ରାଞ୍ଚି: ଝାଡ଼ଖଣ୍ଡର (Jharkhand) ଦୁମକା (Dumka) ଜିଲ୍ଲା ଘଟଣା ମନରୁ ନ ଲିଭୁଣୁ ଗଡଓ୍ୱା (Garhwa) ଜିଲ୍ଲାରୁ ଆସିଛି ଅନୁରୂପ ଘଟଣା। ଗଢଓ୍ୱା (Garhwa) ଜିଲ୍ଲାରେ ଜଣେ ଯୁବକଙ୍କୁ ପେଟ୍ରୋଲ (Petrol) ଢାଳି ଜିଅନ୍ତା ଜାଳିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯଦିଓ ଏହି ଦୁର୍ଘଟଣାରେ ଯୁବକ ଜଣକ ରକ୍ଷା ପାଇ ଯାଇଛନ୍ତି। କିନ୍ତୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଉକ୍ତ ଯୁବକଙ୍କୁ ନିକଟସ୍ଥ ନାଗର ଉଣ୍ଟାରୀ ସବ-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ  ତାଙ୍କୁ ଗଢଓ୍ୱା ସଦର ଡାକ୍ତରଖାନାକୁ ପଠାଯାଇଥିଲା। ଯୁବକ ଜଣକ ହେଉଛନ୍ତି ନଗରଉଣ୍ଟାରୀ ପୋଲିସ ଷ୍ଟେସନ ଅଞ୍ଚଳର ଚିତବିଶ୍ରମ ଗ୍ରାମର ଦୀପକ ସୋନି ବୋଲି ଜଣାପଡ଼ିଛି। ଘଟଣାର ସୂଚନା ପାଇବା ମାତ୍ରେ ଷ୍ଟେସନ ଦାୟିତ୍ୱରେ ଥିବା ଯୋଗେନ୍ଦ୍ର କୁମାର ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ସୂଚନା ନେଇଥିଲେ। ଏହି ଘଟଣାରେ ଅନ୍ୟ ଜଣେ ଯୁବକ କସାମୁଦ୍ଦିନ ଅନସାରୀ ମଧ୍ୟ ଗୁରୁତରଙ୍କ ଗୋଡ ମଧ୍ୟ ଆଂଶିକ ଜଳି ଯାଇଛି।


COMMERCIAL BREAK
SCROLL TO CONTINUE READING

ଗଢଓ୍ୱା ଜିଲ୍ଲାର ନାଗର ଉଣ୍ଟାରି ଥାନା ଅଞ୍ଚଳରେ ଚିତବିଶ୍ରାମ ଗାଁରେ ଶୁକ୍ରବାର ରାତିରେ ଅନ୍ୟ ଜାତିର ଲୋକମାନେ ଜିଅନ୍ତା ଜଳାଇବାକୁ ପ୍ରୟାସ କରିଥିଲେ। ଏହି ଘଟଣାରେ ସେ ଗୁରୁତର ହୋଇ ପଡ଼ିଥିଲେ। ଜଳିଯିବା ପରେ ତାଙ୍କୁ ନାଗର ଉଣ୍ଟାରି ସବ-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଗଢଓ୍ୱା ସଦର ଡାକ୍ତରଖାନାକୁ ପଠାଯାଇଛି।


ନାଗର ଉଣ୍ଟାରୀ ସବ-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଗଢଓ୍ୱା ସଦର ଡାକ୍ତରଖାନାକୁ ପଠାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଷ୍ଟେସନ ଦାୟିତ୍ୱରେ ଥିବା ଯୋଗେନ୍ଦ୍ର କୁମାର ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାରେ ଅନ୍ୟ ପାର୍ଶ୍ୱରୁ କସାମୁଦ୍ଦିନ ଅନସାରୀ ନାମକ ଜଣେ ବ୍ୟକ୍ତିଙ୍କ ଗୋଡ ମଧ୍ୟ ଆଂଶିକ ଜଳି ଯାଇଛି। ଅନ୍ୟ ପକ୍ଷର ଅଭିଯୁକ୍ତ କସାମୁଦ୍ଦିନ ମଧ୍ୟ ପୋଲିସ ଷ୍ଟେସନରେ ପହଞ୍ଚି ଦୀପକ ସୋନିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।


ସେପଟେ ଝାଡ଼ଖଣ୍ଡରେ ଦୈନିକ ଅପରାଧିକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ବୋକାରୋ (Bokaro) ଅଞ୍ଚଳରୁ ଆଉ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ବୋକାରୋ (Bokaro) ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୫ ଜଣ ପୁରୁଷ ବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। କେବଳ ଏତିକି ନୁହେଁ ଉକ୍ତ ପିଡ଼ିତାଙ୍କୁ ଏହି ୫ ଜଣ ଅଭିଯୁକ୍ତ ବନ୍ଧକ ରଖିଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଜରିଡିହ ପୁଲିସ ଜାଣିବା ପରେ ଉକ୍ତ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। 


ପୋଲିସ ସୂଚନା ଦେଇ କହିଛି କି ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ରଜରପ୍ପାରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରିଥାନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ରାଜକୁମା ପ୍ରସାଦ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ସୂଚନା ପ୍ରଦାନ କରିଛି। ମିଳିଥିବା ସୂଚନା ମୁତାବକ ପୀଡ଼ିତା ଜଣକ ଜେନାମୋଡ଼ ଅଞ୍ଚଳର ବାସିନ୍ଦା। ସେ ଘରୋଇ ସାମଗ୍ରୀ ଆଣିବା ପାଇଁ ଗତ ୩୦ ତାରିଖରେ ବାହାରକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଘରକୁ ନ ଫେରିବା କାରଣରୁ ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିଲା। 


ତେବେ ଘଟଣାର ଗୋଟିଏ ଦିନ ପରେ ଅର୍ଥାତ ୧ ତାରିଖରେ ସ୍ଥାନୀୟ ଥାନାରେ ପରିବାର ବର୍ଗ ମାମଲା ରୁଜୁ କରିଥିଲେ। ମାମଲା ପାଇବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଜରିଡିହି ଥାନା ଅଧିକାରୀ ଲଲନ ରବିଦାସଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଆନନ୍ଦ ହେମ୍ବ୍ରମ ପିଡ଼ିତାଙ୍କ ମୋବାଇଲକୁ ଟ୍ରାକ କରି ତଦନ୍ତକୁ ଆଗକୁ ବଢାଇଥିଲେ। ଲୋକେସନ ସମ୍ପର୍କରେ ତଥ୍ୟ ହାସଲ କରିବା ପରେ ଜୋଧାଡିହୀ ଅଞ୍ଚଳରେ ଏକ ଅପରିତ୍ୟକ୍ତ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା।