ନୂଆଦିଲ୍ଲୀ: ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ଚୀନକୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଥିଲେ ଭାରତ ସରକାର । ଏହି କ୍ରମରେ ଚଳିତ ବର୍ଷ ଜୁନ ୨୯ ତାରିଖରେ ଟିକ୍ ଟକ୍(TikTok), ହ୍ୟାଲୋ(Hello),ଲାଇକି (Likee) ଆଦି ୫୯ଟି ଚୀନୀ ଆପ୍ ଉପରେ ବ୍ୟାନ ଲଗାଇଥିଲେ ଭାରତ ସରକାର । ଏବେ ଟିକ୍ ଟକ ଲାଇଟ(Tik Tok Light), କ୍ୟାମ ସ୍କାନର ଆଡଭାନ୍ସ(Cam Scanner Advance) ଆଦି ୪୭ ଚୀନୀ ଆପ୍ ଉପରେ କଟକଣା ଜାରି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଚଳିତ ମାସ ଜୁଲାଇ ୨୪ ତାରିଖ ଶୁକ୍ରବାର ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି। ଭାରତୀୟ ବଜାରରେ ନିବେଶ କରିବା ପୂର୍ବରୁ ଚୀନ ଉଦ୍ୟୋଗୀଙ୍କ ଲାଗି ସମସ୍ତ ରାସ୍ତା ବନ୍ଦ କରିବା ଯୋଜନାରେ ରହିଛନ୍ତି ଭାରତ ସରକାର। କିଛି ଦିନ ପୂର୍ବେ "ଜେନେରାଲ ଫାଇନାନ୍ସିଆଲ ରୁଲ୍ସ ୨୦୧୭"(General Financial Rules 2017) ଆଇନର ସଂଶୋଧନ କରିଛନ୍ତି । ଯାହା ଫଳରେ ଭାରତୀୟ ବଜାରରେ କାରବାର କରିବା ଏବେ ଚୀନ ଲାଗି କଷ୍ଟକର ହୋଇଯାଇଛି।    
  
ଏନେଇ ଜାରି ହୋଇଥିବା ଆଦେଶରେ କୁହାଯାଇଛି, "ଭାରତର ସ୍ଥଳସୀମାକୁ ଲାଗି ଥିବା ଯେ କୌଣସି ଦେଶ ଭାରତୀୟ ବଜାରରୁ ଯେ କୌଣସି ଦ୍ରବ୍ୟ କିମ୍ବା କ୍ରୟ କରିପାରିବେ । ଏହା ପରାମର୍ଶଦାତା କିମ୍ବା ଅଣ ପରାମର୍ଶଦାତା ହୋଇପାରେ । ଏ କ୍ଷେତ୍ରରେ ନିଲାମଧାରୀ ପ୍ରାଧିକାରିକ ଭାବେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ । "


ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗର ପଞ୍ଜୀକୃତ କମିଟି (Department for Promotion of Industry and Internal Trade-DPIIT) ଦ୍ୱାରା କୌଣସି ନିଲାମଧାରୀ କିମ୍ବା ବ୍ୟବସାୟୀଙ୍କ ପଞ୍ଜୀକରଣ କରାଯିବ । ଏହା ସହିତ କେନ୍ଦ୍ର ଗୃହ ଏବଂ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ଏବଂ ରାଜନୈତିକ ଅନୁମତି ନେବାକୁ ହେବ ।  


ଦେଶରେ ଚୀନୀ ଆପ୍ ଉପରେ କଟକଣା ଜାରି କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ଏହା ଦ୍ୱାରା ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ରହିଛି । ଏହା ସହିତ ପ୍ରତିରକ୍ଷା କ୍ଷେତ୍ର ଏବଂ ନାଗରିକଙ୍କ ସୁରକ୍ଷା ଏହା ଦ୍ୱାରା ବିପଦଗ୍ରସ୍ତ ହୋଇପାରେ ।


ନିକଟରେ ଜଣାପଡିଛି କେତେକ ଆପ ପଟୁ ଦେଶର ସୁରକ୍ଷା ପ୍ରତି ବିପଦ ରହିଛି । ଏନେଇ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଏ ସମ୍ପର୍କିତ ଅଭିଯୋଗ ମିଳିସାରିଛି । ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମ  (Android and iOS platforms) ଆଦି ଉପକରଣରେ ଉପଲବ୍ଧ ହେଉଥିବା ଏପରି କିଛି ଆପକୁ ଚିହ୍ନଟ କରାଯାଇଛି । ଯାହା ମାଧ୍ୟମରେ ଏହାକୁ ବ୍ୟବହାର କରୁଥିବା ବ୍ୟବହାରୀଙ୍କ ସହ ଜଡିତ ତଥ୍ୟ ଦେଶ ବାହାରକୁ ପଠାଯାଉଥିବା ନେଇ ଅଭିଯୋଗ ହୋଇଛି।