ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Poll 2020) ଲାଗି ସମୟ ଏବେ ଉପସ୍ଥିତ ପ୍ରାୟ ହୋଇଗଲାଣି। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ବିରୋଧିଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହିକ୍ରମରେ ଏନଡିଏ ମେଣ୍ଟର ନେତୃତ୍ୱ ନେଉଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡା (JP Nadda), ମହାମେଣ୍ଟ (Grand Alliance) ନେତୃତ୍ୱ ନେଉଥିବା ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି।  


COMMERCIAL BREAK
SCROLL TO CONTINUE READING

ଆରଜେଡିକୁ ଟାର୍ଗେଟ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, " ଲୋକଙ୍କ ଚାକିରୀ ଛଡାଇ ନେଇଥିବା ଲୋକ ଏବେ ରୋଜଗାର ଦେବା କଥା କହୁଛନ୍ତି। ହେଲେ ଯେଉଁମାନେ ସେହି ସମୟରେ ଚାକିରୀ କରିଥିଲେ ସେମାନେ ନିଜର ଚାକିରୀ ଛାଡି ପଳାଉଥିଲେ। " 


ଚଳିତ ବିହାର ବିଧାନସଭା ନିର୍ବାଚନ ଲାଗି ଆରଜେଡି ପକ୍ଷରୁସ ଜାରି ହୋଇଥିବା ନିର୍ବାଚନ ଇସ୍ତାହାର (Election Manifesto) ମାଧ୍ୟମରେ ଦଳ ପକ୍ଷରୁ କୁହାଯାଇଛି ଯଦି ରାଜ୍ୟରେ ଆରଜେଡି ସରକାର ଗଠିତ ହୁଏ ତାହେଲେ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯିବ।


ରାଜ୍ୟର ଔରଙ୍ଗାବାଦ (Aurangabad) ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରଜେଡି ଏବଂ ଏହାର ମେଣ୍ଟ ସହଯୋଗୀ ବାମ ଦଳ ଉଦ୍ଦେଶ୍ୟରେ କହିଛନ୍ତି ସେମାନଙ୍କୁ କାରଣରୁ ରାଜ୍ୟରେ ବିଶୃଙ୍ଖଳା ବ୍ୟାପିଛି। 


ଅନ୍ଧାର ରହିଥିଲେ ଆଲୋକର ଆବଶ୍ୟକତା ତାହା ସହଜରେ ଜଣାପଡିଯାଏ। ବିକାଶ କ'ଣ ତାହା ପୁରୁଣା ଦିନକୁ ମନେ ପକାଇଲେ ଜଣାପଡେ। ପୂର୍ବରୁ ବିହାରରେ ବିଦ୍ୟୁତ ଅବସ୍ଥା କ'ଣ ଥିଲା ତାହା ସମସ୍ତେ ଜାଣନ୍ତି। ମୋଟ ୨୪ ଘଣ୍ଟା ମଧ୍ୟରେ କେବଳ ୨ ଘଣ୍ଟା ପାଇଁ ଲୋକଙ୍କ ନିକଟରେ ବିଜୁଳି ପହଞ୍ଚୁଥିଲା। ଚାଷୀଙ୍କୁ ଡିଜେଲ ପମ୍ପ ସାହାଯ୍ୟରେ ଜଳସେଚନ କରିବାକୁ ପଡୁଥିଲା। ହେଲେ ଆଜି ସେମାନଙ୍କ ପାଇଁ ଏକ ଅଲଗା ଫିଡର ହୋଇଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।



ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କୁ ପ୍ରଶଂସା କରି ସେ କହିଛନ୍ତି, ପୂର୍ବରୁ ବିହାରରେ ନିର୍ବାଚନୀ ସଭା ଅନୁଷ୍ଠିତ ହେଉଥିବା ବେଳେ ଜାତି, ଧର୍ମ ଆଧାରରେ ସମାଜକୁ ବିଭାଜନ କରିବାର ଆଲୋଚନା ହୋଇଥିଲା, ହେଲେ ଆଜି ନିର୍ବାଚନରେ ​​ଆମର ପ୍ରାର୍ଥୀ ବିକାଶ ବାବଦରେ ଆଲୋଚନା କରୁଛନ୍ତି। ଆମ ସରକାରର ସଫଳତା ଦର୍ଶାଉଛି ରାଜ୍ୟରେ ପରିବର୍ତ୍ତନ ଘଟିଛି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିଲେ ସେତେବେଳେ ସେ ରାଜନୀତିର ଚରିତ୍ରକୁ ପରିବର୍ତ୍ତନ କରିଛନ୍ତି। ଆମକୁ ଏହା ମନେ ରଖିବାକୁ ହେବ।



କୋରୋନା ସଂକଟ ଉପରେ ମତ ରଖି ଜେପି ନଡ୍ଡା କହିଛନ୍ତି ପୂର୍ବରୁ ଦେଶରେ ଗୋଟିଏ ପିପିଏ କିଟ୍ ତିଆରି କରାଯାଇ ନାହିଁ। ହଲେ ଆଜି ଆମେ ଅନ୍ୟ ଦେଶକୁ ପିପିଇ କିଟ୍ ରପ୍ତାନୀ କରୁଛେ। ଆଜି ଦେଶରେ ୩ ଲକ୍ଷରୁ ଅଧିକ ଭେଣ୍ଟିଲେଟର ରହିଛି। ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରି ସେ କହିଛନ୍ତି ଆରଜେଡିର ଚରିତ୍ର ଏପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ। ମୁଁ ବ୍ୟକ୍ତିଗତ ଭାବରେ ବିହାରର ମାଟିକୁ ଚିହ୍ନିଛି ଏବଂ ସେଥିଲାଗି ମୁଁ କହୁଛି ବିହାର ପାଇଁ ଏକ ଡବଲ୍ ଇଞ୍ଜିନ୍ ସରକାର ଆବଶ୍ୟକ।