Assam Flood: ସାଙ୍ଘାତିକ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ରାଜ୍ୟ‌ରେ ବନ୍ୟା ଯୋଗୁ ମଣିଷଙ୍କ ସହ ବନ୍ୟଜନ୍ତୁମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଭୟଙ୍କର ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ସମୁଦାୟ ୧୩୧ ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି।ସେଠାକାର  ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ମୃତ ପଶୁମାନଙ୍କ ମଧ୍ୟରେ ୬ ଟି ଗଣ୍ଡା, ୧୦୦ ହଗ୍ ହରିଣ , ଦୁଇଟି ସମ୍ବର ଏବଂ ଗୋଟିଏ ଉଦବିଳାବ ଅନ୍ତର୍ଭୁକ୍ତ ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ପଶୁମାନେ ମୁଖ୍ୟତ ପାଣିରେ ବୁଡ଼ିଯିବା କାରଣରୁ ମୃତ୍ୟୁ ବରଣ କରିଥିବାବେଳେ ବନ୍ୟା ହେତୁ ଉଚ୍ଚ ସ୍ଥାନକୁ ଯାଉଥିବାବେଳେ ଦୁଇଟି ପ୍ରାଣୀ ଗାଡି ଦ୍ୱାରା ଧକ୍କା ହୋଇଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ଆସାମ ବନ୍ୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଲିଆଜାନରେ ରହୁଥିବା ଜଣେ ବ୍ୟକ୍ତି ଛୋଟ ବାଛୁରୀକୁ ବଞ୍ଚାଇଥିବାର ନଜର ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଏକ ବାଛୁରୀ ବନ୍ୟା ଜଳରେ ବୁଡ଼ିଯାଉଥିବା ବେଳେ ଜଣେ ଲୋକ ତାକୁ ବଞ୍ଚାଇବା ପାଇଁ ବେକେ ପାଣିରେ ପଶି ଚେଷ୍ଟା ଚଳାଇଚନ୍ତି।



କାଜିରଙ୍ଗା ଜାତୀୟ ଉଦ୍ୟାନର ପଶୁମାନେ କାର୍ବି ଆଙ୍ଗ୍ଲୋଙ୍ଗ ପାହାଡ ପାର ହେବା ପାଇଁ ଜାତୀୟ ରାଜପଥ -୭୧୫ ର ଏକ ନିର୍ଦ୍ଧିଷ୍ଟ ସ୍ତାନ ଦେଇ ଯାଆନ୍ତି। ଅଧିକାରୀ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ସମସ୍ତ ପ୍ରାଣୀ ମଧ୍ୟରୁ ୨୦ ଜଣ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ୨୬ ଟି ପଶୁ ଚିକିତ୍ସାରେ ଅଛନ୍ତି ଏବଂ ଅନ୍ୟ ୫୦ ଜଣଙ୍କୁ ଚିକିତ୍ସା ପରେ ମୁକ୍ତ କରାଯାଇଛି।


ଏହି ସମୟରେ, ଆସାମରେ ଚଳିତ ବର୍ଷ ବନ୍ୟା, ଭୂସ୍ଖଳନ ଏବଂ ଝଡ଼ ଯୋଗୁଁ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ୨୯ ଟି ଜିଲ୍ଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ଏଥିମଧ୍ୟରୁ ଧୁବ୍ରିରେ ବନ୍ୟା ଯୋଗୁଁ ସର୍ବାଧିକ ୭.୯୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ସହିତ କାଚର ଏବଂ ଡାରଙ୍ଗ ଜିଲ୍ଲା ମଧ୍ୟ ବନ୍ୟା ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହୋଇଛି, ଉଭୟ ଜିଲ୍ଲାର ବନ୍ୟାରେ ୧.୫ ଲକ୍ଷ ଲୋକ ଫସି ରହିଛନ୍ତି।


ମୋଟ ୫୭୭ ରିଲିଫ କ୍ୟାମ୍ପରେ୫୩ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ଜୋରହାଟରୁ ଧୁବ୍ରି ପର୍ଯ୍ୟନ୍ତ ବ୍ରହ୍ମପୁତ୍ର ସମେତ ପ୍ରମୁଖ ନଦୀଗୁଡିକ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୁରହିଦେହିଙ୍ଗ, ଦିଖୋଉ, ଦିସାଙ୍ଗ, ଧନସିରୀ, ଜିଆ ଭରାଲୀ, କୋପିଲି, ବାରକ ଏବଂ ସାଙ୍କୋଶ ନଦୀ ମଧ୍ୟ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ସଡ଼କ ଓ ସେତୁ ସମେତ ଭିତ୍ତିଭୂମିରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।