School: ଦେଶର ରାଜଧାନୀ ଦିଲ୍ଲୀ ଓ ଏନସିଆର୍ ରେ ଥିବା ସ୍କୁଲ ଗୁଡିକରେ ବୋମା ଆତଙ୍କ। ସ୍କୁଲରେ ବୋମା ଥିବା ଧମକ ମିଳିବା ପରେ ଆତଙ୍କ ଖେଳି ଯାଇଛି। ବୋମା ଥିବା ଖବର ମିଳିବା ପରେ ପିଲାମାନଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଇ ଦିଆଯାଇଛି।  ଦିଲ୍ଲୀର ୧୦୦ରୁ ଅଧିକ ସ୍କୁଲ୍ କୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ ପୂର୍ଣ୍ଣ ଇ-ମେଲ ଆସିଛି।  ଚାଣକ୍ୟପୁରୀର ସଂସ୍କୃତ ବିଦ୍ୟାଳୟ,ଦ୍ୱାରକାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଓ ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରୀ ସ୍କୁଲ ଅନ୍ୟତମ । ଏହି ସବୁ ସ୍କୁଲ୍ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯିବା ସହ ଘଟଣାସ୍ଥଳରେ ବୋମା ଚିହ୍ନଟକାରୀ ଦଳ, ବୋମା ନିଷ୍କାସନକାରୀ ଦଳ ଏବଂ ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ ଉପସ୍ଥିତ ଅଛନ୍ତି । ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇମେଲ୍ ର ଅନୁଧ୍ୟାନ କରିବା ତନାଘନା ଆରମ୍ଭ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ALSO READ: Budh Shukra Yuti 2024: ବୁଧ-ଶୁକ୍ରଙ୍କ ମହାମିଳନ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ!


ସ୍କୁଲ୍ ଗୁଡିକରେ ବୋମା ଥିବା ଖବର ମିଳିବା ପରେ ଦିଲ୍ଲୀ-ଏନସିଆରର ଅନେକ ସ୍କୁଲ ଗୁ଼ଡିକରେ ମକ୍ ଡ୍ରିଲ୍ ଚାଲିଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ପୋଲିସ କହିଛି, 'ଦିଲ୍ଲୀର ଅନେକ ବିଦ୍ୟାଳୟରେ ବୋମା ଧମକ ଆସିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତକାଲି ଠାରୁ ଅନେକ ସ୍କୁଲ୍ କୁ ମେଲ  ଆସିଛି। ସମାନ ଢଙ୍ଗରେ ସମସ୍ତ ବିଦ୍ୟାଳୟକୁ ମେଲ ପଠାଯାଇଛି ଏବଂ ଏପର୍ଯ୍ୟନ୍ତ କୌଣସି ବିଦ୍ୟାଳୟରେ ବୋମା ବିସ୍ଫୋରଣ ହୋଇ ନାହିଁ। ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି।