ଆର୍ମେନିଆ ବିରୋଧରେ ଆଜେରବାଇଜାନ ସହିତ ପାକିସ୍ତାନ-ତୁର୍କୀ, ଜାଣନ୍ତୁ କ`ଣ ରହିଛି ଭାରତର ଆଭିମୁଖ୍ୟ ?
Armenia-Azerbaijan war: ମଙ୍ଗଳବାର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି କହିଛନ୍ତି ଯେ, ଆଜେରବାଇଜାନର ଆଞ୍ଚଳିକ ସାର୍ବଭୌମତ୍ୱ ବଜାୟ ରଖିବାକୁ ତାଙ୍କ ଦେଶ ସପକ୍ଷରେ ଅଛି । ତୁର୍କୀ ମଧ୍ୟ କହିଛି ଯେ ଯେପର୍ଯ୍ୟନ୍ତ ଆର୍ମେନିଆ ଆଜେରବାଇଜାନର ଅଧିକୃତ ଅଞ୍ଚଳକୁ ଫେରାଇ ନ ଦେଉଛି, ସେପର୍ଯ୍ୟନ୍ତ ଶାନ୍ତି ବାର୍ତ୍ତାର କୌଣସି ଅର୍ଥ ନାହିଁ ।
ନୂଆଦିଲ୍ଲୀ: Armenia-Azerbaijan war: ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧରେ ପାକିସ୍ତାନ ମଧ୍ୟ ତୁର୍କୀର ପଥ ଅନୁସରଣ କରୁଛି । ମଙ୍ଗଳବାର ପାକିସ୍ତାନ ଆଜେରବାଇଜାନ (Azerbaijan) କୁ ଖୋଲାଖୋଲି ସମର୍ଥନ କରିଛି । ତେବେ ଉଭୟ ପାକିସ୍ତାନ (Pakistan) ଓ ତୁର୍କୀ (Turkey) ଆଜେରବାଇଜାନର ସାମରିକ ସହାୟତା କରିବା କଥାକୁ ଖାରଜ କରିଛନ୍ତି । ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଆଜେରବାଇଜାନ ଓ ଆର୍ମେନିଆ ମଧ୍ୟରେ ଚୁକ୍ତିନାମା ସତ୍ତ୍ୱେ ଯୁଦ୍ଧ ଜାରି ରହିଛି । ନାଗୋର୍ନୋ-କରାବାଖ ଅଞ୍ଚଳକୁ ନେଇ ଆଜେରବାଇଜାନ ଓ ଆର୍ମେନିଆ (Armenia) ମଧ୍ୟରେ ଯୁଦ୍ଧ ଚାଲିଛି । ନାଗୋର୍ନୋ-କରାବାଖ ଆନୁଷ୍ଠାନିକ ଭାବରେ ଆଜେରବାଇଜାନର ଏକ ଅଂଶ କିନ୍ତୁ ଏଠାରେ ଦଖଲ ଆର୍ମେନିଆର ରହିଛି । ଏହି ଅଞ୍ଚଳରେ ଅଧିକ ଆର୍ମେନିଆର ଲୋକ ବାସ କରନ୍ତି । ଆଜେରବାଇଜାନ ଏକ ମୁସଲମାନ ସଂଖ୍ୟାଗରିଷ୍ଠ ଦେଶ ହୋଇଥିବାବେଳେ ଆର୍ମେନିଆ ଖ୍ରୀଷ୍ଟିଆନ ସଂଖ୍ୟାଗରିଷ୍ଠତା ଅଟେ ।
ମଙ୍ଗଳବାର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି କହିଛନ୍ତି ଯେ, ଆଜେରବାଇଜାନର ଆଞ୍ଚଳିକ ସାର୍ବଭୌମତ୍ୱ ବଜାୟ ରଖିବାକୁ ତାଙ୍କ ଦେଶ ସପକ୍ଷରେ ଅଛି । ତୁର୍କୀ ମଧ୍ୟ କହିଛି ଯେ ଯେପର୍ଯ୍ୟନ୍ତ ଆର୍ମେନିଆ ଆଜେରବାଇଜାନର ଅଧିକୃତ ଅଞ୍ଚଳକୁ ଫେରାଇ ନ ଦେଉଛି, ସେପର୍ଯ୍ୟନ୍ତ ଶାନ୍ତି ବାର୍ତ୍ତାର କୌଣସି ଅର୍ଥ ନାହିଁ । ରିପୋର୍ଟରେ କୁହାଯାଇଛି ଯେ, ତୁର୍କୀ ଆଜେରବାଇଜାନକୁ ସାହାଯ୍ୟ କରିବା ପାଇଁ ଯୁଦ୍ଧ ବିମାନ ପଠାଉଛି ।
ମଙ୍ଗଳବାର ପାକିସ୍ତାନର ବୈଦେଶିକ ମନ୍ତ୍ରୀ କୁରେଶି ଆଜେରବାଇଜାନର ବୈଦେଶିକ ମନ୍ତ୍ରୀ ଜେହୁନ ବ୍ୟାରାମୋଭଙ୍କ ସହ ଫୋନରେ ବାର୍ତ୍ତାଳାପ କରିଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସାମ୍ପ୍ରତିକ ବିବାଦ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସେପ୍ଟେମ୍ବର ୨୭ ଠାରୁ ଆଜେରବାଇଜାନ-ଆର୍ମେନିଆ ମଧ୍ୟରେ ଯୁଦ୍ଧ ଚାଲିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ନାଗୋର୍ଣ୍ଣୋ-କରାବାଖ୍ ଅଞ୍ଚଳର ଗୁରୁତର ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଆଜେରବାଇଜାନର ଲୋକଙ୍କ ସହ ଏକତାର ବାର୍ତ୍ତା ଦେଇଛନ୍ତି ।
ଏହାପୂର୍ବରୁ ରବିବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜେରବାଇଜାନର ସ୍ୱାଧୀନତା ଦିବସରେ ଆଜେରୀୟ ସୈନ୍ୟବାହିନୀକୁ ବୀରତ୍ୱର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଇମ୍ରାନ ଖାନ କହିଛନ୍ତି ଯେ ଜାତିସଂଘର ସଂକଳ୍ପ ମାଧ୍ୟମରେ ଆଜେରବାଇଜାନର ନାଗୋର୍ଣ୍ଣୋ-କରାବାଖ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ଦୃଢ଼ ସମର୍ଥନ କରୁଛି ।
ଅଧିକ ପଢ଼ନ୍ତୁ:-ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ 'ଠକି' ଦେଇଛି କି ?
ଆଜେରବାଇଜାନ ସହ ପାକିସ୍ତାନ ଦୃଢ଼ ଭାବରେ ଛିଡା ହୋଇଥିବାବେଳେ ଭାରତ ଏପର୍ଯ୍ୟନ୍ତ ଏ ଦିଗରେ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି ଯେ, ଆଜେରବାଇଜାନ-ଆର୍ମେନିଆ ମଧ୍ୟରେ ପରିସ୍ଥିତିକୁ ନେଇ ଭାରତ ଚିନ୍ତିତ । ଏହା ଆଞ୍ଚଳିକ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି । ପରସ୍ପର ପ୍ରତି ଶତ୍ରୁତାକୁ ସମାପ୍ତ କରିବାକୁ ଏବଂ ସଂଯମତା ରକ୍ଷା କରିବାକୁ ଆମେ ଉଭୟ ପକ୍ଷଙ୍କୁ ନିବେଦନ କରୁଛୁ । ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରନ୍ତୁ ।
ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ତେଜସ୍ୱୀଙ୍କ ଗଣିତ ନୀତିଶଙ୍କ ଉପରେ ପଡ଼ିବ ଭାରି
ଭାରତ ସରକାରଙ୍କ ନିରପେକ୍ଷ ମନୋଭାବ ସତ୍ତ୍ୱେ ଭାରତୀୟମାନେ ସୋସିଆଲ ମିଡିଆରେ ଆର୍ମେନିଆକୁ ସମର୍ଥନ କରୁଛନ୍ତି । ଆଜେରବାଇଜାନକୁ ପାକିସ୍ତାନ ଓ ତୁର୍କୀର ସମର୍ଥନ ମଧ୍ୟ ଭାରତୀୟଙ୍କ ଏହି ମନୋଭାବର କାରଣ । ଦୀର୍ଘ ଦିନ ଧରି ପାକିସ୍ତାନ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଆସୁଛି । କାଶ୍ମୀର ପ୍ରସଙ୍ଗରେ ତୁର୍କୀ ମଧ୍ୟ ପାକିସ୍ତାନକୁ ସମର୍ଥନ କରୁଛି ତେଣୁ ଭାରତ ସହ ଏହାର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଛି । କାଶ୍ମୀର ପ୍ରସଙ୍ଗରେ ଆଜେରବାଇଜାନର ଆଭିମୁଖ୍ୟ ମଧ୍ୟ ଭାରତ ବିରୋଧୀ ।