ନୂଆଦିଲ୍ଲୀ: ମହାକାଶରେ (Space) ବିଭିନ୍ନ ଗ୍ରହ ଆଡକୁ ଅନ୍ୟ କ୍ଷୁଦ୍ର ଗ୍ରହ (Asteroid)ମାଡି ଆସିବା ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଜାରି ରହିଛି । ଏହି କ୍ରମରେ ମହାକାଶରେ ଜୀବସତ୍ତା ସୃଷ୍ଟି ହୋଇ ପାରିଥିବା ଗୃହ ପୃଥିବୀ (Earth) ଆଡକୁ ମାଡି ଆସୁଛି ଅନ୍ୟ ଏକ କ୍ଷୁଦ୍ର ଗ୍ରହ । ଅତୀତରେ ପୃଥିବୀ ନିକଟ ଦେଇ କ୍ଷୁଦ୍ର ଗ୍ରହ ଅତିକ୍ରମ କରିବାକୁ ନେଇ ଚିନ୍ତିତ ହୋଇପଡିଥିଲେ ବୈଜ୍ଞାନିକ । ବର୍ତ୍ତମାନ ପୁଣି ଥରେ ପୃଥିବୀ ଆଡକୁ ଅନ୍ୟ ଏକ ଗ୍ରହ ମାଡିଆସୁଛି।


COMMERCIAL BREAK
SCROLL TO CONTINUE READING


ଚନ୍ଦ୍ର-ପୃଥିବୀ ଠାରୁ କମ୍ ଦୂରତାରେ ଅତିକ୍ରମ କରିବ


ଏନେଇ ମିଳିଥିବା ସୂଚନା ଅନୁଯାୟୀ, ଏହି କ୍ଷୁଦ୍ର ଗ୍ରହର ନାମ 2011 ES3 (Asteroid 2011 ES3) ରହିଛି । ଏନେଇ କୁହାଯାଉଛି ଯେ ଏହା ଆସନ୍ତା ଦଶନ୍ଧି ଲାଗି ପୃଥିବୀ ନିକଟ ଦେଇ ଯାଉଥିବା କ୍ଷୁଦ୍ର ଗ୍ରହଙ୍କ ମଧ୍ୟରୁ ଏହା ସବୁଠାରୁ ନିକଟରେ ଅତିକ୍ରମ କରିବ । କେବଳ 2032DB ନାମକ ଏକ କ୍ଷୁଦ୍ର ଗ୍ରହ ୨୦୩୨ ବର୍ଷରେ ପୃଥିବୀର ନିକଟତର ହୋଇ ଅତିକ୍ରମ କରିବ । ଏଥର ଏହି ଗ୍ରହ ସେପ୍ଟେମ୍ବରରେ ଚନ୍ଦ୍ର-ପୃଥିବୀ ମଧ୍ୟରେ ଥିବା ଦୂରତା ଠାରୁ କମ୍ ଦୂରତାରେ ଅତିକ୍ରମ କରିବ ।




ଏପର୍ଯ୍ୟନ୍ତ ୮ ଥର ପୃଥିବୀ ଦେଇ ଅତିକ୍ରମ କରିଛନ୍ତି


ନାସାର ଜେଟ୍ ପ୍ରପଲସନ୍ ଲାବୋରେଟୋରୀ (Nasas Jet Propulsion Laboratory) ପକ୍ଷରୁ କୁହାଯାଇଛି ଏହା ପୂର୍ବରୁ ୨୦୧୧, ମାର୍ଚ୍ଚ ୧୩ ତାରିଖରେ ପୃଥିବୀର ଅତି ନିକଟବର୍ତ୍ତୀ ହୋଇଥିଲା। ସେହି ସମୟରେ ଏହା ପୃଥିବୀ ଠାରୁ ୪୨,୬୮,୬୪୩ କିଲୋମିଟର ଦୂରତାରେ ଅତିକ୍ରମ କରିଥିଲା । ଏଥର ଚିନ୍ତା ହେଉଛି କ୍ଷୁଦ୍ର ଗ୍ରହ 2011 ES3 ପୃଥିବୀ ଠାରୁ ମାତ୍ର ୪୫,୦୦୦ ମାଇଲ ଦୂରତାରେ ଅତିକ୍ରମ କରିବ।


ଗତ ୧୯୮୭ ମସିହାରୁ ଏହି ଗ୍ରହ ପୃଥିବୀ ପାଖାପାଖି ୮ ଥର ଅତିକ୍ରମ କରିଛି । ନାସା ଆକଳନ କରିଛି ଯେ ଏହି କ୍ଷୁଦ୍ର ଗ୍ରହର ବେଗ ସେକେଣ୍ଡ ପ୍ରତି ୮.୧୬ କିଲୋମିଟର ରହିଛି । ଏହି ମହାକାଶୀୟ ପିଣ୍ଡ ପୂର୍ବରୁ ପୃଥିବୀର ଅତି ନିକଟବର୍ତ୍ତୀ ହୋଇସାରିଛି । ଗତ ଥର ଏହା ୪ ଦିନ ପର୍ଯ୍ୟନ୍ତ ପୃଥିବୀରୁ କ୍ରମାଗତ ଭାବେ ଦୃଶ୍ୟମାନ ହୋଇଥିଲା ।