ଲକ୍ଷ୍ନୌ: ସମବାୟ ବ୍ୟାଙ୍କ ଲାଗି ହୋଇଥିବା ନିର୍ବାଚନରେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପିକୁ ମିଳିଛି ଅଦ୍ଭୂତପୂର୍ବ ସଫଳତା । ଉତ୍ତର ପ୍ରଦେଶ କୋପରେଟିଭ ଗ୍ରାମୀଣ ବିକାଶ ବ୍ୟାଙ୍କ (Uttar Pradesh Cooperative Rural Development Bank) ଲାଗି ହୋଇଥିବା ନିର୍ବାଚନରେ ବିଜେପି (BJP) ସମର୍ଥିତ ପ୍ରାର୍ଥୀ ମୋଟ ୩୧୧ ଆସନରୁ ୨୮୧ଟିରେ ବାଜିମାତ କରିଛନ୍ତି । ଏହି ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଥିଲା । 


COMMERCIAL BREAK
SCROLL TO CONTINUE READING

ମୁଖ୍ୟ ବିରୋଧି ସମାଜବାଦ ପାର୍ଟି-ଏସପି (Samajwadi Party-SP) କେତେକ ଆସନ ହାତେଇଛି । ଏସମ୍ପର୍କିତ ଅଭିଯୋଗ ଆସିବା ପରେ ୧୧ଟି ସ୍ଥାନରେ କୋପରେଟିଭ ଗ୍ରାମୀଣ ବିକାଶ ବ୍ୟାଙ୍କ ନିର୍ବାଚନକୁ ବାତିଲ କରାଯାଇଥିବା କହିଛନ୍ତି ନିର୍ବାଚନ କମିଶନର ପିକେ ମୋହନ୍ତି ।


ଏହି ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଛି  ବିପକ୍ଷ ପ୍ରାର୍ଥୀଙ୍କ ନିର୍ବାଚନ ଲଢିବା ଲାଗି ସାହସ ନାହିଁ । ଅନ୍ୟପଟେ ବିରୋଧି ଦଳ ପକ୍ଷରୁ କୁହାଯାଇଛି ନିର୍ବାଚନକୁ ହାଇଜ୍ୟାକ (High Jack) କରି ନିଆଯାଇଛି।


ୟୁପି କୋପରେଟିଭ ଗ୍ରାମୀଣ ବିକାଶ ବ୍ୟାଙ୍କ ନିର୍ବାଚନରେ କଂଗ୍ରେସକୁ ମିଳିଛି ଶକ୍ତ ଝଟକା । ଦଳ କେବଳ ପାରମ୍ପରିକ ଆସନ ଅମେଠି ଅଧିନସ୍ଥ ଜଗଦୀଶପୁରରେ ବାଜିମାତ କରିଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଅମେଠିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ହାରି ଯାଇଥିଲେ । ବିରୋଧି ଦଳ ହାତେଇଥିବା ଆସନ ମଧ୍ୟରେ ରହିଛି ବାରଣାସୀ, ବଲିଆ, ଗାଜିପୁର, ଇଟାୱା ।
   
ଗତ ୨୦୦୫ରୁ ୩ ଥର ବ୍ୟାଙ୍କ ଅଧ୍ୟକ୍ଷ ରହିଥିବା ପ୍ରଗତିଶୀଳ ସମାଜବାଦ ପାର୍ଟି ଲୋହିଆ (Pragatisheel Samajwadi Party Lohia) ଅଧ୍ୟକ୍ଷ ଶିବପାଲ ଯାଦବ କହିଛନ୍ତି ବିଜେପି ସରକାର ନିୟମରେ ପରିବର୍ତ୍ତନ କରିବାରୁ ତାଙ୍କୁ ନିର୍ବାଚନ ଲଢିବା ଲାଗି ଅଯୋଗ୍ୟ ଘୋଷିତ କରି ଦିଆଗଲା । ବର୍ତ୍ତମାନ ଅଧ୍ୟକ୍ଷ ପଦ ଲାଗି ୨ ଥରରୁ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଇଛି, ଯାହା ଅଗଣତାନ୍ତ୍ରିକ ।