ୱାଶିଂଟନ: ମହାକାଶରୁ ପୃଥିବୀ ଆଡକୁ ମାଡି ଆସୁଛି ବୋଇଂ ୭୩୭ ବିମାନ (Boeing-737 Jet) ଭଳି ଏକ କ୍ଷୁଦ୍ରଗ୍ରହ । ଏନେଇ ଆମେରୀକୀୟ ମହାକାଶ ଗବେଷଣା ସଂସ୍ଥା ନାସା (American Space Agency NASA) ପକ୍ଷରୁ କୁହାଯାଇଛି କ୍ଷୁଦ୍ରଗ୍ରହ ୨୦୨୦ ଆରକେ୨ (Asteroid 2020 RK2) ପୃଥିବୀ ଆଡକୁ ଘଣ୍ଟାପ୍ରତି ୧୪୯୪୨ ମାଇଲ ବେଗରେ ମାଡିଆସୁଛି । ପୃଥିବୀର କକ୍ଷରେ ଏହା ଚଳିତ ବର୍ଷ ଅକ୍ଟୋବର ୭ ତାରିଖରେ ପ୍ରବେଶ କରିବାର ସମ୍ଭାବନା ରହିଛି ।   


COMMERCIAL BREAK
SCROLL TO CONTINUE READING

ଏହା ଦ୍ୱାରା ହେବାକୁ ଥିବା କ୍ଷୟକ୍ଷତି ହେବା ସମ୍ପର୍କରେ ମତ ରଖି ନାସା ପକ୍ଷରୁ କୁହାଯାଇଛି ଏହା ଦ୍ୱାରା କୌଣସି କ୍ଷତି ହେବାର ନାହିଁ । ହେଲେ ଏହାର  ଗତିବିଧି ଉପରେ ନଜର ରଖିବାକୁ ହେବ । ଏହି କ୍ଷୁଦ୍ର ଗ୍ରହର ବ୍ୟାସ ୩୬-୮୧ ମିଟର, ଚଉଡା ୧୧୮-୨୬୫ ଫୁଟ । ସିଧାସଳଖ ଭାବେ କହିବାକୁ ଗଲେ ଏହାର ଆକାର ବୋଇଂ ୭୩୭ ଯାତ୍ରୀ ବିମାନ (Boeing-737 Passenger Plane) ଠାରୁ ବଡ।    


ଏହା ସହିତ ନାସା ପକ୍ଷରୁ କୁହାଯାଇଛି ଏହି କ୍ଷୁଦ୍ର ଗ୍ରହ ଦ୍ୱାରା ପୃଥିବୀରେ କୌଣସି କ୍ଷୟକ୍ଷତି ହେବାର ସମ୍ଭାବନା ବହୁତ କମ ରହିଛି । ଏହା ପ୍ରଥମେ ଗତ ସେପ୍ଟମ୍ବର ମାସରେ ଦୃଶ୍ୟମାନ ହୋଇଥିଲା । ଯଦିଓ ଏହି କ୍ଷୁଦ୍ର ଗ୍ରହ ପୃଥିବୀର ନିକଟତର ହେଉଛି, ହେଲେ ଏହା ପୃଥିବୀ ପୃଷ୍ଠରେ ଦେଖାଯିବ ନାହିଁ । ଇଷ୍ଟ ଷ୍ଟାଣ୍ଡାର୍ଡ ଟାଇମ (Eastern Standard Time) ଅନୁସାରେ ଦ୍ୱିପ୍ରହର ୧ଟା ୬ ମିନିଟ ଏବଂ ବ୍ରିଟିଶ ସମର ଟାଇମ (British Summer Time) ଅନୁସାରେ ସନ୍ଧ୍ୟା ୬ଟା ୧୨ ମିନିଟ ସମୟରେ ଏହା ପୃଥିବୀର ବେଶ ନିକଟତର ହୋଇ ଗତିକରିବ ।  


ନାସାର କହିବା ଅନୁସାରେ ଏହି ଘଟଣା ପରେ ୨୦୨୭ ଅଗଷ୍ଟ ପର୍ଯ୍ୟନ୍ତ ଏପରି କ୍ଷୁଦ୍ର ଗ୍ରହ ପୃଥିବୀ କକ୍ଷରେ ପ୍ରବେଶ କରିବ ନାହିଁ । ସେପ୍ଟମ୍ବର ୨୪ ତାରିଖରେ ମଧ୍ୟ ଏପରି ଏକ କ୍ଷୁଦ୍ର ଗ୍ରହ  ପୃଥିବୀ ଠାରୁ ୨୨ ହଜାର କିଲୋମିଟର ଦୂରରେ ଅତିକ୍ରମ କରିଥିଲା । ଯାହାର ଆକାର ଏକ ସ୍କୁଲ ବସ ଭଳି ଥିଲା ।