ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Poll) ଲାଗି ଶେଷ ହୋଇଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର। ଆଉ ଶନିବାର (ନଭେମ୍ବର ୭,୨୦୨୦) ହେବାକୁ ଯାଉଛି ଶେଷ ପର୍ଯ୍ୟାୟ ଭୋଟଗ୍ରହଣ। ଏଥର ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ୧୦୯୪ ପୁରୁଷ ଏବଂ ୧୧୦ ମହିଳା ଅଛନ୍ତି। ପ୍ରାୟ ୨ କୋଟି ୩୫ ଲକ୍ଷ ୫୪ ହଜାର ୭୧ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
  
ମୋଟ ଭୋଟରଙ୍କ ମଧ୍ୟରେ ମଧ୍ୟରେ ୨ କୋଟି ୩୫ ଲକ୍ଷ ୩୨ ହଜାର ୫୨ ପୁରୁଷ,  ୧ କୋଟି ୨୩ ଲକ୍ଷ ୨୫ ହଜାର ୭୮୦ ମହିଳା ମତଦାତା ରହିଛନ୍ତି।  ଅନ୍ୟପଟେ ୮୯୪ ତୃତୀୟ ଲିଙ୍ଗର ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି। ନଭେମ୍ବର ୭ ତାରିଖରେ ବିହାରର ୧୫ଟି ଜିଲ୍ଲାର ୭୮ଟି ବିଧାନସଭା ଆସନରେ ମତଦାନ ହେବ। ବିହାରର ଗୟାଘାଟ ବିଧାନସଭା ଆସନରେ ସର୍ବାଧିକ ୩୧ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଢାକା, ତ୍ରିବେଣୀଗଞ୍ଜ, ଜୋକିହାଟ ଏବଂ ବାହାଦୁରଗଞ୍ଜ ଆଦି ବିଧାନସଭା ଆସନରେ ମୋଟ ୯ ଜଣ ନିର୍ବାଚନ ଲଢୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଏଥର ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ସର୍ବାଧିକ ୪୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଲୋକ ଜନଶକ୍ତି ପାର୍ଟି-ଏଲଜେପି (LJP-Lok Janashakti Party) ମୋଟ ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୭ ମହିଳା, ଜନତା ଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) ୩୭ ପ୍ରାର୍ଥୀଙ୍କ ମଧ୍ୟରୁ ୮ ମହିଳା, ବିଜେପି (BJP) ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୬ ମହିଳା  ପ୍ରାର୍ଥୀଙ୍କ ଶନବାର ଭାଗ୍ୟ ପରୀକ୍ଷା ହେବ।


ସେହପରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଏନସିପି (NCP-Nationalist Congress Party) ମୋଟ ୩୧ ପ୍ରାର୍ଥୀଙ୍କ ମଧ୍ୟରୁ 2 ମହିଳା, କଂଗ୍ରେସ (Congress) ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ମହିଳା, ରାଷ୍ଟ୍ରୀୟ ଲୋକସମତା ପାର୍ଟି-ଆରଏଲଏସପି (RLSP-Rastriya Lok Samata  Party) ମୋଟ ୨୩, ବିଏସପି (BSP) ୧୯ ଏବଂ ସିପିଆଇ (CPI) ୨ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଅନ୍ୟ ପଞ୍ଜୀକୃତ ରାଜନୈତିକ ଦଳର ମୋଟ ୫୬୧ ଜଣଙ୍କ ମଧ୍ୟରୁ ୫୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।


ଏହା ସହିତ ୩୮୨ ପୁରୁଷ ଏବଂ ୨୫ ମହିଳା ସ୍ୱାଧିନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଅନ୍ତିମ ପର୍ଯ୍ୟାୟରେ ସମୁଦାୟ ୩୩ ହଜାର ୭୮୨ ଇଭିଏମ୍ ବ୍ୟବହାର କରାଯାଉଛି। ମୋଟ ୪୫ ହଜାର ୯୫୩  କୁଲ ବ୍ୟାଲେଟ ୟୁନିଟ ବ୍ୟବହାର କରାଯାଇଛି। ଏହା ସହିତ ୩୩ ହଜାର ୭୮୨ ଭିଭିପ୍ୟାଟ (VVPAT) ବ୍ୟବହାର କରାଯିବ।


ତୃତୀୟ ପର୍ଯ୍ୟାୟରେ କ୍ଷେତ୍ର ଅନୁଯାୟୀ ସର୍ବ ବୃହତ ବିଧାନସଭା ଆସନ ହେଉଛି ବାଲ୍ମିକୀନଗର ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟରେ ସହରସା ହେଉଛି ଭୋଟରଙ୍କ ସର୍ବ ବୃହତ ବିଧାନସଭା ଆସନ। ଭୋଟରଙ୍କ ଅନୁଯାୟୀ ଗୟାହାଟ ହେଉଛି ସବୁଠାରୁ କ୍ଷୁଦ୍ର ବିଧାନସଭା ଆସନ।


ବିହାର ବିଧାନସଭା ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ, ଭୟମୁକ୍ତ ରଖିବା ପାଇଁ ନିର୍ବାଚନ ଆୟୋଗ ଅନେକ ପଦକ୍ଷେପ ନେଇଛନ୍ତି। ବିହାର ବିଧାନସଭା ନିର୍ବାଚନର ପ୍ରତ୍ୟେକ ବୁଥରେ ଅର୍ଦ୍ଧ ସାମରିକ ବଳ (Para Military)   ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ବୁଥରେ ସଶସ୍ତ୍ର ସୈନିକ ନିୟୋଜିତ ହେବେ।