ପାଟନା: ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି ରାଜ୍ୟ ତଥା କେନ୍ଦ୍ରରେ କ୍ଷମତାସୀନ ଥିବା ଏନଡିଏ (NDA) ମେଣ୍ଟର  ଅନ୍ୟତମ ଅଂଶୀଦାର ଦଳ ଜନତାଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) । ରାଜ୍ୟର ମୋଟ ୨୪୩ ବିଧାନସଭା ଆସନରୁ ୧୨୨ ଆସନରେ ନିର୍ବାଚନ ଲଢିବ ଜେଡିୟୁ । ଦଳର ଭାଗରେ ପଡିଥିବା  ମୋଟ ଆସନରୁ ୭ଟି ସିଟ ସହଯୋଗୀ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା-ହାମ (HAM-Hindustani Awami Morcha) ଲାଗି ଛାଡିଛି ଦଳ ।


COMMERCIAL BREAK
SCROLL TO CONTINUE READING

ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ଦଳୀୟ ପ୍ରାର୍ଥୀ ଘୋଷଣା କରିବା ବେଳେ ବେଶ ସତର୍କତା ଅବଲମ୍ବନ କରିଛି ଦଳ । ୨୦୧୫ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ଏଥର ୧୦ ଜଣଙ୍କ ଟିକେଟ କାଟିଛି ଜେଡିୟୁ । ଏଥିରେ ଜଣେ ମନ୍ତ୍ରୀ ମଧ୍ୟ ସାମିଲ ରହିଛନ୍ତି । ଅନ୍ୟପଟେ ଦଳ ଏଥର ପଛୁଆ (Backward) ଓ ଅତି ପଛୁଆ (Extremely Backward) ବର୍ଗରୁ ୬୭ ଜଣଙ୍କୁ ପ୍ରାର୍ଥୀ କରିଛି । ବିହାରର ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ଭାଗ ଏହି ବର୍ଗରେ ଅନ୍ତର୍ଭୂକ୍ତ ।  


ରାଜ୍ୟର ବାବୁବରହୀ ବିଧାନସଭା ଆସନରୁ ମନ୍ତ୍ରୀ କପିଲଦେବ କାମାତ, ଜିରାଦେଇରୁ ରମେଶ ସିଂହ କୁଶୱାହା, ରାଜଗୀରରୁ ଜିତେ ରବି ଜ୍ୟୋତି, ଏକମାରୁ ଧୂମାଲ ସିଂହ, ବୈଶାଳୀରୁ ରାଜକିଶୋର ସିଂହ, ଡୁମରାଓଁରୁ ଦଦନ ପହଲୱାନ, ଫୁଲପରାସରୁ ଗୁଲଜାରୀ ଦେବୀ, ସୁଲତାନଗଞ୍ଜରୁ ସୁବୋଧ ରାୟ, ବୈନିପୁରରୁ ସୁନୀଲ ଚୌଧୁରୀ, ଅମରପୁରରୁ ଜନାର୍ଦ୍ଦନ ମାଞ୍ଝିଙ୍କ ଟିକେଟ କାଟିଛି ଦଳ । ସୋମନେ ଜେଡିୟୁ ଟିକଟରେ ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ।          


ଏଥର ପଛୁଆ ଓ ଅତି ପଛୁଆ ବର୍ଗର ଭୋଟ ହାତେଇବା ଲାଗି ଯୋଜନା କରିଛି ଜେଡିୟୁ । ଏହି କ୍ରମରେ ପଛୁଆ ବର୍ଗରୁ ୪୦ ଓ ଅତି ପଛୁଆ ବର୍ଗରୁ ୪୦ ଲୋକଙ୍କୁ  ଟିକେଟ ଦେଇଛି ଦଳ । ଏହା ସହିତ ଦୁଇ ଜଣଙ୍କ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀକୁ ବଦଲାଇଛି ଜେଡିୟୁ । ଏଥର ବିହାର ଶିକ୍ଷାମନ୍ତ୍ରୀ କୃଷ୍ଣନନ୍ଦନ ବର୍ମା ଜହାନାବାଦରୁ ଓ ଖାଦ୍ୟ ଯୋଗାଣମନ୍ତ୍ରୀ ମଦନ ସହନୀ ବାହାଦୂରପୁରରୁ ନିର୍ବାଚନ ଲଢିବେ ।