Tejashwi Yadav News In Odia: କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ପାଇଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ।  ଏ ନେଇ ସୂଚନା ତେଜସ୍ୱୀ ଯାଦବ ନିଜେ ଟ୍ୱିଟ କରି ଦେଇଛନ୍ତି। ତେଜସ୍ୱୀ ଯାଦବ ନିଜ ପେଜରେ ଏକ ଟ୍ୱିଟ୍ କରି ଲେଖିଛନ୍ତି, ଯେ ‘ଈଶ୍ବର ଆନନ୍ଦିତ ହୋଇ କନ୍ୟା ରତ୍ନକୁ ଆମ ପାଇଁ ଉପହାର ଆକାରରେ ପଠାଇଛନ୍ତି। ସେହିପରି ତେଜସ୍ବୀ ଯାଦବଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଏକ ଟ୍ବିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ରୋହିଣୀ ଟ୍ବିଟ୍‌ କରିବାର ଠିକ୍ ୬ ମିନିଟ୍‌ ପରେ ତେଜସ୍ବୀ ଟିଟ୍‌ କରିଛନ୍ତି। ଘରକୁ କନ୍ୟା ରତ୍ନ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସୁଖର ସୀମା ନାହିଁ ବୋଲି କୁହାଯାଉଛି।


COMMERCIAL BREAK
SCROLL TO CONTINUE READING


ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ‘ମୋ ଘର ପ୍ରାଙ୍ଗଣରେ ଆଜି ଖୁସିର ଶବ୍ଦ ଶୁଭୁଛି, ଭଗବାନ ଏପରି ଏକ ଖୁସିର ଉପହାର ଦେଇଛନ୍ତି।’ ରୋହିଣୀ ଆଚାର୍ଯ୍ୟଙ୍କ ଟ୍ୱିଟର ପ୍ରାୟ ଛଅ ମିନିଟ୍ ପରେ ତେଜସ୍ୱୀ ଯାଦବ (Tejashwi Yadav Tweet)  ଆଜି ସକାଳ ୯.୫୩ ଏକ ଟ୍ବିଟ୍‌ କରିଥିଲେ। ଏହା ପରେ ଲାଲୁଙ୍କ ପରିବାର ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ନେତା ତଥା କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।



ଏଠାରେ କହିରଖୁଛୁ ଯେ, ତେଜସ୍ୱୀ ଯାଦବ ୨୦୨୧ ଡିସେମ୍ବର ୯ ତାରିଖରେ ବିବାହ କରିଥିଲେ। ରୋହିଣୀ ଯାଦବ ଏହି ବିବାହରେ ଯୋଗ ଦେଇପାରିନଥିଲେ, କିନ୍ତୁ ସେ ଟ୍ୱିଟର ମାଧ୍ୟମରେ ବର ଏବଂ  କନ୍ୟାଙ୍କୁ ସୁଖମୟ ଦାମ୍ପତ୍ୟ ଜୀବନର କାମନା କରି ଆଶୀର୍ବାଦ ଜଣାଇଥିଲେ।