Maldives Controversy: ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂରା ଦେଶ ଏକ ହୋଇ ଛିଡ଼ା ହୋଇଛି। ମାଳଦ୍ୱୀପକୁ ସଂଖ୍ୟାଧିକ ମାତ୍ରାରେ ବିମାନ ଟିକେଟ ବାତିଲ ହେଉଛି। ହୋଟେଲ ମଧ୍ୟ କ୍ୟାନସଲ ହେଉଛି। ଏଭଳି ସ୍ଥଳେ ନିଜ ଦେଶକୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ଅପିଲ କରିଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। 


COMMERCIAL BREAK
SCROLL TO CONTINUE READING

ବିବାଦ ମଧ୍ୟରେ ୫ ଦିନିଆ ଗସ୍ତରେ ଚୀନ ଯାତ୍ରା କରିଛନ୍ତି ମହମ୍ମଦ ମୁଇଜ୍ଜୁ। ସରକାରୀ ଗସ୍ତର ଦ୍ୱିତୀୟ ଦିନରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଙ୍ଗଳବାର ଦିନ ଫୁଜିଆନ୍ ପ୍ରଦେଶରେ 'ମାଲଦ୍ୱୀପ ବ୍ୟବସାୟ ଫୋରମ୍'କୁ ସମ୍ବୋଧିତ କରି ଚୀନ୍‌କୁ ଦ୍ୱୀପପୁଞ୍ଜର ନିକଟତମ ସହଯୋଗୀ ବୋଲି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ଚୀନ୍ ଆମର ନିକଟତମ ସହଯୋଗୀ ତଥା ବିକାଶ ସହଭାଗୀମାନଙ୍କ ମଧ୍ୟରୁ ଅନ୍ୟତମ।


ମହମ୍ମଦ ମୁଇଜୁ ୨୦୧୪ରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ଆରମ୍ଭ ହୋଇଥିବା 'ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍' (ବିଆରଆଇ) ପ୍ରକଳ୍ପକୁ ପ୍ରଶଂସା କରି କହିଛନ୍ତି ଯେ ସେ (ସି ଜିନପିଙ୍ଗ) ମାଳଦ୍ୱୀପ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ଏପରିକି ଭାରତ ସହିତ ଚାଲିଥିବା ବିବାଦ ମଧ୍ୟରେ ମାଳଦ୍ୱୀପକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ଶ୍ରୀ ମୋଇଜ୍ଜୁ। ମୋଇଜ୍ଜୁଙ୍କ ସରକାରୀ ୱେବସାଇଟ ଅନୁଯାୟୀ କୋରୋନା ପୂର୍ବରୁ ଚୀନର ସର୍ବାଧିକ ପର୍ଯ୍ୟଟକ ଆମ ଦେଶକୁ ଆସୁଥିଲେ। ଏହା ସହିତ ମୋର ଅପିଲ ରହିବକି ଚୀନ ଏଭଳି ସ୍ଥିତିରେ ପୁନର୍ବାର ଏହି ସ୍ଥିତିକୁ ଫେରାଇବାରେ ସହଯୋଗ କରିବ। 


ସେହିପରି ମାଳଦ୍ୱୀପର ମିଡ଼ିଆ ରିପୋର୍ଟ ଅନୁଯାୟୀ ଉଭୟ ଦେଶ ହିନ୍ଦ ମହାସାଗର ଦ୍ୱିପରେ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ପାଇଁ ୫ କୋଟିର ଆମେରିକୀୟ ଡଲାରର ଚୁକ୍ତି କରିଛନ୍ତି। ଚୀନ୍ ପର୍ଯ୍ୟଟକଙ୍କ ପାଇଁ ମୁଇଜୁଙ୍କ ଆବେଦନ କୂଟନୈତିକ ଧାଡିରେ ଆସିଛି ଯେତେବେଳେ କିଛି ମାଲଦ୍ୱୀପ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏଠାରେ କହି ରଖୁ କି ମୋଦୀ ଲାକ୍ଷାଦ୍ୱୀପ ଗସ୍ତ ସମୟରେ ଏକ ନିର୍ମଳ ବେଳାଭୂମିରେ ନିଜର ଏକ ଭିଡିଓ ସେୟାର କରିଥିଲେ। ଯାହାକୁ ନେଇ ମାଳଦ୍ୱୀପର ମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ।