All Party Meet: ସୁରୁଖୁରୁରେ ସଂସଦ କାର୍ଯ୍ୟ ଚଳାଇବାକୁ ନିବେଦନ କଲେ ସରକାର
All Party Meet: ଆଦାନୀ ଦଳ ବିରୋଧରେ ଲାଞ୍ଚ ଅଭିଯୋଗ ଉପରେ ଆଲୋଚନା କରିବାକୁ ବିରୋଧୀ ଦଳ କରୁଥିବା ଦାବି ମଧ୍ୟରେ ସରକାର ରବିବାର କହିଛନ୍ତି ଯେ, ଉଭୟ ଗୃହର ବ୍ୟବସାୟ ପରାମର୍ଶଦାତା କମିଟି ଶୀତ ଅଧିବେଶନରେ ଆଲୋଚନା ପାଇଁ ନିଷ୍ପତ୍ତି ନେବେ। ସଂସଦର କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସରକାର ସମସ୍ତ ଦଳ ଗୁଡିକୁ ନିବେଦନ କରିଛନ୍ତି।
All Party Meet: ସୋମବାରରୁ ଶୀତ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଶାସକ ଦଳର ନେତାମାନେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଭେଟି ଏକ ବୈଠକ କରିଥିଲେ। ଏହି ବୈଠକ ପରେ ସଂସଦର ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗଣମାଧ୍ୟମକୁ କହିଛନ୍ତି ଯେ, ସଂସଦର ସୁଗମ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସରକାର ସମସ୍ତ ପକ୍ଷଙ୍କୁ ନିବେଦନ କରିଛନ୍ତି।
ଆଦାନୀ ପ୍ରସଙ୍ଗ ଉଠାଇବାକୁ ବିରୋଧୀଙ୍କ ଦାବି ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି ଯେ, ଲୋକସଭାର ବାଚସ୍ପତି ତଥା ଅଧ୍ୟକ୍ଷଙ୍କ ସହମତି କ୍ରମେ ସଂସଦରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗଗୁଡ଼ିକ ଉପରେ ଗୃହର ସମ୍ପୃକ୍ତ ବ୍ୟବସାୟିକ ପରାମର୍ଶଦାତା କମିଟି ନିଷ୍ପତ୍ତି ନେବେ। ରାଜ୍ୟସଭା ବୈଠକରେ କଂଗ୍ରେସ ସଦସ୍ୟମାନେ ଆଦାନୀ ଗ୍ରୁପ୍ ବିରୋଧରେ ଲାଞ୍ଚ ଅଭିଯୋଗ ତଥା ମଣିପୁରର ପରିସ୍ଥିତି ମଧ୍ୟ ଉଠାଇଛନ୍ତି। କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି ଯେ, ମୁଁ ମଣିପୁର ବିବାଦ ଏବଂ ଆଦାନୀଙ୍କ ଉପରେ ଆଲୋଚନା କରିବାକୁ ଚାହୁଁଛି। ସେ କହିଛନ୍ତି ଯେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି, କିନ୍ତୁ ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ଉପରେ ସରକାରଙ୍କ ବିଶ୍ୱାସ ରହିଛି। ଉତ୍ତର ଭାରତରେ ପ୍ରଦୂଷଣ ଏବଂ ରେଳ ଦୁର୍ଘଟଣା ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳ ସଂସଦରେ ଆଲୋଚନା କରିବାକୁ ଦାବି କରିଛନ୍ତି।
କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି ଯେ, ତାଙ୍କ ଦଳ ଚାହୁଁଛି ସୋମବାର ସଂସଦ ବୈଠକରେ ଆଦାନୀଙ୍କ ପ୍ରସଙ୍ଗ ପ୍ରଥମେ ଉଠାଯାଉ। ରାଜ୍ୟସଭାର ଅନ୍ୟଜଣେ ସଦସ୍ୟ କହିଛନ୍ତି ଯେ, ଏହା ଦେଶର ଅର୍ଥନୈତିକ ଏବଂ ସୁରକ୍ଷା ସ୍ୱାର୍ଥ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, କାରଣ ଏହାର ସୌର ଶକ୍ତି ପ୍ରକଳ୍ପ ପାଇଁ ଅନୁକୂଳ ଡିଲ୍ ପାଇବା ପାଇଁ କମ୍ପାନୀ ରାଜନେତାଙ୍କୁ 2300 କୋଟିରୁ ଅଧିକ ଟଙ୍କା ଦେଇଛି। ସେ କହିଛନ୍ତି ଯେ, ଉତ୍ତର ଭାରତରେ ପ୍ରବଳ ବାୟୁ ପ୍ରଦୂଷଣ, ମଣିପୁରର ପରିସ୍ଥିତି ନିୟନ୍ତ୍ରଣ ବାହାରେ ଏବଂ ରେଳ ଦୁର୍ଘଟଣା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଛି। ଆପଣଙ୍କୁ କହିରଖୁଛୁ ଯେ, ସଂସଦ ବ୍ୟାପାର ମନ୍ତ୍ରୀ ରିଜିଜୁ ଏହି ବୈଠକ ଡକାଇଥିଲେ। ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡାଙ୍କ ବ୍ୟତୀତ କଂଗ୍ରେସ ନେତା ଜୟରାମ ରମେଶ ଏବଂ ଗୌରବ ଗୋଗୋଇ, ଟି ଶିବ, ହର୍ଷମ୍ରତ କୌର ବାଦଲ ଏବଂ ଅନୁପ୍ରିଆ ପଟେଲ ମଧ୍ୟ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ୨୫ ନଭେମ୍ୱର ସୋମବାର ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ ପାଇଁ ୱାକଫ ସଂଶୋଧନ ବିଲ୍ ସହିତ ୧୬ ଟି ବିଲ୍ ତାଲିକାଭୁକ୍ତ ହୋଇଛି । ବିଚାରାଧୀନ ବିଲ୍ ଗୁଡିକରେ ୱାକଫ୍ (ସଂଶୋଧନ) ବିଲ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ଯାହା ଉଭୟ ଗୃହର ମିଳିତ କମିଟି ଲୋକସଭାରେ ରିପୋର୍ଟ ଦାଖଲ କରିବା ପରେ ଏହାକୁ ବିଚାର ପାଇଁ ତାଲିକାଭୁକ୍ତ କରାଯାଇଛି। ଶୀତ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନରେ କମିଟି ଏହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। କମିଟିର ବିରୋଧୀ ସଦସ୍ୟମାନେ କମିଟିର ରିପୋର୍ଟ ଦାଖଲ କରିବାର ସମୟସୀମା ବୃଦ୍ଧି କରିବାକୁ ଦାବି କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ଜଗଦମ୍ବିକା ପାଲ କମିଟି ବୈଠକରେ ବାଧା ସୃଷ୍ଟି କରୁଛନ୍ତି ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
Also Read- Water Chestnut Benefits: ପାଣି ସିଙ୍ଗଡାରେ ରହିଛି ଅମୂଲ୍ୟ ଗୁଣ, ଜାଣନ୍ତୁ ଖାଇଲେ କ'ଣ ଲାଭ ?
Also Read- Cricket News: ବିରାଟଙ୍କ ବ୍ୟାଟରୁ ଶତକ, ୫୩୪ ରନ୍ ପଛରେ ଧାଉଁଛି ଅଷ୍ଟ୍ରେଲିଆ