Blackout in Afghanistan : ରାଜଧାନୀ କାବୁଲ (Kabul) ସମେତ ଅନେକ ପ୍ରଦେଶରେ ବିଦ୍ୟୁତ କାଟ ଯୋଗୁଁ ଆଫଗାନିସ୍ତାନ (Afghanistan) ଅନ୍ଧାରରେ ବୁଡି ରହିଛି । ଏହା ପଛର କାରଣକୁ ଉଜବେକିସ୍ତାନରୁ ଯୋଗାଣରେ ଏକ ଯାନ୍ତ୍ରିକ ତ୍ରୁଟି କୁହାଯାଉଛି । ତେବେ, ଆଫଗାନିସ୍ତାନର ସରକାରୀ ବିଦ୍ୟୁତ୍ କମ୍ପାନୀ 'ଦା ଆଫଗାନିସ୍ତାନ ବ୍ରେସନା ଶେରକାଟ (DABS)' ମଧ୍ୟ ଏସିଆର ଅନେକ ଦେଶରୁ ବିଦ୍ୟୁତ୍ ଲୋନ ଆକାରରେ ନେଇଛି । ତାଲିବାନ (Taliban) ମଧ୍ୟ କୌଣସି ବିଦ୍ୟୁତ୍ ବିଲ୍ ଦେଇନାହିଁ । ଏଭଳି ପରିସ୍ଥିତିରେ ପ୍ରାୟ ୬୨ ମିଲିୟନ୍ ଡଲାରର ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ବିକ୍ରୟ କରିବାକୁ DABS ପ୍ରସ୍ତୁତ ହେଉଛି । ଆପଣଙ୍କୁ କହିରଖୁଛୁ ଯେ ତାଲିବାନ କବଜା କରିବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ଓ ପାନୀୟ ସଙ୍କଟ ମଧ୍ୟ ଦେଖାଦେଇଛି ।


COMMERCIAL BREAK
SCROLL TO CONTINUE READING

ଉତ୍ତର ଆଫଗାନିସ୍ତାନର ବାଗଲାନ୍ ପ୍ରଦେଶରେ ଟେକ୍ନିକାଲ ସମସ୍ୟା ଯୋଗୁଁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି ବୋଲି ନ୍ୟୁଜ୍ ଏଜେନ୍ସି ସ୍ପୁଟ୍ନିକ୍ ସୂଚନା ଦେଇଛି । ତେବେ ପାୱାର କମ୍ପାନୀ ଏହା ମଧ୍ୟ କହିଛି ଯେ ସେମାନଙ୍କ ଟେକ୍ନିକାଲ କର୍ମଚାରୀମାନେ ଶୀଘ୍ର ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି ।


ଏହା ବି ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍‌ର କିଛି ଦିନ ପୂର୍ବରୁ କଟିଲା ଅକ୍ଷର ପଟେଲଙ୍କ ପତା; ସାମ୍ନାକୁ ଆସିଲା ବଡ଼ କାରଣ!


ବିଦ୍ୟୁତ୍ ଯୋଗାଣ ପାଇଁ ଆଫଗାନିସ୍ତାନ ମଧ୍ୟ ଏସିଆର ଦେଶ ଉପରେ ନିର୍ଭରଶୀଳ । ଆଫଗାନିସ୍ତାନ ଏହାର ୮୦ ପ୍ରତିଶତ ବିଦ୍ୟୁତ୍ ଉଜବେକିସ୍ତାନ ଓ ତାଜିକିସ୍ତାନ ଠାରୁ ପାଇଥାଏ । ତେବେ ଚଳିତ ବର୍ଷ ଅଗଷ୍ଟରେ ତାଲିବାନ ଅକ୍ତିଆର ହେବା ପରଠାରୁ ତାଲିବାନ ଏହି ଦେଶର ଲୋନ ପରିଶୋଧ କରିବାରେ ଅସମର୍ଥ ହୋଇଛି ।


ଏହାବି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମିଳିବ ତିନି ଗୁଣ ଅଧିକ ଟଙ୍କା! ଜାଣନ୍ତୁ ଡିଟେଲ୍ସ


ଶୀତଦିନ ଆସିବା ମଧ୍ୟରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବିରାଟ ବିଦ୍ୟୁତ କାଟ ହୋଇପାରେ ବୋଲି ଏହି ମାସରେ ପୂର୍ବତନ DABS ମୁଖ୍ୟ ଦାଉଦ ନୋରଜାଇ କହିଥିଲେ।  ବିଦ୍ୟୁତ ଯୋଗାଣକାରୀ ଦେଶକୁ ତାଲିବାନ ଦ୍ୱାରା ବକେୟା ବିଲ୍ ପୈଠ ନକରିବାରୁ ଏହା ହୋଇପାରେ ବୋଲି ସେ କହିଥିଲେ । ତେବେ ଏହି ସମୟ ମଧ୍ୟରେ, ବିଦ୍ୟୁତ କାଟକୁ ଏଡ଼ାଇବା ପାଇଁ ସେମାନେ ଖୁବ ଶୀଘ୍ର ଯୋଜନାବଦ୍ଧ ଢଙ୍ଗରେ ସମସ୍ତ ଦେୟ କ୍ଳିଅର କରିବେ ବୋଲି କହିଛନ୍ତି ।