ନୂଆଦିଲ୍ଲୀ: ଏୟାର ଏସିଆକୁ ଅଧିଗ୍ରହଣ କରିବ ଏୟାର ଇଣ୍ଡିଆ । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ Competition Commission of India (CCI)ର ମଞ୍ଜୁରୀ ପାଇଁ ଆବେଦନ କରିଥିବା ଜଣାପଡିଛି । ପୂର୍ବରୁ ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ମାଲିକାନା ହାତେଇବାରେ ସଫଳ ହୋଇଥିବା ଟାଟା ସନ୍ସ ଏବେ ବିମାନ ସେବାର ବୃହତ୍ ଭାଗକୁ ନିଜ ଅଧୀନକୁ ଆଣିବାକୁ
ଉଦ୍ୟମ ଆରମ୍ଭ କରିଛି । ସେଥିପାଇଁ  ଏୟାର ଇଣ୍ଡିଆ ଓ ଏୟାର ଏସିଆକୁ ମିଶ୍ରଣ କରି ଏକକ ବିମାନ କମ୍ପାନୀରେ ପରିଣତ କରିବାକୁ ଚାହିଁଛି ।


COMMERCIAL BREAK
SCROLL TO CONTINUE READING

CCIରେ ଦାଖଲ କରାଯାଇଥିବା ନୋଟିସ ଅନୁଯାୟୀ, ପ୍ରସ୍ତାବିତ ମିଶ୍ରଣରେ ଏୟାର ଇଣ୍ଡିଆ ଏୟାର ଏସିଆ ଇଣ୍ଡିଆର ସମଗ୍ର ଇକ୍ୱିଟି ସେୟାର ଅଧିଗ୍ରହଣ କରିବ । ଟାଟା ସନ୍ସ ମାଲିକାନାରେ ରହିଛି ଏହି ଏୟାର ଇଣ୍ଡିଆ । ଏବେ ଟାଟା ସନ୍ସ ହାତରେ ଏୟାର ଏସିଆ ଇଣ୍ଡିଆର ଇକ୍ୱିଟି ସେୟାରର ୮୩.୬୭ ପ୍ରତିଶତ ଅଂଶଧନ ରହିଛି । ଅବଶିଷ୍ଟ ୧୬.୩୩ ପ୍ରତିଶତ ଏୟାର-ଏସିଆ ଇନଭେଷ୍ଟମେଣ୍ଟ ଲିମିଟେଡ (AAIL)ନିକଟରେ ରହିଛିସେଥିପାଇଁ ଏୟାର ଇଣ୍ଡିଆ ୧୦୦ ପ୍ରତିଶତ ଅଂଶଧନ ହାସଲ କରିବା ପାଇଁ ସିସିଆଇ ନିକଟରେ ପହଞ୍ଚିଛି।


ଡିସେମ୍ୱର ୨୦୨୦ରେ ଟାଟା ସନ୍ସ ଏୟାର ଏସିଆ ଇଣ୍ଡିଆରେ ନିଜର ଅଂଶଧନକୁ ୮୩.୬୭ ପ୍ରତିଶତକୁ ବୃଦ୍ଧି କରିଛି । ଜୁନ୍ ୨୦୧୪ରେ ଦେଶରେ ଏୟାର ଏସିଆ ନିଜର ଯାତ୍ରୀ, କାର୍ଗୋ ପରିବହନ, ଚାର୍ଟର୍ ଫ୍ଲାଇଟ୍ ସେବା ଆରମ୍ଭ କରିଥିଲା । ଏହାର କୌଣସି ଇଣ୍ଟରନ୍ୟାସନାଲ ସେବା ନାହିଁ । ଏୟାର ଏସିଆ ଭାରତରେ ସେବା ଯୋଗାଉଥିବା ବିମାନ ସଂସ୍ଥାଗୁଡିକ ମଧ୍ୟରେ ସବୁଠୁ କମ ମୂଲ୍ୟରେ ସେବା ଯୋଗାଇବା ପାଇଁ ଯାତ୍ରୀଙ୍କ ଆଦୃତି ଲାଭ କରିଛି ।



ଚଳିତ ବର୍ଷ ଜାନୁଆରୀରେ ଟାଟା ଗ୍ରୁପ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଅଧିଗ୍ରହଣ କରିଥିଲା । ଅକ୍ଟୋବର ୨୦୨୧ରେ, ଟାଟା ସନ୍ସ ଏୟାର ଇଣ୍ଡିଆ ପାଇଁ ବିଡ୍ ଦାଖଲ କରିଥିଲା । ୧୮ଶହ କୋଟିର ବିଡରେ ଏହି ଡିଲ୍ ଫାଇନାଲ ହୋଇଥିଲା । ଏହାପରେ ଜାନୁୟାରୀ ୨୭ରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିଥିଲା ଟାଟା ସନ୍ସ । (Bharat Bhusan Parida)