ପାଟନା: ଚଳିତ ବର୍ଷ ଅକ୍ଟୋବର ନଭେମ୍ବରରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ। ଏଥିଲାଗି ଅଣ୍ଟା ଭିଡିଲାଣି ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ-ଏନଡିଏ (NDA-National Democratic Alliance) ନେତୃତ୍ୱ ନେଉଥିବା ଭାରତୀୟ ଜନତା ପାର୍ଟି-ବିଜେପି (BJP-Bharatiya Janata Party)। ଏଥିଲାଗି ଦଳୀୟ ନିର୍ବାଚନ ସମିତି ଗଠନ କରିଛି ବିଜେପି ।


COMMERCIAL BREAK
SCROLL TO CONTINUE READING

ବିଧାନସଭା ନିର୍ବାଚନ ଲାଗି ଗଠିତ ହୋଇଥିବା ସଞ୍ଚାଳନ ସମିତିର ଅଧ୍ୟକ୍ଷ ଭାବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ (Union Home Minister of State) ତଥା ରାଜ୍ୟର ଉଜିୟାରପୁର ସଂସଦୀୟ କ୍ଷେତ୍ରର ସାଂସଦ ନିତ୍ୟାନନ୍ଦ ରାୟଙ୍କୁ (Ujiarpur Lok Sabha MP Nityanand Rai) ନିଯୁକ୍ତ କରାଯାଇଛି।    
 
ଏନେଇ କୁହାଯାଇଛି ସାଂସଦ ନିତ୍ୟାନନ୍ଦ ରାୟ ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବେଶ ନିକଟତର । ଯଦି ଭବିଷ୍ୟତରେ ବିଜେପିକୁ କୌଣସି ନିଷ୍ପତ୍ତି ନେବାକୁ ପଡେ ତାହାଲେ ନିତ୍ୟାନନ୍ଦ ରାୟ ଦଳର ଚେହେରା ଭାବେ ଉଭା ହୋଇପାରିବେ ।  
 
ସେହପରି କେନ୍ଦ୍ର ଆଇନ ମନ୍ତ୍ରୀ (Union Law Minister) ତଥା ରାଜ୍ୟର ପାଟନାସାହିବ ସାଂସଦ ରବିଶଙ୍କର ପ୍ରସାଦଙ୍କୁ (Patna Sahib MP Ravi Shankar Prasad) ନିର୍ବାଚନ ପ୍ରଚାର ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ନିର୍ବାଚନ ଇସ୍ତାହାର କମିଟି (Election Manisfesto Committee) ମୁଖ୍ୟ ଭାବେ ରାଜ୍ୟ କୃଷି ମନ୍ତ୍ରୀ (Bihar Agriculture Minister) ତଥା ଗୟା ସହର ବିଧାୟକ (Gaya Town) ଡ. ପ୍ରେମ କୁମାରଙ୍କୁ (Dr.Prem Kumar) ଦାୟିତ୍ୱ ଦିଆଯାଇଛି ।    



ଚଳିତ ବର୍ଷ ନଭେମ୍ବର ୨୯ ତାରିଖ ସୁଦ୍ଧା ସରିବ ବିହାର ବିଧାନସଭା ନିର୍ବାଚନ । ଯଦିଓ ନିର୍ବାଚନ ଆୟୋଗ-ଇସି (Election Commission-EC) ପକ୍ଷରୁ କୌଣସି ତାରିଖ ଘୋଷଣା କରାଯାଇନାହିଁ। ହେଲେ ଉପଯୁକ୍ତ ସମୟରେ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଇସି । ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟର ୬୪ଟି ବିଧାନସଭା ଆସନ (Assembly Constituency), ସଂସଦୀୟ କ୍ଷେତ୍ର (Parliamentary Constituency) ଲାଗି ଉପନିର୍ବାଚନ (By Poll) ଅନୁଷ୍ଠିତ ହେବ ।