ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲାଲକିଲ୍ଲା ହିଂସା (Republic Day Violence) ପରେ ମୋଦି ସରକାର (Modi Govt) ଅନେକ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ସରକାର ୨୫୭ ଆକାଉଣ୍ଟ ଡିଲିଟ କରିବାକୁ ଟ୍ୱିଟରକୁ କହିଛନ୍ତି । ଏହି ମଧ୍ୟରେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ଉପରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ (Subramanian Swamy) ପ୍ରତିକ୍ରିୟା ଦେଇ  କହିଛନ୍ତି ଯେ କ'ଣ ସରକାର ପ୍ରଧାନମନ୍ତ୍ରୀଙ୍କୁ ଲୋକପ୍ରିୟ କରିବା ପାଇଁ ବିରୋଧୀ ଦଳର ନେତାଙ୍କ ପାଇଁ ଖରାପ ଭାଷା ବ୍ୟବହାର କରୁଥିବା ବ୍ୟକ୍ତି ତଥା ବିଜେପି ଆଇଟି ସେଲ (BJP IT Cell) ର ଆକାଉଣ୍ଟ ଯାଞ୍ଚ କରାଇବେ?


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଚୀନକୁ ନେଇ ମୋଦି ସରକାରଙ୍କୁ ଘେରିଲେ ବିଜେପି ସାଂସଦ



ବିଜେପି ନେତା (BJP Leader) ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ (Subramanian Swamy) ଟ୍ୱିଟ୍ କରି କହିଛନ୍ତି ଯେ, "କ'ଣ ସରକାର ଟ୍ୱିଟରରେ ଆପତ୍ତିଜନକ ସାମଗ୍ରୀର ମୁକାବିଲା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଲୋକପ୍ରିୟତା ପାଇଁ ବିରୋଧୀଙ୍କ ବିରୁଦ୍ଧରେ ଖରାପ ଭାଷାର ବ୍ୟବହାର କରିବା ପାଇଁ ବିଜେପି ଆଇଟି ସେଲ୍ ଏବଂ ପିଏମଓ (PMO) ର ପ୍ରୟାସର ଅନୁସନ୍ଧାନ କରିବେ ।" ଆପଣଙ୍କୁ କହି ରଖୁଛୁ ଯେ ଭାରତ ସରକାର (Indian Govt) ଟ୍ୱିଟରକୁ ୨୫୭ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି । ଏଥିସହ ସରକାର ୨୫୭ ଆକାଉଣ୍ଟର ତାଲିକାକୁ ନେଇ ଟ୍ୱିଟର ସହ କୌଣସି ଆଲୋଚନା କରିବାକୁ ମନା କରି ଦେଇଛନ୍ତି ।


ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ଆପଣଙ୍କ ଦରମା, ମହଙ୍ଗା ଭତ୍ତା, ଭ୍ରମଣ ଭତ୍ତା, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର!


ସରକାର ଟ୍ୱିଟରରୁ ଏପରି ଆକାଉଣ୍ଟ ବନ୍ଦ କରିବା ପାଇଁ କହିଛନ୍ତି ଯେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଲୋକଙ୍କ ସହ ଭୁଲ ଏବଂ ଉତ୍ତେଜନାକମୂଳକ ତଥ୍ୟ ବାଣ୍ଟୁଛନ୍ତି । ଏଥି ସହିତ ସରକାର ଏହି ନିର୍ଦ୍ଦେଶ ପାଳନ ନକରିବାରୁ ଟ୍ୱିଟର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।