Parliament Winter Session 2023: ଆଜି ଲୋକସଭାରେ (lok sabha) ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ସମ୍ଭାବନା ରହିଛି। ବିଜେପି (BJP) ପକ୍ଷରୁ ସମସ୍ତ ଶାସକ ଦଳ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ୱିପ୍‍ (Whip) ଜାରି କରାଯାଇଛି। ସାଧାରଣତଃ କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଯେତେବେଳେ ସଂସଦରେ ଭୋଟର ଆବଶ୍ୟକତା ଥାଏ ସେତେବଳେ ଏପରି ହ୍ୱିପ୍‍ ଜାରି କରାଯାଇଥାଏ। ଏହିକ୍ରମରେ ଆଜି ଅର୍ଥନୀତିକ ବିଲ୍‍ ସମେତ ସଦାଚାର କମିଟିର ରିପୋର୍ଟ ଉପସ୍ଥାପନ ହେବା ନେଇ ସମ୍ଭାବନା ରହିଛି।  


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଲୋକସଭାରେ ଅତିରିକ୍ତ ଅନୁଦାନ ଦାବି ସମ୍ପର୍କିତ ବିଲ୍‍କୁ ଅର୍ଥମନ୍ତ୍ରୀ (Finance Minister) ଉପସ୍ଥାପନ କରିବେ। ଏହାସହ ବିନିଯୋଗ ବିଧେୟକ ୩ ଓ ୪କୁ ମଧ୍ୟ ଉପସ୍ଥାପନ କରାଯିବ। ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଆଜି ସଦନରେ ପୋଷ୍ଟ ଅଫସି ସଂଶୋଧନ ବିଲ୍‍ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ସୋମବାର ଦିନ ଏହି ବିଲ୍‍କୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ଏହି ବିଲ୍‍ ପୋଷ୍ଟ ଅଫିସ କାର୍ଯ୍ୟଧାରାରେ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ ରହିଛି। ବିଶେଷକରି, ପୋଷ୍ଟ ଅଫିସକୁ ଖାଲି ଡାକ ପ୍ରଦାନ ସଂସ୍ଥାରେ ସୀମିତ ନ ରଖି ଏହାକୁ ସେବା ପ୍ରଦାନକାରୀ ସଂସ୍ଥାରେ ପରିଣତ କରିବା ଉଦ୍ଦେଶ୍ୟ ରହିଛି। ଏହାସହ ପୋଷ୍ଟ ଅଫିସ ବ୍ୟାଙ୍କଙ୍ଗ୍ ସେବାରେ ମଧ୍ୟ ସୁଧାର ଆଣିବା ଲାଗି ଏହି ବିଲ୍‍ ଉଦ୍ଦିଷ୍ଟ। ଏହାଦ୍ୱାରା ପୋଷ୍ଟ ଅଫିସରର କାର୍ଯ୍ୟଧାରାରେ ଏକ ବିଶାଳ ପରିବର୍ତ୍ତନ ଆସିବ। ଏହି ବିଲ୍‍ ୧୮୯୮ ଭାରତୀୟ ଡାକ ଆଇନର ସ୍ଥାନ ନେବ।  


Also Read-Weather Update: ଯାଇନି ବାତ୍ୟା 'ମିଗଜୋମ୍' ର ପ୍ରଭାବ, ଆଜି ବି ୮ ଜିଲ୍ଲାରେ ବର୍ଷା !


ଏହାସହ ଆଜି ଲୋକସଭାରେ ଘରୋଇ ସଦସ୍ୟଙ୍କୁ ମଧ୍ୟ ବିଲ୍‍ ଉପସ୍ଥାପନ କରିବା ଲାଗି ସୁଯୋଗ ମିଳିବ। ବିଶେଷକରି ଆଜି ଗୃହର ଦ୍ୱିତୀୟ ଭାଗରେ ସାଂସଦ ମହୂଆ ମୈତ୍ରଙ୍କ (Mahua Moitra) ବିରୁଦ୍ଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ମାମଲାକୁ ନେଇ ସଦାଚାର କମିଟି ଦେଇଥିବା ରିପୋର୍ଟ ଉପସ୍ଥାପନ ହୋଇପାରେ। ଏହି ରିପୋର୍ଟ, ଗତ ସୋମବାର ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଥିଲା। ଏହି ରିପୋର୍ଟରେ ସଦାଚାର କମିଛି ମହୂଆଙ୍କୁ ସଦସ୍ୟ ପଦରୁ ବହିଷ୍କାର କରିବା ଲାଗି ସୁପାରିସ କରିଛି। ବାଚସ୍ପତିଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ମହୂଆଙ୍କ ବିରୁଦ୍ଧରେ ଏପରି କଠୋରତାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ଏହି ମାମଲାରେ ବହିଷ୍କାର କଠୋର ଦଣ୍ଡ ହେବ ବୋଲି ବିରୋଧୀ ଦଳ ନେତା ଏକ ଚିଠି ଲେଖି ବାଚସ୍ପତିଙ୍କୁ ଜଣାଇଛନ୍ତି। ଏପରିକି ଏପରି ଉଦାହରଣ ଆଗରୁ କେବେ ହୋଇନାହିଁ ବୋଲି ସେ କହିଛନ୍ତି।