Congress Leaders Statement: ଭୋପାଳ: କଂଗ୍ରେସର (Congress) ବରିଷ୍ଠ ନେତା (Senior Leader) ତଥା ପୂର୍ବତନ ମନ୍ତ୍ରୀ ରାଜା ପଟରିଆଙ୍କର (Raja Pateriya) ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ସେ ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦିଙ୍କୁ (Narendra Modi) ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଦ୍ଧନ କରି ପଟରିଆଙ୍କୁ (Raja Pateriya) କହୁଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ନିର୍ବାଚନକୁ ଶେଷ କରିଦେବେ। ପିଏମ (Prime Minister) ମୋଦି ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବାଣ୍ଟିଦେବେ। ଦଳିତଙ୍କୁ ଆଦିବାସୀଙ୍କୁ ଓ ସ୍ୱଳ୍ପସଂଖ୍ୟକଙ୍କ ଜୀବନଜୀବିକା ବିପଦରେ ରହିଛି। ଯଦି ସମ୍ବିଧାନକୁ ବଞ୍ଚାଇବାର ଅଛି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ହେବ। ଏଥିପାଇଁ ଆମ ସମସ୍ତଙ୍କୁ ସଜାଗ ରହିବାକୁ ହେବ ବୋଲି ସେ କାର୍ଯ୍ୟକର୍ତ୍ତାଙ୍କୁ କହୁଥିବା ଭାଇରାଲ ଭିଡ଼ିଓରେ କହୁଥିବା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଯଦିଓ ପରବର୍ତ୍ତି ସମୟରେ ପଟରିଆ ଭିଡ଼ିଓରେ ହତ୍ୟା ଶବ୍ଦକୁ ସୁଧାରିଥିବା ଦେଖିବାକୁ ମିଳିଛି। ନିଜ ମନ୍ତବ୍ୟରେ ସୁଧାର ଆଣି ସେ ହତ୍ୟାର ଅର୍ଥ ପରାଜୟ ବୋଲି ସୁଚାଉଥିବା କହିଛନ୍ତି। ଭାଇରାଲ ଭିଡ଼ିଓ ଟି ପନ୍ନା ଜିଲ୍ଲାର ପବଇର ବୋଲି ସୂଚନା ରହିଛି। ରାଜା ପଟରିଆଙ୍କର ଏହି ବୟାନ ପରେ ବିବାଦ ତେଜିବାରେ ଲାଗିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ଏଭଳି ଭାଷଣକୁ କଡ଼ା ନିନ୍ଦା କରିଛନ୍ତି। 


ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି କି ଭାରତ ଯୋଡ଼ୋ କାର୍ଯ୍ୟକ୍ରମର ଛଳନା କରୁଥିବା ଦଳର ସତ ସାମ୍ନାକୁ ଆସିଛି। ମାନ୍ୟବର ମୋଦି ଜୀ ଲୋକଙ୍କ ହୃଦୟରେ ରୁହନ୍ତି। ଏହା ସମଗ୍ର ଦେଶର ବିଶ୍ୱାସ ଏବଂ ସମ୍ମାନର କେନ୍ଦ୍ର ଅଟେ। କଂଗ୍ରେସ ଲୋକମାନେ ତାଙ୍କ ସହ ଏହି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଅସମର୍ଥ, ସେଥିପାଇଁ ସେମାନେ କଂଗ୍ରେସ ନେତା ମୋଦି ଜୀଙ୍କୁ ହତ୍ୟା କରିବା କଥା କହୁଛନ୍ତି। ଏହା ଘୃଣାର ଏକ ଚରମ ସୀମା ଅଟେ। କଂଗ୍ରେସର ପ୍ରକୃତ ଭାବନା ଏବେ ପ୍ରକାଶ ପାଇଛି। ଏହିପରି ଜିନିଷକୁ ବରଦାସ୍ତ କରାଯିବ ନାହିଁ। ମାମଲା ରୁଜୁ କରାଯାଇଛି ଓ ଆଇନ ତା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। 


ଏହି ମାମଲାରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କର ବୟାନ ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଜୀଙ୍କ ବିରୋଧରେ ଆସିଥିବା ଆପତ୍ତିଜନକ ବୟାନ ପାଇଁ ରାଜା ପଟରିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ କଂଗ୍ରେସ ଆଉ କଂଗ୍ରେସ ହୋଇକି ନାହିଁ। ତାହା ଇଟାଲିଆନ କଂଗ୍ରେସ ହୋଇ ସାରିଛି ବୋଲି ସେ କହିଥିଲେ। ରାଜା ପଟରିଆଙ୍କ ବୟାନ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି କି ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ରାଜା ପଟରିଆ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ବୟାନ ଅକ୍ଷମଣୀୟ ଅପରାଧ ଅଟେ। ରାଜା ପଟରିଆ ନିଜକୁ କ୍ଷମାପ୍ରାର୍ଥୀ ବୋଲି ଘୋଷଣା କଲେ ମଧ୍ୟ ଏହି ଅପରାଧରୁ ବଞ୍ଚି ପାରିବେ ନାହିଁ। ମୁଁ ମଧ୍ୟପ୍ରଦେଶ ସରକାରଙ୍କୁ ନିବେଦନ କରୁଛି କି ତୁରନ୍ତ ପଟରିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।