ୱାଶିଂଟନ: ଦୀର୍ଘ ୫ବର୍ଷର ପ୍ରୟାସ ପରେ ଶେଷରେ ଭାରତ ଏବଂ ଆମେରିକା ସ୍ପେସ୍ ସିଟୁଏସନାଲ୍ ଆୱାରନେସ (SSA) ବୁଝାମଣା ପତ୍ର ସ୍ୱାକ୍ଷରିତ କରିବେ। ଏହି ବୁଝାମଣା ଦୁଇ ଦେଶର ସାଟେଲାଇଟ୍ ଏବଂ ଅନ୍ୟାନ୍ୟ ସମ୍ପତ୍ତି ପ୍ରତି ବିପଦ ବିଷୟରେ ତଥ୍ୟ ଆଦାନ ପ୍ରଦାନରେ ସହାୟକ ହେବ।


COMMERCIAL BREAK
SCROLL TO CONTINUE READING

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଆମେରିକାର ଷ୍ଟେଟ୍ ସେକ୍ରେଟାରୀ ଆଣ୍ଟୋନି ବ୍ଲିଙ୍କେନ୍ ଓ ଡିଫେନ୍ସ ସେକ୍ରେଟାରୀ ଲଏଡ୍ ଅଷ୍ଟିନ ଏହି ଚୁକ୍ତିନାମା ସ୍ୱାକ୍ଷର କରିବେ। ଆସନ୍ତା ସୋମବାର ୨+୨ ମନ୍ତ୍ରୀସ୍ତରୀୟ ବୈଠକରେ ଏନେଇ ଏମଓୟୁ ସ୍ୱାକ୍ଷରିତ ହେବ।


ସ୍ପେସ୍ ସିଟୁଏସନାଲ୍ ବୁଝାମଣା ପତ୍ର ମାଧ୍ୟମରେ ମହାକାଶରେ ଥିବା ବସ୍ତୁ ଓ ତଥ୍ୟ ଏବଂ ନୂଆ ଉପଗ୍ରହ ଲଞ୍ଚିଂ ବେଳେ ସୁରକ୍ଷା ତଥା ଅନ୍ୟାନ୍ୟ ମହାକାଶ ସମ୍ପତ୍ତି ଉପରେ ଭାରତ ଆମେରିକାର ତଥ୍ୟ ପାଇପାରିବ। ଏଥିସହ, SSA framework ତଥ୍ୟ ଏବଂ ସେବାଗୁଡ଼ିକର ସୁରକ୍ଷାକୁ ନିଶ୍ଚିତ କରିବ। ଅନ୍ୟପଟେ ଦୁଇ ଦେଶର ଉପଗ୍ରହକୁ ମନୁଷ୍ୟକୃତ କିମ୍ୱା ପ୍ରାକୃତିକ ବିପଦରୁ ଏହା ରକ୍ଷା କରିବ।


ଆମେରିକାର ପ୍ରମୁଖ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ବେଳେ ମହାକାଶ ସହଯୋଗ କଥା ବାରମ୍ୱାର ପ୍ରତିଫଳିତ ହୋଇଛି। ଗତବର୍ଷ ସେପ୍ଟେମ୍ୱରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ୱାଶିଂଟନ୍ ଗସ୍ତ ବେଳେ ଭାରତ-ଆମେରିକାର ଦ୍ୱିପାକ୍ଷିକ ସହଯୋଗ ବିଷୟରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ମଧ୍ୟ ମହାକାଶ ପ୍ରସଙ୍ଗ ରହିଥିଲା।


ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଏବେ orbital debris tracking capability ଉପରେ କାମ କରୁଛି। ଏହାସହ ନୂଆ ରାଡାର ଏବଂ ଅପ୍ଟିକାଲ ଟେଲିସ୍କୋପ ସ୍ଥାପନ କରି Network for Space Objects Tracking and Analysis (NETRA) ଉପରେ କାମ କରୁଛି।