ନୂଆଦିଲ୍ଲୀ: ଆମେରିକା (America) ଭାରତ (India) କୁ 'କରେନ୍ସି ମନିପୁଲେଟର୍ସ' (currency manipulators) ଅର୍ଥାତ ମୁଦ୍ରା ହେରଫେର କରିଥିବା ଦେଶର 'ମନିଟରିଂ ତାଲିକାରେ' ସ୍ଥାନିତ କରିଛି । ଏହା ଉପରେ ଭାରତ ସରକାର (Indian Govt) ମଙ୍ଗଳବାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏହାର କୌଣସି ତର୍କ ବୁଝି ହେଉନାହିଁ । ଭାରତର ବାଣିଜ୍ୟ ସଚିବ ଅନୁପ ବଧାୱାନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ଏହାର କୌଣସି ଆର୍ଥିକ ତର୍କ ବୁଝି ପାରୁନାହିଁ । ସେଣ୍ଟ୍ରାଲ ରିଜର୍ଭ ବ୍ୟାଙ୍କ ମାର୍କେଟ ଫୋର୍ସେସ ଅନୁଯାୟୀ ଟଙ୍କା ସଂଗ୍ରହ କରିଥାଏ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନା ଭାଙ୍ଗିଲା ବିଶ୍ୱର ସମସ୍ତ ରେକର୍ଡ: ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩ ଲକ୍ଷ ମାମଲା ଚିହ୍ନଟ, ୨୧୦୪ ସଂକ୍ରମିତଙ୍କ ମୃତ୍ୟୁ


୧୦ଟି ଦେଶକୁ 'ମନିଟରିଂ ତାଲିକା'ରେ ରଖାଯାଇଛି


ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଗତ ସପ୍ତାହରେ ଆମେରିକାର ଅର୍ଥ ମନ୍ତ୍ରଣାଳୟ ଭାରତ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ମେକ୍ସିକୋ ସମେତ ୧୦ଟି ଅର୍ଥ ବ୍ୟବସ୍ଥାକୁ 'ମନିଟରିଂ ତାଲିକାରେ' ସ୍ଥାନିତ କରିଥିଲା । କୁହାଯାଇଥିଲା ଯେ ଏହି ଦେଶର ମୁଦ୍ରା ସଂଗ୍ରହ ଏବଂ ଅନ୍ୟାନ୍ୟ ପଦ୍ଧତି ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି ।


ବାଣିଜ୍ୟ ସଚିବ କହିଛନ୍ତି ଯେ, ୨୦୨-୨୧ ମସିହାରେ ଆମେରିକା ସହିତ ଭାରତର ବାଣିଜ୍ୟ ସରପ୍ଲସ (ଯେତେବେଳେ କୌଣସି ଦେଶର ରପ୍ତାନି ଆମଦାନୀଠାରୁ ଅଧିକ ରହିଥାଏ) ପ୍ରାୟ ପାଞ୍ଚ ବିଲିୟନ ଡଲାର ଯାଏ ବୃଦ୍ଧି ପାଇଥିଲା । ଆମେରିକାର ରିପୋର୍ଟରେ କୁହାଯାଇଛି ଯେ, ଆମେରିକା ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ସରପ୍ଲସ ୨୦୨୦ରେ ବସ୍ତୁ ମାମଲାରେ ୨୪ ବିଲିୟନ ଡ଼ଲାର ଥିଲା, ଏଥିରେ ସେବାରେ ଆର୍ଥିକ ସରପ୍ଲସ ୮ ବିଲିୟନ ଡଲାରର ରହିଥିଲା ।


ଅଧିକ ପଢ଼ନ୍ତୁ:-କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ


ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କର୍ତ୍ତୃପକ୍ଷ ଅସଂଗଠିତ ବଜାର ପରିସ୍ଥିତି ଏବଂ ଅତିରିକ୍ତ ଭଣ୍ଡାର ସଂଗ୍ରହ ନକରି ବୈଦେଶିକ ମୁଦ୍ରା ହସ୍ତକ୍ଷେପକୁ ସୀମିତ କରିବା ଉଚିତ୍ । କେତେକ ଅର୍ଥନୀତିଜ୍ଞ କହିଛନ୍ତି ଯେ ଭାରତ ଉପରେ ଆମେରିକାର ନୂତନ ପଦକ୍ଷେପ କେନ୍ଦ୍ରୀୟ ବ୍ୟାଙ୍କକୁ ବୈଦେଶିକ ମୁଦ୍ରା ବଜାରରେ ଆକ୍ରମଣାତ୍ମକ ହସ୍ତକ୍ଷେପ କରିବାରୁ ରୋକିବ । ଆମେରିକା ଦ୍ୱିତୀୟ ଥର ପାଇଁ ଭାରତକୁ ଏହି ତାଲିକାରେ ରଖିଛି । ଏହି ତାଲିକାରୁ ଭାରତ ପ୍ରଥମେ ହଟାଯାଇଥିଲା ।


ଅଧିକ ପଢ଼ନ୍ତୁ:-ଅଫିସରେ ୩୦ ମିନିଟରୁ ଅଧିକ କାର୍ଯ୍ୟ କଲେ ମିଳିବ ଓଭରଟାଇମର ଟଙ୍କା, ମୋଦି ସରକାର ବଦଳାଇବେ କି ନିୟମ?


କୌଣସି ଦେଶ ମନିପୁଲେସନ୍ କରିଛି କି ନାହିଁ ଆମେରିକା କିପରି ସ୍ଥିର କରେ?


ଆମେରିକା ଏଥିପାଇଁ ତିନି ପ୍ରକାରର ମାନଦଣ୍ଡ ସ୍ଥିର କରିଛି:


୧. କୌଣସି ଦେଶର ଆମେରିକା ସହିତ ଦ୍ୱିପାକ୍ଷିକ ବାଣିଜ୍ୟରେ ଗୋଟିଏ ବର୍ଷ ମଧ୍ୟରେ ଅତି କମରେ ୨୦ ବିଲିୟନ ଡଲାରର ବାଣିଜ୍ୟ ସରପ୍ଲସ ରହିବା ଆବଶ୍ୟକ, ଅର୍ଥାତ୍ ଆମେରିକାରେ ସେହି ଦେଶର ରପ୍ତାନି ଆମେରିକାରୁ ଆମଦାନୀଠାରୁ ଅଧିକ ଅଟେ ।


୨. ଗୋଟିଏ ବର୍ଷ ମଧ୍ୟରେ କୌଣସି ଦେଶର କରେଣ୍ଟ ଆକାଉଣ୍ଟ୍ ସରପ୍ଲସ୍ ଜିଡିପିର ଅତି କମରେ ୨ ପ୍ରତିଶତ ହେବା ।


୩. ଗୋଟିଏ ବର୍ଷ ମଧ୍ୟରେ କୌଣସି ଦେଶ ଦ୍ୱାରା ବୈଦେଶିକ ମୁଦ୍ରା କ୍ରୟ ଏହାର ଜିଡିପିର ଅତି କମରେ ୨ ପ୍ରତିଶତ ହୋଇଯିବା ।


ଏହାର ପ୍ରଭାବ କ'ଣ ହେବ?


ଏହି ତାଲିକାରେ ସାମିଲ ହେବାରୁ ତୁରନ୍ତ ଭାରତ ପାଇଁ କୌଣସି ବଡ଼ କ୍ଷତି ହେବ ନାହିଁ, କିନ୍ତୁ ଏହା ବିଶ୍ୱ ବଜାରରେ ଭାରତର ଭାବମୂର୍ତ୍ତିକୁ କିଛି କ୍ଷତି କରିପାରେ । ଏହାର ଚାପରେ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ଡଲାର କ୍ରୟ ହ୍ରାସ କରିପାରେ । ଯଦି ଡଲାର କ୍ରୟ ହ୍ରାସ ହୁଏ ତେବେ ଟଙ୍କା ଆହୁରି ମଜବୁତ ହୋଇପାରେ । ଏହା ଆମର ରପ୍ତାନିକୁ ମହଙ୍ଗା କରିପାରେ ଏବଂ ଅନେକ ଦେଶ ସହିତ ବାଣିଜ୍ୟ କ୍ଷତି ବଢ଼ାଇପାରେ ।