Religious intolerance: ଚୀନ ଯାହା ପାକିସ୍ତାନ ତାହା: ଆମେରିକା କହିଲା ଏ ଦେଶରେ ଧର୍ମ ଅସହିଷ୍ଣୁତା ରହିଛି
![Religious intolerance: ଚୀନ ଯାହା ପାକିସ୍ତାନ ତାହା: ଆମେରିକା କହିଲା ଏ ଦେଶରେ ଧର୍ମ ଅସହିଷ୍ଣୁତା ରହିଛି Religious intolerance: ଚୀନ ଯାହା ପାକିସ୍ତାନ ତାହା: ଆମେରିକା କହିଲା ଏ ଦେଶରେ ଧର୍ମ ଅସହିଷ୍ଣୁତା ରହିଛି](https://hindi.cdn.zeenews.com/hindi/sites/default/files/styles/zm_500x286/public/2024/01/09/2570270-china.jpg?itok=xjw-OO8X)
ଈଶ୍ୱରଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସକୁ ପ୍ରକଟ କରିବା ଲାଗି ପ୍ରତି ଧର୍ମ ବା ପନ୍ଥଙ୍କ ମଧିକାର ରହିଛି। ଏହାକୁ ପ୍ରତିଟି ରାଷ୍ଟ୍ର ସୁରକ୍ଷା ଦେବା ଆବଶ୍ୟକ ବୋଲି କହିଛନ୍ତି ବ୍ଲିଙ୍କେନ୍।
Religious Intolerance: ଭୁବନେଶ୍ୱର: ଚୀନ୍ ଯେମିତି, ପାକିସ୍ତାନ ସେମିତି। ଏହି ଦେଶରେ ଧର୍ମିକ ସ୍ୱାଧିନତା ନଦାହିଁ। ବିଭିନ୍ନ ଧର୍ମ ବିରୁଦ୍ଧରେ ସମ୍ପୃକ୍ତ ରାଷ୍ଟ୍ର ହିଂସା ସୃଷ୍ଟି କରନ୍ତି ବା ହିଂସାକୁ ପ୍ରୋତ୍ସାହନ ଦିଅନ୍ତି। ଏହା କହିଛି ଆମେରିକା। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ଏକ ପ୍ରସ୍ ବାର୍ତ୍ତାରେ ଏହା ଉଲ୍ଲଖ କରି କହିଛନ୍ତି ଯେ, ଏସବୁ ରାଷ୍ଟ୍ର ଆମେରିକା ପାଇଁ ‘ଉଦବେଗର ରାଷ୍ଟ୍ର’। ଖାଲି ଚୀନ୍ ବା ପାକିସ୍ତାନ ନୁହେଁ ଆମେରିକା ଜାରି କରିଥିବା ତାଲିକାରେ ଉତ୍ତର କୋରିଆ, ସାଉଦିଆରବ, କ୍ୟୁବା, ଏରିଟ୍ରିଆ, ଇରାନ, ନିକାରାଗୁଆ, ଋଷ, ତାଜକିସ୍ତାନ, ତୁର୍କମେନିସ୍ତାନ ସମେତ ମ୍ୟାଁମାରକୁ ବି ସାମିଲ୍ କରିଛି।
ବ୍ଲିଙ୍କେନ୍ କହିଛନ୍ତି, ଆମେରିକା ଧର୍ମ ଭିତ୍ତିକ ସ୍ୱାଧିନତାକୁ ଗୁରୁତ୍ୱ ଦେଇ ଆସିଛ। ବିଶେଷକରି ୧୯୯୮ରେ ଆମେରିକା କଂଗ୍ରେସ ପାରିତ କରିଥିବା ପ୍ରସ୍ତାବକୁ ସମ୍ମାନ ଦେଇ ଆନ୍ତର୍ଜାତିକ ସ୍ତରର ପ୍ରତ୍ୟକ ଧର୍ମର ସ୍ୱାଧିନତାକୁ ଅକ୍ଷୁର୍ଣ୍ଣ ରଖିବାକୁ ଆମେରିକା ପ୍ରତିବଦ୍ଧ।
ସେହିପରି ଆଲଜେରିଆ, ଆଜରବାଇଜନ, କେନ୍ଦ୍ରିୟ ଆଫ୍ରିକା ଗଣରାଜ୍ୟ, କୋମରସ ଏବଂ ଭିଏତ୍ନାମ ଭଳି ରାଷ୍ଟ୍ରକୁ ଆମେରିକା ମଧ୍ୟ ନଜରରେ ରଖିଛି ବୋଲି ସେ କହିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକରେ ମଧ୍ୟ ବିଭିନ୍ନ ଧର୍ମ ଅତ୍ୟାଚାରିତ ହେଉଥିବା ନଜରକୁ ଆସିଛି।
ଈଶ୍ୱରଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସକୁ ପ୍ରକଟ କରିବା ଲାଗି ପ୍ରତି ଧର୍ମ ବା ପନ୍ଥଙ୍କ ମଧିକାର ରହିଛି। ଏହାକୁ ପ୍ରତିଟି ରାଷ୍ଟ୍ର ସୁରକ୍ଷା ଦେବା ଆବଶ୍ୟକ ବୋଲି କହିଛନ୍ତି ବ୍ଲିଙ୍କେନ୍।