଜ୍ୟ। ଯେଉଁଠି ଲୁହା ପଥର ଏକ ବକ୍ସାଇଟ ଭଳି ଧାତବ ପଦାର୍ଥ ଭରପୂର ମାତ୍ରାରେ ରହିଛି।