Delhi Murder Case:  ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି। ସମାନ ଢଙ୍ଗରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ଏହି ଲୋମଟାଙ୍କୁରା ଘଟଣାରେ ଜଣେ ପୁରୁଷଙ୍କୁ କାଟି ଟିକଟିକ କରିଦେଇଛନ୍ତି ଜଣେ ମହିଳା। ଏହା ସହିତ ମହିଳାଙ୍କ ପୁଅ ମଧ୍ୟ ଏହି ଘଟଣାରେ ସାମିଲ ରହିଥିବା ଜଣାପଡ଼ିଛି। ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଜଣେ ମହିଳା ଏବଂ ତାଙ୍କ ପୁଅକୁ ଗିରଫ କରିଛି। ପୋଲିସ ଦେଇଥିବା ପ୍ରାଥମିକ ସୂଚନା ଅନୁଯାୟୀ ମୃତକଙ୍କ ସ୍ତ୍ରୀ ଓ ପୁଅ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହକୁ କାଟି ଫ୍ରିଜରେ ରଖିଥିଲେ। ପରେ ବିଳମ୍ବିତ ରାତିରେ ମୃତଦେହର ଟୁକୁଡ଼ା ଅଂଶକୁ ବାହାରେ ଫିଙ୍ଗି ଦେଇଥିଲେ। ଏହି ଘଟଣାଟି ପାଣ୍ଡବ ନଗର ଅଞ୍ଚଳରେ ଘଟିଛି।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ପୂର୍ବ ଦିଲ୍ଲୀରୁ ମିଳିଥିବା ଶରୀରର ଅଂଶ ବିଶେଷର ରହସ୍ୟ ଉପରୁ ପରଦା ଉଠାଇଛି। ପାଣ୍ଡବ ନଗରରେ ରହୁଥିବା ଜଣେ ଯୁବକଙ୍କ ମୃତଦେହକୁ କାଟି ଏକ ଘରେ ପ୍ରତିଦିନ ରେଫ୍ରିଜରେଟରରେ ରଖାଯାଇଥିଲା। ଏହା ପରେ ମୃତଦେହର ଖଣ୍ଡଗୁଡ଼ିକ ପାଣ୍ଡବ ନଗର ଏବଂ ପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଫୋପାଡି ଦିଆଯାଉଥିଲା। ହତ୍ୟାକାଣ୍ଡର ଏହି ଭୟାନକ ଘଟଣାକୁ ମା ଏବଂ ପୁଅ ଏକାଠି କରିଥିଲେ। ଉଭୟ ମା ଓ ପୁଅ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ଲୁଚାଇ ରଖି ପାଣ୍ଡବ ନଗର ଅଞ୍ଚଳରେ ଫିଙ୍ଗି ଦେଇଥିଲେ।


ଏହି ହତ୍ୟା ସମ୍ପର୍କରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ କହିଛି ଯେ ଦିଲ୍ଲୀର ପାଣ୍ଡବ ନାଗରରେ କ୍ରାଇମବ୍ରାଞ୍ଚ ଜଣେ ମହିଳା ଏବଂ ତାଙ୍କ ପୁଅକୁ ସ୍ୱାମୀ ହତ୍ୟା ଅଭିଯୋଗରେ ଗିରଫ କରିଛି। ସେମାନେ ମୃତଦେହକୁ ଅନେକ ଖଣ୍ଡରେ କାଟି ଫ୍ରିଜରେ ରଖି ନିକଟସ୍ଥ କ୍ଷେତରେ ଫିଙ୍ଗି ଦେଇଥିଲେ। ପୋଲିସ ଆହୁର ମଧ୍ୟ କହିଛି କି ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ଅନୈତିକ ସମ୍ପର୍କର ଗନ୍ଧ ବାରି ହୋଇ ପଡ଼ୁଛି। ଘଟଣାରେ ହତ୍ୟାକାରୀମାନଙ୍କୁ ପୋଲିସ ଗିରଫ କରିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଅଞ୍ଜନ ଦାସ। 
ଏଠାରେ କହି ରଖୁକି ପୂର୍ବରୁ ଶ୍ରଦ୍ଧା ୱାକରଙ୍କୁ ଦିଲ୍ଲୀରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିଲା। ଏହି ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲା ଦିଲ୍ଲୀ ପୋଲିସର ହେପାଜତରେ ଅଛନ୍ତି।


ଅଧିକ ପଢନ୍ତୁ: Elon Musk News: ହାତ ରଖୁ ରଖୁ ବୁଡ଼ିଗଲା ସବୁ, Twitter କୁ ନେଇ ଏହି ଚିନ୍ତା କରୁଛନ୍ତି ଏଲନ ମସ୍କ


ଅଧିକ ପଢନ୍ତୁ: Winter Tourism: ଶୀତଦିନେ ବୁଲାବୁଲି ପାଇଁ କରୁଛନ୍ତି କି ଯୋଜନା! ତେବେ ଡିସେମ୍ବରରେ ଏହି ସବୁ ସ୍ଥାନକୁ ଯାଆନ୍ତୁ, ସ୍ମରଣୀୟ ହେବ ଯାତ୍ରା


ଅଧିକ ପଢନ୍ତୁ: Viral News: ଅଦ୍ଭୁତ ନିୟମ: ନିରପେକ୍ଷ ନିର୍ବାଚନ ପାଇଁ ଗୁଜରାଟର ଏହି ଗାଁରେ ପ୍ରଚାର ମନା, କିନ୍ତୁ ଭୋଟ ନଦେଲେ ମୋଟା ଅଙ୍କର ଜୋରିମନା