Election 2024: ନିର୍ବାଚନ ନହେଉଣୁ ବିଜେପି ପାଇଁ ଆସିଛି ଖୁସିର ଖବର। ମତଦାନ ପୂର୍ବରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ! ଘଟଣାଟି ଘଟିଛି ସୁରଟ ଅଞ୍ଚଳରେ। ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ବାଚନ ପୂର୍ବରୁ ବିଜୟୀ ହୋଇଛନ୍ତି । କାରଣ ୨୨ ଏପ୍ରିଲ ସୁଦ୍ଧା ସୁକେଶ ଏକମାତ୍ର ପ୍ରାର୍ଥୀ ଭାବେ ମୈଦାନରେ ଥିଲେ । କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନିଙ୍କ ନାମାଙ୍କନପତ୍ର ଖାରଜ ହୋଇଯିବା ପରେ ଅନ୍ୟ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ । 


COMMERCIAL BREAK
SCROLL TO CONTINUE READING

ଫଳରେ ଏକତରଫା ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ମୁକେଶ ଦଲାଲ(Mukesh Dalal)। କଂଗ୍ରେସ ପ୍ରାର୍ଥୀଙ୍କ ପ୍ରସ୍ତାବକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସ୍ପଷ୍ଟ କରିଥିଲେ ଯେ, ନାମାଙ୍କନପତ୍ରରେ ଥିବା ହସ୍ତାକ୍ଷାର କରିନାହାନ୍ତି । ଯେଉଁଥିପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ନାମାଙ୍କନପତ୍ରରେ ଥିବା ପ୍ରସ୍ତାବକଙ୍କ ହସ୍ତାକ୍ଷର ମେଳ ଖାଉନଥିଲା । ଏହା ନକଲି ବୋଲି ଦୃଶ୍ୟମାନ ହେଉଥିଲା । ତେଣୁ ପୂରା ଘଟଣା ଜାଣିବା ପରେ ନିର୍ବାଚନ ନିୟମନୁଯାୟୀ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ କରାଯାଇଥିଲା ।


ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ପ୍ରାର୍ଥୀ ନିଲେଶ(Congress Candidate Nilesh) । 'ମୋ ଉପସ୍ଥିତିରେ ନାମାଙ୍କନପତ୍ରରେ ହସ୍ତାକ୍ଷର କରିଥିଲେ ପ୍ରସ୍ତାବକ । ତେଣୁ ପ୍ରସ୍ତାବକଙ୍କର ହସ୍ତାକ୍ଷର ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯିବା ଆବଶ୍ୟକ । ଏପରିକି ନ୍ୟାୟ ଓ ନିର୍ବାଚନ ନିୟମ ଦୃଷ୍ଟିରୁ ମୋ ମତ ମଧ୍ୟ ନେବା ଆବଶ୍ୟକ ଥିଲା । ତେବେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ, ନାମାଙ୍କନପତ୍ର ଦାଖଲ ବେଳେ ମିଳିଥିବା ଭିଡ଼ିଓରେ ଉକ୍ତ ସମୟରେ ପ୍ରସ୍ତାବକ ଉପସ୍ଥିତ ନଥିଲେ । ତେଣୁ ଏହାକୁ ଆଧାର କରି ନିଲେଶଙ୍କ ନାମାଙ୍କନପତ୍ର ଖାରଜ କରାଯାଇଛି । ଯାହାଫଳରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ବିଜୟ ହାସଲ କରିଛନ୍ତି। 


ସୂଚନାଯୋଗ୍ୟ, ମୈଦାନରେ ୮ ଜଣ ପ୍ରାର୍ଥୀ ଥିଲେ। ସେମାନଙ୍କ ମଧ୍ୟରୁ ୭ଜଣ ସ୍ୱାଧିନ-ଏବଂ ବହୁଜନ ସମାଜବାଦୀ ପାର୍ଟି (BSP) ର ପ୍ୟାରେଲାଲ ଭାରତୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ସେହିପରି କଂଗ୍ରେସର ପ୍ରାର୍ଥୀ ନିଲେଶ ଙ୍କ ହସ୍ତାକ୍ଷର ମାମଲା ସାମ୍ନାକୁ ଆସିବା ପରେ ବିକଳ୍ପ ଭାବେ ପ୍ରାର୍ଥୀ ସୁରେଶ ପଡସାଲାଙ୍କ ନାମାଙ୍କନ ଦାଖଲ କରାଯାଇଥିଲା ହେଲେ ଶେଷରେ ତାଙ୍କର ପ୍ରାର୍ଥୀପତ୍ର ମଧ୍ୟ ଅବୈଧ ବୋଲି ଘୋଷଣା କରାଯାଇଥିଲା। ସେପଟେ ବିଜେପିର ପ୍ରାର୍ଥୀ ବିଜୟୀ ହେବା ପରେ କଂଗ୍ରେସ ପକ୍ଷର ଓକିଲ ଏହାର ନ୍ୟାୟ ପାଇଁ ହାଇକୋର୍ଟ(High Court) ଓ ସୁପ୍ରିମକୋର୍ଟର(Supreme Court) ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। 


Also Read: Mohammed Moquim: ମୋକିମଙ୍କୁ ଜେଲ ଦଣ୍ତାଦେଶ ମାମଲା, ଏହି ଦିନ ହେବ ମାମଲାର ପରବର୍ତ୍ତୀ ଶୁଣାଣି