flood in Assam : ଆସାମର ବନ୍ୟା ସ୍ଥିତି ଭୟଙ୍କର ହେଲାଣି।  ଲଗାତାର ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ ଆସାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।ଏଭଳି ପରିସ୍ଥିତିରେ ବ୍ରହ୍ମପୁତ୍ର ସମେତ ଅନେକ ନଦୀ ଜଳମଗ୍ନ ଅବସ୍ଥାରେ ରହିଛି ଏବଂ ଅଧିକାଂଶ ଅଞ୍ଚଳରେ ଭୂସ୍ଖଳନ ଭଳି ଘଟଣା ଦେଖିବାକୁ ମିଳୁଛି।ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଜନଜୀବନ ସହ ଅନେକ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି।
ସିଡବ୍ଲ୍ୟୁସି ଅନୁଯାୟୀ, ଦେଶର ୧୮ଟି ‘ଭୀଷଣ ବନ୍ୟାପ୍ରବଣ’ ଅଞ୍ଚଳ ମଧ୍ୟରୁ ୧୬ଟି ଆସାମରେ ରହିଛି ଏବଂ ବ୍ରହ୍ମପୁତ୍ର, ବରାକ, କୋପିଲି ଭଳି ପ୍ରମୁଖ ନଦୀରେ ବନ୍ୟାଜଳ ଉଛୁଳୁଥିବାରୁ ଉତ୍ତର-ପୂର୍ବ ରାଜ୍ୟର ୧୮ଟି ଜିଲ୍ଲା ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି।


COMMERCIAL BREAK
SCROLL TO CONTINUE READING

 ବନ୍ୟା ବିତ୍ପାତ ଯୋଗୁ ଶନିବାର ସୁଦ୍ଧା ୩୦ଟି ଜିଲ୍ଲାର ୨୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ୫୨ ଜଣଙ୍କର ମୃତ୍ୟୁ ଘଟିଛି।ଆସାମର ୭,୭୫,୦୦୦ ଲୋକ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଧୁବ୍ରି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।


  ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୧,୪୦,୦୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ବେଳେ ୩,୬୨୭ ଜଣ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି।


ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ରାସ୍ତାଘାଟ ବୁଡି ରହିଥିବାରୁ ଗମନାଗମନରେ ବାଧା ଉପୁଜିଛି। ରାସ୍ତା ପାଣିରେ ବୁଡି ରହିଥିବାରୁ ଯୋଗାଯୋଗ କରିବାରେ ବାଧା ସୃଷ୍ଟି ହେଉଛି। ଏହି କାରଣରୁ ସୀମାନ୍ତି ଅଞ୍ଚଳରେ ରହୁଥ‌ିବା ଲୋକଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହେବାରେ ଲାଗିଛି।ଏମିତିକି ଅନେକ ବିଲ୍ଡଂର ପ୍ରଥମ ମହଲା ଜଳରେ ବୁଡି ରହିଥିବାରୁ ଲୋକେ ଘରଦ୍ୱାର ଛାଡି ଅନ୍ୟତ୍ର ମୁଣ୍ଡ ଗୁଞ୍ଜିଛନ୍ତି। କେହି କେହି ଜଳଘେରରେ ପ୍ରାଣ ମଧ୍ୟ ହରାଉଛନ୍ତି।


ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହୁଥିବା ପ୍ରାଣୀଙ୍କ ଲାଗି ମଧ୍ୟ ବିପଦ ଦେଖାଦେଇଛି। ଚାରିଆଡେ ପାଣି ପଶିଯାଇଛି। ଜାତୀୟ ଉଦ୍ୟାନର ଅନେକ ସ୍ଥାନ ପାଣିରେ ବୁଡି ରହିଛି। ଫଳରେ ହାତୀ, ହରିଣ, ଗଣ୍ଡାଠୁ ଆରମ୍ଭ କରି ଅନେକ ପଶୁପକ୍ଷୀ ଏବେ ଜନବସତି ମୁହାଁ ହୋଇଛନ୍ତି। ୧୧୪ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ସେହିପରି ଶନିବାର ସୁଦ୍ଧା ୯୫ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟାଜଳରେ ବୁଡ଼ିଯାଇ ୪ ଗଣ୍ଡା ୯୪ ହଗ୍‌ ହରିଣଙ୍କର ମୃତ୍ୟୁ ଘଟିଛି।