Bharat Bandh : ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ପ୍ରଦର୍ଶନ ଚାଲିଛି। ବିଭିନ୍ନ ସ୍ଥାନରେ ଲୋକମାନେ ହିଂସା ପ୍ରଦର୍ଶନ କରୁଛନ୍ତି। ରବିବାର ଅଗ୍ନିପଥ ଯୋଜନାରେ ପ୍ରଦର୍ଶନର ଚତୁର୍ଥ ଦିନ ଥିଲା। ପ୍ରଦର୍ଶନ ସମୟରେ ସରକାରୀ ସମ୍ପତ୍ତିକୁ କ୍ରମାଗତ ଭାବରେ ଟାର୍ଗେଟ କରାଯାଇଥିଲା। ଏଥି ସହିତ ଜୁନ୍ ୨୦ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଉତ୍ତର ପ୍ରଦେଶ ଏବଂ ବିହାରରେ ଅଧିକ ହିଂସା ଘଟିଛି ଏବଂ ଏହାକୁ ଦୃଷ୍ଟିରେ ରଖି ସହି ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ନିକଟରେ ସେନା (Indian Army) ରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ସାରା ଦେଶରେ ଯୁବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ରେଳ ପୋଡାଜଳା ସହ ରାସ୍ତାରେ ଭଙ୍ଗାରୁଜା କରୁଛନ୍ତି। ବିହାର, ଉତ୍ତର ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ମଧ୍ୟ କରାଯାଇଛି। ସାରା ଦେଶରେ ଏହି ଯୋଜନା (Agnipath Scheme) ବିରୋଧରେ  ଅନେକ ସଂଗଠନ ସୋମବାର (ଜୁନ୍ ୨୦) ରେ ଭାରତ ବନ୍ଦ ଡାକରା ଦିଆଯାଇଛି। 


Also Read: ଅଗ୍ନିପଥ ଯୋଜନାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପିଏମ ମୋଦି; ଜାଣନ୍ତୁ କ'ଣ କହିଲେ


ଭରତ ବନ୍ଦ (Bharat Bandh) ଘୋଷଣା ପରେ ରାଜ୍ୟରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡରେ ବହୁ ସଂଖ୍ୟାରେ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି। ରେଳବାଇକୁ କ୍ଷତିରୁ ରକ୍ଷା କରିବା ପାଇଁ GRP ଏବଂ RPF ମଧ୍ୟ ପ୍ରସ୍ତୁତ ହୋଇଛି। ଉତ୍ତର ପ୍ରଦେଶ ସମେତ ୧୩ଟି ରାଜ୍ୟକୁ ଆଲର୍ଟ କରାଯାଇଛି। ଭାରତ ବନ୍ଦ ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି।


ସୂଚନାଯୋଗ୍ୟ, ଗତ ସପ୍ତାହରେ କେନ୍ଦ୍ର ସରକାର ସେନା ନୁଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ। ଏହି ଯୋଦନା ଅଧିନରେ ସାଢେ ୧୭ରୁ ୨୩ ବର୍ଷର ଯୁବକ ଯୁବତୀଙ୍କୁ ଭାରତୀୟ ସେନାରେ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ତେବେ ଏହି ସ୍ୱଳ୍ପ ଅବଧି ନୁଯୁକ୍ତିକୁ ବିରୋଧ ଓ ଭାରତୀୟ ସେନା ଭଳି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଆଶାୟୀମାନେ ଦାବି କରିଛନ୍ତି। ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ପରେ ସରକାର ନିୟମରେ ସାମାନ୍ୟ ବଦଳି କରିବା ସହ କିଛି ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।