Badrinath Dham Opening Date: ଚଳିତ ବର୍ଷ ଅପ୍ରେଲ ୨୭ ତାରିଖରେ ଭକ୍ତଙ୍କ ପାଇଁ ଖୋଲିବ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ଧାମ ଦ୍ୱାର। ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କୁ ସମର୍ପିତ 
ବଦ୍ରିନାଥ ଧାମର କବାଟ ଗତ ବର୍ଷ ୧୯ ନଭେମ୍ବରରୁ ଶୀତ ପାଇଁ ବନ୍ଦ ରହିଥିଲା। ଟିହରୀ ଜିଲ୍ଲାର ନରେନ୍ଦ୍ର ନଗରସ୍ଥିତ ଟିହରୀ ରାଜମହଲ ଠାରେ ବସନ୍ତ ପଞ୍ଚମୀ ଅବସରରେ ଆୟୋଜିତ ହୋଇଥିବା ଏକ ଧାର୍ମିକ ସମାରୋହରେ ନିୟମ ଅନୁଯାୟୀ ବଦ୍ରିନାଥ ଧାମ ଦ୍ୱାର ଖୋଲିବାକୁ ଶୁଭ ସମୟ ସ୍ଥିର କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ଟିହେରୀ ରାଜ ପରିବାରର ସଦସ୍ୟ, ମନ୍ଦିର କମିଟି ଅଧିକାରୀ ଏବଂ ବହୁ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହିଥିଲେ। ବଦ୍ରିନାଥ କେଦାରନାଥ ମନ୍ଦିର କମିଟି (Badrinath Kedarnath Temple Committee) ଅନୁଯାୟୀ ଆସନ୍ତା ଅପ୍ରେଲ ୨୭ ତାରିଖରେ ସକାଳ ୦୭:୧୦ ସମୟରେ ବଦ୍ରିନାଥ ଧାମ ଦ୍ୱାର (Badrinath Dham Door) ଶ୍ରଦ୍ଧାଳୁଙ୍କୁ ପାଇଁ ଖୋଲାଯିବ। ଉତ୍ତରାଖଣ୍ଡର ଚାରିଧାମ (Chardham of Uttarakhand) କୁହାଯାଉଥିବା କେଦାରନାଥ (Kedarnath) ବଦ୍ରିନାଥ (Badrinath), ଗଙ୍ଗୋତ୍ରୀ (Gangotri) ଯମୁନେତ୍ରୀ (Yamunotri) ଦ୍ୱାର ଶୀତ ଦିନରେ ପ୍ରବଳ ଥଣ୍ଡା ହେତୁ ପ୍ରତିବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭକ୍ତଙ୍କ ବନ୍ଦ ରହିଥାଏ। ଯାହା ଚଳିତ ବର୍ଷ ଅପ୍ରେଲ-ମେ ମାସରେ ପୁଣି ଥରେ ଭକ୍ତଙ୍କ ପାଇଁ ଖୋଲିବ।


ବଦ୍ରିନାଥ ମନ୍ଦିରରେ (Badrinath Mandir) ଭଗବାନ ବିଷ୍ଣୁଙ୍କ (Lord Vishnu) ଏକ ସ୍ୱରୂପ ବଦ୍ରିନାରାୟଣଙ୍କୁ (Badri Narayan) ପୂଜା କରାଯାଏ। ଏଠାରେ ଭଗବାନ ବିଷ୍ଣୁଙ୍କ ଶଲିଗ୍ରାମରେ ନିର୍ମିତ ୩ ମିଟର (୩.୩ ଫୁଟ) ଉଚ୍ଚ ପ୍ରତିମା ରହିଛି। ମାନ୍ୟତା ରହିଛି ଆଦି ଶଙ୍କରାଚାର୍ଯ୍ୟ (Adi Shankaracharya) ଅଷ୍ଟମ ଶତାବ୍ଦୀରେ ଏହାକୁ ନିକଟସ୍ଥ ନାରଦ କୁଣ୍ଡରୁ (Narad Kund) ବାହାର କରିବା ପରେ ସ୍ଥାପନ କରିଥିଲେ। ଏହି ପ୍ରତିମା ଭଗବାନ ବିଷ୍ଣୁଙ୍କ ଆଠଟି ସ୍ୱୟଂ ବ୍ୟକ୍ତ କ୍ଷେତ୍ର ଅର୍ଥାତ ଆତ୍ମ ପ୍ରକାଶିତ ହୋଇଥିବା ପ୍ରତିମା ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। ବଦ୍ରିନାଥ ଧାମ (Badrinath Dham) ଦେଶର ଅନ୍ୟତମ ପ୍ରସିଦ୍ଧ ତଥା ବ୍ୟସ୍ତବହୁଳ ତୀର୍ଥସ୍ଥାନ ମଧ୍ୟରୁ ଅନ୍ୟତମ।